ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ହେଉଥିବା ଦାବି ଜୋର ଧରିବାରେ ଲାଗିଛି। ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବିଭିନ୍ନ ରାଜନୈତିକ ଦଳ ଏ ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।   


COMMERCIAL BREAK
SCROLL TO CONTINUE READING

ରାଜ୍ୟର ହଜରତବଲ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଦଳର ଯୁବ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ନ୍ୟାସନାଲ କନଫରେନ୍ସ (National Conference) ଅଧ୍ୟକ୍ଷ ତଥା ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା (Farooq Abdullah)  ଧମକ ଦେବା ଶୈଳୀରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏନେଇ ସେ କହି କେନ୍ଦ୍ର ସରକାରଙ୍କ ଦ୍ୱାରା ଛଡା଼ଇ ନିଆଯାଇଥିବା ଅଧିକାରକୁ ପୁନଃର୍ବାର ପାଇବା ପାଇଁ କୃଷକଙ୍କ ଭଳି ବଳିଦାନ ଦେବାକୁ ପଡି଼ବ। ଏନେଇ ଏକ ସ୍ୱତନ୍ତ୍ର ମଞ୍ଚ ପ୍ରତିଷ୍ଠା କରିବା ପାଇଁ ସେ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଯାହା ଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ମିଳିପାରିବ। 


Also Read: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ରିପେୋର୍ଟ ପ୍ରସ୍ତୁତ


ଏହା ସହିତ ସେ ରାଜ୍ୟର ଭାରକୁ ଯୁବପିଢିଙ୍କୁ କାନ୍ଧରେ ବହନ କରିବାକୁ ହେବ। ଆପଣ ନମାଜ ରାସ୍ତାରେ ରୁହନ୍ତୁ। ଆଲ୍ଲାଙ୍କ ପଥ ଅନୁସରଣ କରନ୍ତୁ। କୌଣସି ସ୍ଥାନରେ ପ୍ରଣାମ କରିବାର ଆବଶ୍ୟକତା ନାହିଁ। କେନ୍ଦ୍ର ଦ୍ୱାରା ଆମ ଠାରୁ ଛଡା଼ଇ ନିଆଯାଇଥିବା ଅଧିକାରକୁ ଫେରାଇ ଆଣିବା ପାଇଁ ଆମକୁ ମଧ୍ୟ ସମାନ ବଳିଦାନ ଦେବାକୁ ହେବ। ଅଧିକାର ପାଇଁ ଆମକୁ କୃଷକଙ୍କ ଭଳି ବଳିଦାନ ଦେବାକୁ ହେବ ବୋଲି କହିଛନ୍ତି।


Also Read: JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ


ସେହିପରି ରାଜ୍ୟର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏହି ଦାବିକୁ ଦୋହରାଇଛନ୍ତି। ଏନେଇ ସେ କହିଛନ୍ତି  ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରିବା ଆବଶ୍ୟକ।