Jharkhand Politics: ଅର୍ଥବଳରେ ଝାଡଖଣ୍ଡ ରାଜନୀତିରେ ହେବାକୁ  କ୍ଷମତା ପରିବର୍ତ୍ତନ ଖେଳ ଶେଷ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ବିଫଳ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ହାୱଡା ଜିଲ୍ଲାରେ ବିପୁଳ ପରିମାଣର ନଗଦ ଟଙ୍କା ସହ ଝାଡଖଣ୍ଡରୁ ୩ ଜଣ କଂଗ୍ରେସ ବିଧାୟକ ଗିରଫ ହେବା ପରେ ଏହି ଖେଳ ବାବଦରେ ହୋଇଥିଲା ପର୍ଦ୍ଦାଫାଶ। କିଏ ଏହି ଖେଳ ପାଇଁ କିଏ ଜାଲ ବିଛାଇଛି ଏବଂ ଏହି ଖେଳରେ ମୁଖ୍ୟ ଚରିତ୍ର କିଏ ତାହା ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ। ହେଲେ ଏହି ଘଟଣା ଲିଙ୍କ ଝାଡଖଣ୍ଡରୁ ଆରମ୍ଭ ହୋଇ  ଆସାମ ଏବଂ ପଶ୍ଚିମବଙ୍ଗ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଇଛି। ଏହାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ। କଂଗ୍ରେସ ଏହାକୁ ଅପରେସନ ଲୋଟସ୍  ଅଭିଯାନର ଏକ ଅଂଶ ବୋଲି କହୁଥିବାବେଳେ ବିଜେପି ଏହାକୁ କଂଗ୍ରେସ ନେତାଙ୍କ ଜୀବନ୍ତ ଦୁର୍ନୀତି ମାମଲା ବୋଲି କହିଛି।


COMMERCIAL BREAK
SCROLL TO CONTINUE READING

ଗତ ଶନିବାର ବିଳମ୍ବିତ ରାତିର ଝାଡଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ ଡ.ଇରଫାନ ଅନସାରୀ, ରାଜେଶ କଚ୍ଛପ ଏବଂ ନମନ ବିକ୍ସାଲ କଙ୍ଗଡି ପଶ୍ଚିମବଙ୍ଗର ହାୱାଡ଼ା ଜିଲ୍ଲା ଅନ୍ତର୍ଗତ ପଞ୍ଚଲା ଥାନା ଅଧିନସ୍ଥ ରାନିହାଟୀ ଅଞ୍ଚଳରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ରହ ଧରାପଡ଼ିଥିଲେ। ଯେତେବେଳେ ଏହି ଟଙ୍କା ଗଣାଯାଇଥିଲା ସେତେବେଳେ ଏହାର ମୋଟ ପରିମାଣ ୪୮ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଥିଲା। ଗୁଇନ୍ଦା ଖବର ଆଧାରରେ ଏହି ୩ ଜଣ ବିଧାୟକ ଅନ୍ୟ ୨ ଜଣ ସହଯୋଗୀଙ୍କ ସହ ଏକ ଏସୟୁଭି ଯୋଗେ ଯାଉଥିଲେ। ଯାଞ୍ଚ ସମୟରେ ପଶ୍ଚିମବଙ୍ଗ ପୋଲିସ ସେମାନଙ୍କୁ ଧରିଥିଲା। ଏହି ଗାଡିରେ ଜାମତରା ବିଧାୟକଙ୍କ ବୋର୍ଡ ଲଗା ଯାଇଥିଲା। ପୋଲିସ ହେପାଜତକୁ ଯାଇଥିବା ୩ ଜଣ ବିଧାୟକ ଗାଡିରୁ ଉଦ୍ଧାର ହୋଇଥିବା ନଗଦ ଟଙ୍କା ବାବଦରେ ସ୍ପଷ୍ଟ ସୂଚନା ଦେଇପାରିନଥିଲେ। ଏନେଇ କୁହାଯାଉଛି ଯେ ସେମାନେ ପଶ୍ଚିମବଙ୍ଗ ଦେଇ ଆସାମରୁ ଝାଡଖଣ୍ଡରେ ଅଭିମୁଖେ ଯାତ୍ରା କରୁଥିଲେ।


ଏହି ଘଟଣାରେ ପ୍ରତିକ୍ରିୟା ରଖି ଝାଡଖଣ୍ଡ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି ଝାଡଖଣ୍ଡରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଦ୍ୱାରା କରାଯାଉଥିବା ଲଜ୍ଜାଜନକ ଷଡଯନ୍ତ୍ରର ଏକ ଅଂଶ। ନଗଦ ଟଙ୍କା ସହ ଧରା ପଡିଥିବା  ୩ ଜଣ ଦଳୀୟ ବିଧାୟକଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଲମ୍ବିତ କରିଛନ୍ତି। ଅନୁସନ୍ଧାନ ପରେ ସେମାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା। ଏଭଳି ରାଜନୈତିକ ଘୋଡ଼ା ବେପାର କାମରେ ଡଡିତ ରହିଥିବା ଲୋକଙ୍କୁ ଲାଜ ଲାଗିବା କଥା। ବିଧାୟକଙ୍କ କିଣୁଥିବା ଲୋକଙ୍କୁ ଅଭିଶାପ ମିଳୁ। ଯେଉଁ ବିଧାୟକ ବିକ୍ରି ହେଇ ଯାଉଛନ୍ତି ସେମାନେ ଲଜ୍ଜିତ ବୋଧ କରିବା ଆବଶ୍ୟକ। 


ଅନ୍ୟପଟେ ଝାଡଖଣ୍ଡ ବିଜେପି ବିଧାୟକ ଦଳ ନେତା ତଥା ରାଜ୍ୟର ବିରୋଧି ଦଳ ନେତା ବାବୁଲାଲ ମାର୍ଣ୍ଡି କହିଛନ୍ତି ଦୁର୍ନୀତିରେ ବୁଡ଼ି ରହିଥିବା ଝାଡଖଣ୍ଡ ସରକାରଙ୍କ ପ୍ରତ୍ୟେକ ସହଯୋଗୀ ରାଜ୍ୟକୁ ଲୁଟିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଝାଡ଼ଖଣ୍ଡ ୩ ଜଣ କଂଗ୍ରେସ ବିଧାୟକ ଟଙ୍କା ସହ ପଶ୍ଚିମବଙ୍ଗରେ ଧରା ପଡ଼ିବା ଘଟଣା ରାଜ୍ୟକୁ ଦେଶ ବିଦେଶରେ ଲଜ୍ଜିତ କରିଛି। ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ। 


ଝାଡଖଣ୍ଡ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ନେଇ କଂଗ୍ରେସ ପକ୍ଷରୁ ଯେଉଁ ଅଭିଯୋଗ ଅଣାଯାଉଛି ତାହା ଉପରେ ଜବାବ ରଖି ବିରୋଧି ଦଳ ନେତା ବାବୁଲାଲ ମାର୍ଣ୍ଡି ୩ ଜଣ କଂଗ୍ରେସ ବିଧାୟକ ବିପୁଳ ଟଙ୍କା ଧରା ପଡିବା ପରେ ସେମାନେ ନିଜର ପାପ ଲୁଚାଇବାକୁ ଚେଷ୍ଟା କରୁଛି। ଦଳକୁ ବଦନାମ କରିବା ପାଇଁ କଂଗ୍ରେସ ପକ୍ଷରୁ ଲଜ୍ଜାଜନକ ନାଟକ ରଚନା କରାଯାଉଛି।


କିଛି ଦିନ ପୂର୍ବେ ଝାଡ଼ଖଣ୍ଡରେ କଂଗ୍ରେସ ବିଧାୟକଙ୍କ ଏକ ଗୋଷ୍ଠୀ ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରିଥିଲା। ଏନେଇ କୁହାଯାଉଛି ଯେ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ଜଣେ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀସ୍ଥିତ ପଞ୍ଚ ତାରକା ହୋଚେଲ ଠାରେ  କିଛି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ୫ ଜଣ କଂଗ୍ରେସ ବିଧାୟକଙ୍କ ସମ୍ପୃକ୍ତି ରହିଥିବାର କୁହାଯାଉଥିଲା। ପଶ୍ଚିମବଙ୍ଗରେ ନଗଦ ଟଙ୍କା ଧରିଥିବା ୩ ଜଣ ବିଧାୟକ ମଧ୍ୟ ଏହି ଯୋଜନାରେ ଜଡିତ ଥିଲେ। ଏହି ଯୋଜନାରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଭୂମିକା ଗ୍ରହଣ କରିଥିବା ଆଲୋଚନା ହୋଇଛି।


ରାଷ୍ଟ୍ରପତି ନିର୍ବାଚନରେ ଝାଡଖଣ୍ଡ କଂଗ୍ରେସର ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ରାଷ୍ଟ୍ରପତି ନିର୍ବାଚନରେ ​​କ୍ରସ୍ ଭୋଟିଂ କରିଥିଲେ। କଂଗ୍ରେସ ନେତୃତ୍ୱ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। କଂଗ୍ରେସ ବିଧାୟକଙ୍କ ଏକ ଗୋଷ୍ଠୀ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ବିରୋଧରେ ଯାଇଥିଲେ। ବର୍ତ୍ତମାନ ବିପୁଳ ନଗଦ ଟଙ୍କା ସହ ଦଳର ୩ ଜଣ ବିଧାୟକ ଧରାପଡ଼ିବା ଘଟଣା ବର୍ତ୍ତମାନ କ୍ଷମତା ପରିବର୍ତ୍ତନର ଖେଳକୁ ଦର୍ଶାଉଛି। ଯଦିଓ ଏହା ବିଫଳ ହୋଇଛି। ଏହି ମାମଲାର ତଦନ୍ତ ଚାଲିଥିବାରୁ ଏହି ଘଟଣାରେ ନୂଆ ମୋଡ଼ ଆସିପାରେ। ଆଗାମୀ ଦିନରେ ଝାଡଖଣ୍ଡର ରାଜନୀତିରେ ନୂତନ ରାଜନୈତିକ ସମୀକରଣ ଦୃଶ୍ୟମାନ ହେବା ନେଇ ଚର୍ଚ୍ଚା ହେଉଛି। 


Also Read: West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି