West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି, କହିଲେ...
Advertisement

West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି, କହିଲେ...

West Bengal Politics: ଆମ ଦଳ ବିରୋଧରେ ଅଭିଯୋଗ କରାଯାଉଛି ଯେ ବିଜେପି ଦଙ୍ଗାରେ ସାମିଲ ହୋଇଛି। ବିଜେପି ଦଙ୍ଗା କରୁଛି। ହେଲେ ମୋତେ ଏପରି ଏକ ଘଟଣା ଦେଖାନ୍ତୁ ଯାହା ଦର୍ଶାଉଛି ଯେ ଏହି ଦଙ୍ଗା ଘଟଣାରେ ବିଜେପି ଜଡିତ ରହିଛି।

West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି, କହିଲେ...

BJP Leader Mithun Chakraborty: ଅଭିନେତାରୁ ରାଜନେତା ପାଲଟିଥିବା ପଶ୍ଚିମବଙ୍ଗ ବିଜେପି ଶାଖାର ପୁରୁଖା ନେତା ମିଥୁନ ଚକ୍ରବର୍ତ୍ତୀ ବୁଧବାର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶାସକ ତୃଣମୂଳ କଂଗ୍ରେସର ପ୍ରାୟ ୩୮ ଜଣ ବିଧାୟକ ଆମ ଦଳ ସହ ଯୋଗାଯୋଗରେ ଅଛନ୍ତି। ମୁଁ ନିଜେ ୨୧ ଜଣ ଟିଏମସି ବିଧାୟକଙ୍କ ସହ ଆଲୋଚନା କରୁଛି ବୋଲି କହିଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ।

ବୁଧବାର ରାଜଧାନୀ କୋଲକାତାସ୍ଥିତ (Kolkatta) ରାଜ୍ୟ କାର୍ଯ୍ୟାଳୟରେ (West Bengal BJP State Office) ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ (BJP Leader Mithun Chakraborty) କହିଛନ୍ତି ସେ ସାମ୍ବାଦିକଙ୍କୁ ପଚାରିଥିଲେ ଯେ ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି? ମୋ ପାଖରେ ଏକ ବ୍ରେକିଂ ଖବର ଅଛି ଯେ ଶାସକ ତୃଣମୂଳ କଂଗ୍ରେସର ପ୍ରାୟ ୩୮ ଜଣ ବିଧାୟକ ଆମ ଦଳ ସହ ଯୋଗାଯୋଗରେ ଅଛନ୍ତି। ମୁଁ ନିଜେ ୨୧ ଜଣ ଟିଏମସି ବିଧାୟକଙ୍କ ସହ ଆଲୋଚନା କରୁଛି ବୋଲି କହିଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ।

ଆମ ଦଳ ବିରୋଧରେ ଅଭିଯୋଗ କରାଯାଉଛି ଯେ ବିଜେପି ଦଙ୍ଗାରେ ସାମିଲ ହୋଇଛି। ବିଜେପି ଦଙ୍ଗା କରୁଛି। ହେଲେ ମୋତେ ଏପରି ଏକ ଘଟଣା ଦେଖାନ୍ତୁ ଯାହା ଦର୍ଶାଉଛି ଯେ ଏହି ଦଙ୍ଗା ଘଟଣାରେ ବିଜେପି ଜଡିତ ରହିଛି।

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଯଦି ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ତାହେଲେ ସେ ବିଶ୍ରାମ ନିଅନ୍ତୁ। ଆରାମ କରନ୍ତୁ। ତାଙ୍କର କିଛି ହେବ ନାହିଁ। ହେଲେ ଯଦି ତାଙ୍କ ବିରୋଧରେ ପ୍ରମାଣ ରହିଛି ତାହେଲେ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ରାଜ୍ୟରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହି ଘଟଣାରେ ୧୦୦ କୋଟି ନୁହେଁ ବରଂ ୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି।

Also Read: West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty