ନୂଆଦିଲ୍ଲୀPrashant Kishor: ନିକଟ ଅତୀତରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ (Congress) ର ଶୋଚନୀୟ ପରାଜୟ ପରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଦଳରେ ଆଣିବାକୁ ପ୍ରସ୍ତୁତି ଚାଲିଛି । କଂଗ୍ରେସର ବରିଷ୍ଠ ନେତୃତ୍ୱ (Congress Senior Leaders) ଙ୍କ ସହ ପ୍ରଶାନ୍ତ କିଶୋର ବୈଠକ କରୁଛନ୍ତି, କିନ୍ତୁ ଦଳରେ ଯୋଗଦେବାକୁ ନେଇ କିଛି ସମସ୍ୟା ଦେଖାଦେଇଛି । ଏହି ସମୟରେ ବଲିଉଡ ଅଭିନେତା କମାଲ ଆର ଖାନ (Kamal R Khan) ଏହା ଉପରେ ଟ୍ୱିଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଟ୍ୟାଗ୍ କରି ବଲିଉଡ ଅଭିନେତା କମଲ ଆର ଖାନ (KRK) ଟ୍ୱିଟରରେ ଲେଖିଛନ୍ତି ଯେ, "ପ୍ରିୟ ପ୍ରଶାନ୍ତ କିଶୋର (Prashant Kishor) ମୁଁ ଭାରତ ଛାଡ଼ି ଦେଇଥିଲି, ଯେତେବେଳେ ମୋଦିଜୀ (PM Modi) ଜିତିଥିଲେ । ଯଦି ଆପଣ ୨୦୨୪ର ନିର୍ବାଚନରେ କଂଗ୍ରେସ (Congress) କୁ ଜିତିବା ପାଇପାରିଲେ, ତେବେ ମୁଁ ମଧ୍ୟ ଦୁବାଇକୁ ସବୁଦିନ ପାଇଁ ଛାଡ଼ିଦେବି । ମୁଁ ମଧ୍ୟ ଟ୍ୱିଟର ଛାଡ଼ି ଦେବି । ମୁଁ ଫିଲ୍ମ ସମୀକ୍ଷା କରିବା ମଧ୍ୟ ବନ୍ଦ କରିଦେବି । କିନ୍ତୁ ଯଦି କଂଗ୍ରେସ ଜିତିବ ନାହିଁ ତେବେ ଆପଣଙ୍କୁ ଏହି ସମସ୍ତ ଡ୍ରାମାକୁ ସବୁଦିନ ପାଇଁ ବନ୍ଦ କରିବା ଉଚିତ ।"



KRK ଙ୍କ ଏହି ଟ୍ୱିଟ ଉପରେ ଶିବମ ଦୀପ ପ୍ରଜାପତି ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ମୋଦିଜୀଙ୍କ ବ୍ୟତୀତ କେବଳ KRK ହେଉଛି ଏହି ଦୁନିଆର ଦ୍ୱିତୀୟ ବ୍ୟକ୍ତି ଯିଏ କି ଏପରି କଠିନ ନିଷ୍ପତ୍ତି ନେଇ ପାରିବେ । ସେହିପରି ନନ୍ଦୀଶ୍ୱର ଗିରି ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ସବୁଠାରୁ ବଡ଼ ଡ୍ରାମାବାଜ୍ ତ ତୁମେ ହିଁ KRK, କେବେ ଓ କେଉଁ ଡ୍ରାମା ଆରମ୍ଭ କରିଦେବ, ତାହା ଜଣାପଡ଼ି ନଥାଏ । ବର୍ତ୍ତମାନ ସମୟରେ ଏହି ମାମଲାରେ ପ୍ରଶାନ୍ତ କିଶୋର ହେଉଛନ୍ତି ଶିଶୁ ।


ପ୍ରଶାନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ପ୍ରଥମ ଥର KRK ଭାଇ କୌଣସି ବାଜି ଜିତିବେ । ସେହିପରି ଶିବମ ବାଜପେୟ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ବୋଧହୁଏ ଆପଣଙ୍କୁ ଦୁବାଇରେ ରହିବାକୁ ପଡ଼ିବ ଓ ଫିଲ୍ମ ସମୀକ୍ଷା ମଧ୍ୟ କରିବାକୁ  ପଡ଼ିବ । ସିଦ୍ଧାର୍ଥ ନାମକ ୟୁଜର ଲେଖିଛନ୍ତି ଯେ, ୨୦୨୪ର ଆଗୁଆ ଫଳାଫଳ ଆସିବା ଆରମ୍ଭ ହୋଇସାରିଛି ।


ଏହା ବି ପଢ଼ନ୍ତୁ:-ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...


ଏହା ବି ପଢ଼ନ୍ତୁ:-ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ


ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର!


ସୂଚନାଯୋଗ୍ୟ, ପାଞ୍ଚଟି ରାଜ୍ୟରେ ପରାୟଜ ଓ ଆଗାମୀ ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ (Congress) ନେତୃତ୍ୱ ଉପରେ ଚାପ ବଢ଼ି ବଢ଼ି ଚାଲିଛି । ଏଥିପାଇଁ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ସହ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି । ଦଳ ତାଙ୍କୁ ଗୁଜୁରାଟ ଭିତରେ ସୀମିତ ରଖିବାକୁ ଚାହୁଁଛି, କିନ୍ତୁ ସେ ୨୦୨୪ ଲୋକସଭା ନିର୍ବାଚନରେ ଦଳ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଚାହୁଁଛନ୍ତି । ସେ ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଛି ।