ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani
Advertisement
Article Detail0/zeeodisha/odisha993981

ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବା ସହ ଏହାକୁ ଆଗେଇ ନେବା ପାଇଁ ପ୍ରୟାସ ଜାରି ରଖିଛ କଂଗ୍ରେସ। 

ଏହି ଦିନ Congress ରେ  ସାମିଲ ହେବେ Kanhaiya Kumar-Jignesh Mevani

ନୂଆଦିଲ୍ଲୀ: ଖୁବଶୀଘ୍ର କଂଗ୍ରେସ ହାତ ଧରିବେ ଦେଶର ଦୁଇ ଚର୍ଚ୍ଚିତ ଯୁବ ରାଜନେତା। ସ୍ୱାଧିନତା ସଂଗ୍ରାମୀ ବିପ୍ଲବୀ ଭଗତ ସିଂହ ଜୟନ୍ତୀ ଅବସରରେ ଉଭୟେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ଏହି ଦୁଇ ରାଜନେତା ହେଉଛନ୍ତି ସିପିଆଇ ନେତା କହ୍ନେୟା କୁମାର (Kanhaiya Kumar) ଏବଂ ଗୁଜୁରାଟର (Gujarat) ବଡଗାମ ବିଧାନସଭା ଆସନର ବିଧାୟକ (Vadgam Assembly Constituency) ଜିଗ୍ନେଶ ମେୱାନୀ (Jignesh Mevani)। 

ଏହା ପୂର୍ବରୁ ଖବର ଆସିଥିଲା କଂଗ୍ରେସ ସହ ଯୋଗୋଯୋଗରେ ରହିଥିଲେ କହ୍ନେୟା କୁମାର। ବିଗତ କିଛି ଦିନ ପୂର୍ବେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତାଙ୍କର ନିକଟତମ ସହଯୋଗୀଙ୍କ ସୂତ୍ରୁ ମିଳିଥିବା ଖବର ଅନୁସାରେ ଜାତୀୟ ସ୍ତରରେ ବିଜେପି ବିରୋଧି ଲଢେଇରେ ସାମିଲ ଥିବା କଂଗ୍ରେସର ଦଳୀୟ ସଙ୍ଗଠନକୁ ମଜବୁତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ସେ। 

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବା ସହ ଏହାକୁ ଆଗେଇ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ। ଏନେଇ ସେ ବିଜେପି ବିରୋଧି ଯୁବ ନେତଙ୍କୁ ନେଇ ଏକ ଦଳ ଗଢୁଛନ୍ତି। ଏହି ଦଳରେ କହ୍ନେୟା କୁମାର ଜଣେ ପ୍ରମୁଖ ସଦସ୍ୟ ଭାବେ ପରିଗଣିତ ହେବେ। କଂଗ୍ରେସରେ କହ୍ନେୟାଙ୍କ ଭୂମିକା ଜଣେ ଜାତୀୟ ସ୍ତରର ନେତାଙ୍କ ଭଳି ହେବ। କଂଗ୍ରେସ ନେତୃବୃନ୍ଦଙ୍କ ସହ ଉଭୟ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନୀ  କରିଥିବା ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି (Gujarat Pradesh Congress Committee) କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦିକ ପଟେଲ (Hardik Patel)। 

Also Read: ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର

ମୂଳତଃ ବିହାରରୁ ଆସୁଥିବା କହ୍ନେୟା କୁମାର ଦିଲ୍ଲୀସ୍ଥିତ ଜେଏନୟୁ (Delhi Jawaharlal Nehru University) ପରିସରରେ କଥିତ ଦେଶ ବିରୋଧି ସ୍ଲୋଗାନ ଦେବା ଅଭିଯୋଗରେ ଗିରଫ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ରାଜ୍ୟର ବେଗୁସରାୟ ସଂସଦୀୟକ୍ଷେତ୍ରରୁ ସିପିଆଇ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିରୋଧି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ ହୋଇଥିଲେ। 

ଅନ୍ୟପଟେ ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Elelction 2017) ବଡଗାମ ବିଧାନସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହେବା ପରେ ଚର୍ଚ୍ଚାର ବଳୟକୁ ଆସିଥିଲେ ଦଳିତ ସାମାଜିକ କାର୍ଯ୍ୟକର୍ତ୍ତା (Dalit Social Activist) ଜିଗ୍ନେଶ ମେୱାନୀ।