ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ହାତ ଧରିବେ ଜେଏନୟୁ ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ୱାଧିନ ବିଧାୟକ ଜିଗ୍ନେଶ ମେୱାନୀ। ଦଳକୁ ଉଭୟ ନେତାଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କାର୍ଯ୍ୟାଳୟ ବାହାରେ ବ୍ୟାନର ପୋଷ୍ଟର ଲଗାଇଛନ୍ତି କଂଗ୍ରେସ କର୍ମକର୍ତ୍ତା।   
 
ମଙ୍ଗଳବାର ସନ୍ଧ୍ୟାରେ ଦଳୀୟ ମୁଖ୍ୟାଳୟ (Congress Party Office) ଠାରେ ରାହୁଲ ଗାନ୍ଧୀଙ୍କ (Rahul Gandhi) ଉପସ୍ଥିତିରେ ସିପିଆଇ ନେତା କହ୍ନେୟା କୁମାର (Kanhaiya Kumar) ଏବଂ ଗୁଜୁରାଟର (Gujarat) ବଡଗାମ ବିଧାନସଭା ଆସନର ବିଧାୟକ (Vadgam Assembly Constituency) ତଥା ଦଳିତ ସାମାଜିକ କାର୍ଯ୍ୟକର୍ତ୍ତା (Dalit Social Activist) ଜିଗ୍ନେଶ ମେୱାନୀଙ୍କ (Jignesh Mevani) ସମେତ ତାଙ୍କର କିଛି ସହଯୋଗୀ ଆନୁଷ୍ଠାନିକ ଭାବେ କଂଗ୍ରେସରେ (Congress) ଯୋଗଦାନ କରିବେ। 


COMMERCIAL BREAK
SCROLL TO CONTINUE READING

Also Read: ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani


କଂଗ୍ରେସରେ  ସାମିଲ ହେବା ପୂର୍ବରୁ ସିପିଆଇ ନେତା କହ୍ନେୟା କୁମାର ଏବଂ ଦଳିତ ସାମାଜିକ କାର୍ଯ୍ୟକର୍ତ୍ତା ଜିଗ୍ନେଶ ମେୱାନୀ ଦିଲ୍ଲୀ ଆଇଟିଓସ୍ଥିତ ଶହୀଦ ପାର୍କ ଠାରେ ବିପ୍ଲବୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବେ। ସେଠାରେ ସେମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଯୁବ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିବେ। ସେଠାରୁ ସେମାନେ କଂଗ୍ରେସ କାର୍ଯ୍ୟାଳୟ ଆସିବେ। ଯେଉଁଠି ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି (Gujarat Pradesh Congress Committee) କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦିକ ପଟେଲ (Hardik Patel) ଏବଂ ଦଳୀୟ ମହାସଚିବ (Congress General Secretary) କେସି  ଭେନୁଗୋପାଳ (KC Venugopal) ଉପସ୍ଥିତି ରହିଥିବେ। 


ଦଳରେ ଯୋଗଦାନ କରିବା ପରେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନୀଙ୍କ ଭୂମିକା କ'ଣ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ମାତ୍ର ଏହା କୁହାଯାଇଛି ଯେ ସମଗ୍ର ଦେଶର ଯୁବପିଢିଙ୍କୁ କଂଗ୍ରେସ ସହ ଯୋଡିବା ପାଇଁ ସେମାନଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇପାରେ। କାରଣ ଏହା ଦ୍ୱାରା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗରେ କରାଯାଉଥିବା ଆନ୍ଦୋଳନକୁ ବଳ ମିଳିପାରିବ। ଏହି ଯୁବ ନେତାଙ୍କ ଜରିଆରେ ରାହୁଲ ଗାନ୍ଧୀ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଜାତୀୟ ରାଜୀତିରେ ବିରୋଧି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ହେଉଛନ୍ତି ସେ।   


Also Read: ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର


ବିହାରରେ କହ୍ନେୟା କୁମାର ଏବଂ ଗୁଜୁରାଟରେ ଜିଗ୍ନେଶ ମେୱାନୀଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିପାରେ କଂଗ୍ରେସ। ଏନେଇ ପ୍ରସ୍ତୁତ କରାଯାଇଥିବା ରଣନୀତି ଆଧାରରେ ଆଗାମୀ ଦିନରେ କିଛି ଅନ୍ୟ ଯୁବ ନେତାଙ୍କୁ ଦଳର ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜେପି-ଆରଏସଏସ ବିଚାର ଧାରା ବିରୁଦ୍ଧରେ ଲଢେଇ ଜାରି ରଖିଥିବା ଏହି ଦୁଇ ନେତାଙ୍କୁ ନେଇ ରାହୁଲ ଗାନ୍ଧୀ ବେଶ ପ୍ରଭାବିତ ଅଛନ୍ତି। ସେମାନଙ୍କୁ ନେଇ ସେ ଏକ ନୂଆ ଟିମ ଗଠନ କରିପାରନ୍ତି। ହେଲେ ବାମପନ୍ଥୀ ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ଦଳରେ ଆଣିବା ଦ୍ୱାରା କଂଗ୍ରେସକୁ ରାଜନୀତିରେ କେତେ ମାତ୍ରାରେ ଫାଇଦା ମିଳିବ ତାହା ଆଗାମୀ ଦିନରେ ଜଣାପଡି଼ବ। ଏନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରାହୁଲ ଗାନ୍ଧୀଙ୍କୁ ଦେବାକୁ ପଡ଼ିପାରେ।