ପ୍ରିୟଙ୍କା ଗାନ୍ଧୀଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଚ୍ୟାଲେଞ୍ଜ
ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ରାଜପୁରରେ ପହଞ୍ଚି ସିନ୍ଧିଆ (Jyotiraditya Scindia) କହିଛନ୍ତି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ଆଗାମୀ ଉପନିର୍ବାଚନ (MP Bypolls) ରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ୱାଲିୟର-ଚମ୍ୱଲ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରନ୍ତି, ତେବେ ମଧ୍ୟ ବିଜେପି (BJP) କୁ ଜିତିବାରେ କୌଣସି ସମସ୍ୟା ଆସିବ ନାହିଁ ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ (MP Bypolls) ରେ ବିଜେପି (BJP) ସମସ୍ତ ୨୮ଟି ଆସନରେ ଜିତିବ ଓ କଂଗ୍ରେସ (Congress) ପାଇଁ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ପ୍ରଚାର କରିବାରୁ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଦାବି କରିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଖୁବ ଶୀଘ୍ର ଦତିଆ ଜିଲ୍ଲାର ପିଟାମ୍ବରା ପୀଠ ପରିଦର୍ଶନ କରିବାକୁ ଆସୁଛନ୍ତି । ଏହି ସମୟରେ ସ୍ଥାନୀୟ ନେତାମାନଙ୍କୁ ଭେଟିବା ବ୍ୟତୀତ ଏକ ରୋଡ୍ ଶୋ' କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ରାଜପୁରରେ ପହଞ୍ଚି ସିନ୍ଧିଆ କହିଛନ୍ତି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ଆଗାମୀ ଉପନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ୱାଲିୟର-ଚମ୍ୱଲ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରନ୍ତି, ତେବେ ମଧ୍ୟ ବିଜେପିକୁ ଜିତିବାରେ କୌଣସି ସମସ୍ୟା ଆସିବ ନାହିଁ । ଏକ ପ୍ରଶ୍ନର ଉତ୍ତରରେ ସିନ୍ଧିଆ କହିଛନ୍ତି, ଏହା ମୋର ମଧ୍ୟପ୍ରଦେଶ ଏବଂ ମୋର ଗ୍ୱାଲିୟର୍-ଚମ୍ବଲ୍ ଅଞ୍ଚଳ ସମସ୍ତଙ୍କୁ ସ୍ୱାଗତ କରିଥାଏ ।
ଅଧିକ ପଢ଼ନ୍ତୁ:-କ୍ଷମା ମାଗିଲେ କିମ୍ ଜୋଙ୍ଗ ଉନ୍
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଶେଷ କରି ଗ୍ୱାଲିୟର୍-ଚମ୍ବଲ ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଚାରର ସମ୍ଭାବନା ଉପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଗ୍ୱାଲିୟର-ଚମ୍ବଲ ଅଞ୍ଚଳକୁ ସିନ୍ଧିଆଙ୍କ ଗଡ଼ କୁହାଯାଏ । ରାଜ୍ୟର ୨୮ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରୁ ୧୬ଟି ଏହି ଅଞ୍ଚଳରୁ ଆସିଥାଏ ।
ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟ ଦି'ଫାଳ, ଏନଡିଏରେ ସାମିଲ ହେବ ଆରଏଲଏସପି !
ସିନ୍ଧିଆ କହିଛନ୍ତି ଯେ, ବିଜେପି ସମସ୍ତ ୨୮ଟି ଆସନ ଜିତିବ ଏବଂ ଆସନ୍ତା ବର୍ଷରେ ଆମେ ରାଜ୍ୟକୁ ବିକାଶ ପଥରେ ନେଇଯିବୁ । ସେ ଅଭିଯୋଗ କରିଛନ୍ତି ଯେ କମଲ ନାଥଙ୍କ ନେତୃତ୍ୱରେ ୧୫ ମାସର କଂଗ୍ରେସ ନେତୃତ୍ୱାଧୀନ ସରକାର ଦୁର୍ନୀତି ଦ୍ୱାରା ରାଜ୍ୟକୁ ଧ୍ୱଂସ କରିଦେଇଛନ୍ତି, କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣିଥରେ ରାଜ୍ୟକୁ ବିକାଶ ପଥରେ ନେଇଯିବେ ।