ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର
Advertisement

ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର

୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ବାମଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର ।

ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ-ଜେଏନୟୁ (Jawaharlal Neheru university) ଛାତ୍ରସଂଘର ପୂର୍ବତନ ସଭାପତି ତଥା ବାମଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର (Leftist Leader Kanhaiya Kumar) ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll) ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଏହା ସହିତ ସେ କହିଛନ୍ତି ବ୍ୟକ୍ତିଗତ ଭାବେ ମୁଁ ନିର୍ବାଚନ ଲଢିବ ନାହିଁ । ଯଦି ମୋ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ସିପିଆଇ (CPI-Communist Party of India) ନିର୍ବାଚନରେ କୌଣସି ଦାୟିତ୍ୱ ପ୍ରଦାନ କରେ ତାହେଲେ ସେହି କାମ ନିଶ୍ଚୟ କରିବି । ବାମଦଳ, କଂଗ୍ରେସ (Congress), ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (Rastriya Janata Dal-RJD) ନେତୃତ୍ୱରେ ଗଠିତ ହୋଇଥିବା ମହାମେଣ୍ଟରେ ସାମିଲ ହୋଇ ନିର୍ବାଚନ ଲଢିବ । ଉପଯୁକ୍ତ ସମୟରେ ମହାମେଣ୍ଟରେ ସାମିଲ ଥିବା ସମସ୍ତ ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା କରାଯିବ।

କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପୂର୍ବରୁ ସିପିଆଇ ନେତା କହ୍ନେୟା କୁମାର ନାଗରିକତା ସଂଶୋଧନ ଆଇନ-ସିଏଏ (CAA-Citizenship Amendment Act), ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା-ଏନଆରସି (NRC-National Register of Citizens) ବିରୁଦ୍ଧରେ ବିହାରର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରିଥିଲେ । ହେଲେ ପରେ ସେ ତାଙ୍କର ରାଜନୈତକି ସକ୍ରିୟତା ନଜର ଆସିନଥିଲା ।

ଏହି ଆନ୍ଦୋଳନରେ ସଫଳତା ମିଳିବା ସତ୍ତ୍ୱେ ନିର୍ବାଚନରୁ ପଛଘୁଞ୍ଚା ଦେବା ମାମଲାରେ ମତ ରଖି କହ୍ନେୟା କହିଛନ୍ତି, ତାଙ୍କର ଏହି ପ୍ରତିବାଦ ରାଲି କାହାକୁ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ କରିବା ଲାଗି ଉଦ୍ଦିଷ୍ଟ ନୁହେଁ । ଏପରିକି ବିହାରରେ କ୍ଷମତାସୀନ ଥିବା  ସରକାରରେ ବିଜେପି ଅଂଶୀଦାର ଥାଇ ମଧ୍ୟ ଏନଆରସି ବିରୁଦ୍ଧରେ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା ।

ହଠାତ ସକ୍ରିୟ ରାଜନୀତିରୁ ଗାଏବ ହୋଇଯିବା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି  ଲକ ଡାଉନ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଥିଲେ । ହେଲେ ସେ ସୋସିଆଲ ମିଡିଆ (Social Media) ରେ ନିଜେ କରୁଥିବା କାମ ବାବଦରେ ପ୍ରଚାର କରିବାକୁ ଏଡାଇ ଯାଇଥିଲେ । ଏଥର ଦଳ ନିଷ୍ପତ୍ତି ନେଇଛି ଯେ ମୁଁ ଅନ୍ୟ ଲୋକଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେବି ବୋଲି ସେ କହିଛନ୍ତି ।

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ (Lok Sabha Poll 2019) ରେ ସେ ବିହାରର ବେଗୁସରାୟ ସଂସଦୀୟ କ୍ଷେତ୍ର (Begusarai Parliamentary Constituency) ରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ତାଙ୍କୁ ଏହି ନିର୍ବାଚନରେ ବିଜେପିର ଫାୟାରବ୍ରାଣ୍ଡ ନେତା (BJP Fire Brand Leader) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରି ସଂସଦକୁ ନିର୍ବାଚନ ହୋଇଥିଲା ।  ଏହି ନିର୍ବାଚନରେ ତାଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଆରଜେଡି ନେତା ତନବୀର ହାସନ (Tanweer Hassan) ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଜେପି ସାମ୍ନାରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧିନ ମହମେଣ୍ଟର ଅବସ୍ଥା ଜଳଜଳ ହୋଇ ଦୃଶ୍ୟମାନ ହେଉଛି । ଅନ୍ୟପଟେ କହ୍ନେୟା କୁମାରଙ୍କ ଲୋକପ୍ରିୟତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ (Tejaswi Yadav) । ଏହି କାରଣ ଲାଗି କହ୍ନେୟା ବିହାର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ଯାହାଫଳରେ ପରାଜୟ ଲାଗି ତାଙ୍କୁ ଯେପରି ଟାର୍ଗେଟ କରାନଯାଉ।

ପୁରୁଣା କଥାକୁ ଭୁଲିଯିବାର ଆବଶ୍ୟକତା ରହିଛ । ଆରଜେଡି ସହ କୌଣସି ଖରାପ ସମ୍ପର୍କ ରହିନାହିଁ । ନିର୍ବାଚନ ସମୟରେ ଏକତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବା ଉପରେ ମତ ରଖି ସେ କହିଛନ୍ତି ସ୍ୱାଭାବିକ ଯେଉଁ ଦଳ ବଡ ହେବ ସେହି ଦଳର ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଆମେ କୌଣସି ଚେହେରା ଉପରେ ବିଶ୍ୱାସ କରୁନାହିଁ ବୋଲି କହ୍ନେୟା କହିଛନ୍ତ ।

ବିହାର ନିର୍ବାଚନରେ ଏଥର ସ୍ଥାନ ପାଇବାକୁ ପ୍ରସଙ୍ଗ ଉପରେ ମତ ରଖି ସେ କହିଛନ୍ତି ବର୍ତ୍ତମାନ ସମସ୍ତ ବର୍ଗର ଲୋକ ସମସ୍ୟାରେ ରହିଛନ୍ତି । କୃଷି ବିଲ ବିରୁଦ୍ଧରେ କୃଷକ ଆନ୍ଦୋଳନ କରୁଛନ୍ତି । ଲୋକଙ୍କ ମଧ୍ୟରେ ଏହି ପ୍ରସଙ୍ଗ ପହଞ୍ଚାଇବା ଆମର ଦାୟିତ୍ୱ । ଯାହା ଦ୍ୱାରା ଲୋକେ ଜାତି ଓ ଧର୍ମ ଛାଡି ବିହାର ପ୍ରସଙ୍ଗରେ ଭୋଟ୍ ଦେବେ । ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଚାରିବୁ, ବିହାର କାହିଁକି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଲା ନାହିଁ? ପ୍ରଧାନମନ୍ତ୍ରୀ ଯେଉଁ ପ୍ୟାକେଜ୍ ଘୋଷଣାସ କରିଥିଲେ ତାହା କେତେ ଦୂର କାର୍ଯ୍ୟକାରୀ କରାଗଲା । 

ଗତ ୨୦୧୫ ବିଧାନସଭା ନିର୍ବାଚନରେ ୬ଟି ବାମଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ସିପିଆଇ ସହ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାର୍କସିଷ୍ଟ-ସିପିଆଇଏମ (Communist Party of India Marxist) ଖାତା ଖୋଲି ପାରିନଥିବା ବେଳେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାର୍କ୍ସସିଷ୍ଟ-ଲେନିନିଷ୍ଟ ଲିବରେସନ (Communist Party of India Marxist–Leninist Liberation) ୩ଟି ଆସନ ଅକ୍ତିଆର କରିଥିଲା ।

ଯଦି ଏଥର ବାମଦଳ ମହାମେଣ୍ଟରେ ସାମିଲ ହୁଏ ତାହେଲେ ଦଳକୁ ୨୦ଟି ଆସନ ମିଳିପାରେ । ମହାମେଣ୍ଟରେ ଆସନ ଭାଗବଣ୍ଟାରେ ହେଉଥିବା ବିଳମ୍ବ ମତ ରଖି ସେ ପ୍ରତ୍ୟେକ ନିର୍ବାଚନରେ ଏପରି ସ୍ଥିତି ସୃଷ୍ଟି ହୋଇଥାଏ । ଆରଜେଡି-କଂଗ୍ରେସ ନେତୃତ୍ୱାଧିନ ମହାମେଣ୍ଟରେ ରାଷ୍ଟ୍ରୀୟ ଲୋକସମତା ପାର୍ଟି-ଆରଏଲଏସପି (RLSP-Rastriya Lok Samata Party), ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (Vikassheel Insaan Party-VIP) ପ୍ରମୁଖ ଛୋଟ ଦଳ  ସାମିଲ ଅଛନ୍ତି ।  ଏହି ମେଣ୍ଟରୁ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା-ହାମ (HAM-Hindusatn Awami Morcha) ବାହାରିଯାଇଛି ।