ନୂଆଦିଲ୍ଲୀ: Uttar Pradesh Election 2022: ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାରା ବଢ଼ିଯାଇଛି । ଭାରତୀୟ ଜନତା ପାର୍ଟି (BJP) କ୍ୟାମ୍ପରେ ଅଧିକାଂଶ ଉତ୍ତେଜନା ଦେଖାଦେଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanaath) ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ସାକ୍ଷାତ କରୁଛନ୍ତି । ଅନ୍ୟପକ୍ଷରେ କ୍ୟାବିନେଟ ବିସ୍ତାରକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:- 'ୟାସ' ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର


ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ନିକଟରେ କଂଗ୍ରେସ (Congress) ଛାଡି ବିଜେପି (BJP) ରେ ଯୋଗ ଦେଇଥିବା ଜିତିନ ପ୍ରସାଦ (Jitin Prasada) ମଧ୍ୟ ଯୋଗୀ କ୍ୟାବିନେଟ (Yogi Cabinet) ର ଏକ ଅଂଶ ହୋଇପାରନ୍ତି । ସୂଚନାନୁସାରେ, ଜିତିନ ପ୍ରସାଦଙ୍କୁ ଜୁଲାଇ ମାସରେ MLC କରାଯାଇପାରେ । ଜୁଲାଇରେ ୫ଟି ଆସନ ପାଇଁ MLC ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ କ୍ୟାବିନେଟ୍ ବିସ୍ତାର ପାଇଁ ମଧ୍ୟ ରାସ୍ତା ଖୋଲା ଅଛି । ବିଜେପି ୟୁପି ନିର୍ବାଚନ ପୂର୍ବରୁ ଯେଉଁ  ବ୍ରାହ୍ମଣ ଚେହେରାକୁ ଖୋଜୁଥିଲା, ତାହା ଜିତିନ ପ୍ରସାଦଙ୍କ ରୂପରେ ଶେଷ ହେବାକୁ ଲାଗୁଛି ।


ଅଧିକ ପଢ଼ନ୍ତୁ:-କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ


ବାସ୍ତବରେ, ଜିତିନ ପ୍ରସାଦଙ୍କ ବିଜେପିକୁ ଆସିବାର ସମୟ କିମ୍ବା ତାଙ୍କ ଏଣ୍ଟ୍ରି ପରେ ତାଙ୍କ ଦ୍ୱାରା ଦିଆଯାଇଥିବା ବୟାନ । ଏସବୁରୁ ଜଣାପଡୁଛି ଯେ ଉତ୍ତରପ୍ରଦେଶର କ୍ୟାବିନେଟରେ ଜିତିନ ପ୍ରସାଦଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରାଯାଇଛି । କାରଣ ବର୍ତ୍ତମାନ ଉତ୍ତରପ୍ରଦେଶରୁ କୌଣସି ଲୋକସଭା ଆସନରେ ନିର୍ବାଚନ ହେବାର ନାହିଁ କିମ୍ବା କୌଣସି ରାଜ୍ୟସଭା ଆସନ ଖାଲି ନାହିଁ, ଏଭଳି ପରିସ୍ଥିତିରେ ଜିତିନ କେନ୍ଦ୍ରକୁ ଯିବାର ସମ୍ଭାବନା କମ୍ ରହିଛି ।


ଏଥି ସହିତ ଉତ୍ତରପ୍ରଦେଶରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ଦୀର୍ଘ ଦିନ ଧରି ଘୁଞ୍ଚି ଚାଲିଛି । ଏଥି ସହ ବିଜେପି ମଧ୍ୟ ରାଜ୍ୟ ସ୍ତରରେ ବ୍ରାହ୍ମଣ ଚେହେରା ଖୋଜୁଛି, ଏଭଳି ପରିସ୍ଥିତିରେ ବିଧାନ ପରିଷଦର ପାଞ୍ଚଟି ସିଟ୍ ଜୁଲାଇରେ ପୂରଣ ହେବ । ଏଭଳି ପରିସ୍ଥିତିରେ ବିଶେଷଜ୍ଞ କହିଛନ୍ତି ଯେ, ଜିତିନ ପ୍ରସାଦ ଖୁବ୍ ଶୀଘ୍ର ଯୋଗୀ କ୍ୟାବିନେଟରେ ସାମିଲ ହେବେ ।


ଅଧିକ ପଢ଼ନ୍ତୁ:-ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...


ତେବେ ଯୋଗୀ ଆଦିତ୍ୟନାଥଙ୍କ ନିକଟ ସୂତ୍ର ଏବଂ ସଂଗଠନର ଲୋକମାନେ କ୍ରମାଗତ ଭାବରେ ଅସ୍ୱୀକାର କରୁଛନ୍ତି ଯେ ବର୍ତ୍ତମାନ ସମୟରେ କୌଣସି କ୍ୟାବିନେଟ୍ ବିସ୍ତାର ହେବ ନାହିଁ । କିନ୍ତୁ ଯେଉଁଭଳି ଭାବରେ ଘଟଣାକ୍ରମ ଲଗାତାର ଭାବରେ ବଦଳୁଛି ଏବଂ ଦିଲ୍ଲୀରେ ବୈଠକ ଅନୁଷ୍ଠିତ ହେଉଛି, ତାହା କ୍ୟାବିନେଟ୍ ବିସ୍ତାରର ସଙ୍କେତ ଦେଉଛି ।