Lok Sabha Election 2024 Phase 2 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା 
ଦ୍ୱିତୀୟ ପର୍ଯ୍ୟାୟର ୧୨ ରାଜ୍ୟର ୮୮ ଲୋକସଭା ଆସନରେ ହୋଇଥିଲା ମତଦାନ। ଏହି ପର୍ଯ୍ୟାୟରେ ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧୫.୮୮ କୋଟି ଭୋଟର। 


COMMERCIAL BREAK
SCROLL TO CONTINUE READING

ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟ ପ୍ରଦେଶର ୬, ଆସାମର ୫, ବିହାରର ୫, ପଶ୍ଚିମବଙ୍ଗର ୩, ଛତିଶଗଡ଼ର ୩, ଜମ୍ମୁ କଶ୍ମୀର, ମଣିପୁର ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ଶେଷ ହୋଇଛି ଭୋଟ ଗ୍ରହଣ। ଆପଣଙ୍କୁ କହିରଖୁଛୁ ଯେ ଅପ୍ରେଲ ୨୬ ତାରିଖ ଶୁକ୍ରବାର ମଧ୍ୟ ପ୍ରଦେଶର ୭ ଆସନରେ ଭୋଟଗ୍ରହଣ ହୋଇଥାନ୍ତା। ମାତ୍ର ବୈତୁଲ ଆସନରୁ ନିର୍ବାଚନ ଲଢୁଥିବା ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ଦେହାନ୍ତ ହେବା କାରଣରୁ ଏହି ଆସନରେ ଭୋଟ ଗ୍ରହଣ ହୋଇନାହିଁ। ଏଠାରେ ମେ ୭ ତାରିଖରେ ଅନୁଷ୍ଠିତ ହେବ ମତଦାନ। ସେହିପରି  ଆଉଟର ମଣିପୁର ଲୋକସଭା ଆସନ ଅଧିନସ୍ଥ ୧୩ ବିଧାନସଭା ଆସନରେ ଶୁକ୍ରବାର (ଅପ୍ରେଲ ୨୬) ହୋଇଯାଇଛି ମତଦାନ। 


Also Read: Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ


କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ? (ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ)


  • ଆସାମ: ୭୦.୬୬ ପ୍ରତିଶତ

  • ବିହାର: ୫୩.୦୩ ପ୍ରତିଶତ,

  • ଛତିଶଗଡ଼: ୭୨.୧୩ ପ୍ରତିଶତ

  • ଜାମୁ କାଶ୍ମୀର: ୬୭.୨୨ ପ୍ରତିଶତ 

  • କର୍ଣ୍ଣାଟକ: ୬୩.୯୦ ପ୍ରତିଶତ 

  • କେରଳ: ୬୩.୯୭ ପ୍ରତିଶତ

  • ମଧ୍ୟ ପ୍ରଦେଶ: ୫୪.୮୩ ପ୍ରତିଶତ

  • ମହାରାଷ୍ଟ୍ର: ୫୩.୫୧ ପ୍ରତିଶତ

  • ମଣିପୁର: ୭୬.୦୬ ପ୍ରତିଶତ

  • ରାଜସ୍ଥାନ: ୫୯.୧୯ ପ୍ରତିଶତ

  • ତ୍ରିପୁରା: ୭୬.୨୩ ପ୍ରତିଶତ

  • ଉତ୍ତର ପ୍ରଦେଶ: .୫୨.୬୪ ପ୍ରତିଶତ 

  • ପଶ୍ଚିମବଙ୍ଗ: ୭୧.୮୪ ପ୍ରତିଶତ 


Also Read: Lok Sabha Election 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ


ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ରାଜ୍ୟର କେତେ ଆସନରେ ହୋଇଥିଲା ମତଦାନ?


  • ଆସାମ: ୫

  • ବିହାର: ୫

  • ଛତିଶଗଡ଼: ୩

  • ଜମୁ କାଶ୍ମୀର: ୧

  • କର୍ଣ୍ଣାଟକ: ୧୪

  • କେରଳ: ୨୦

  • ମଧ୍ୟପ୍ରଦେଶ: ୬

  • ମହାରାଷ୍ଟ୍ର: ୮

  • ରାଜସ୍ଥାନ: ୧୩

  • ତ୍ରିପୁରା: ୧

  • ଉତ୍ତର ପ୍ରଦେଶ: ୮

  • ପଶ୍ଚିମବଙ୍ଗ: ୩


ଶୁକ୍ରବାର କେଉଁ ରାଜ୍ୟରେ କେଉଁ ଆସନରେ ହୋଇଥିଲା ଭୋଟ ଗ୍ରହଣ


ଆସାମ 


  • ଡାରଙ୍ଗ-ଉଦଲଗୁଡ଼ି

  • ଡିଫୁ

  • କରିମଗଞ୍ଜ

  • ସିଲଚର 

  • ନଗାଓଁ 


ବିହାର 
କିଶାନଗଞ୍ଜ
କଟିହାର
ପୂର୍ଣ୍ଣିଆ
ଭାଗଲପୁର
ବାଙ୍କା 


ଛତିଶଗଡ଼ 


  • ରାଜନନ୍ଦଗାଓଁ 

  • ମହାସମୁନ୍ଦ

  • କାଙ୍କର


ଜାମୁକାଶ୍ମୀର
ଜାମୁ 


 


କର୍ଣ୍ଣାଟକ


  • ଉଡ଼ୁପି-ଚିକମାଗାଲୁର

  • ହାସନ 

  • ଦକ୍ଷିଣ କନ୍ନଡ

  • ଚିତ୍ରଦୁର୍ଗ 

  • ଟୁମ୍କୁର

  • ମାଣ୍ଡ୍ୟ 

  • ମହୀଶୂର,

  • ଚମରାଜନଗର

  • ବେଙ୍ଗାଲୁରୁ ଗ୍ରାମୀଣ

  • ବେଙ୍ଗାଲୁରୁ ଉତ୍ତର

  • ବେଙ୍ଗାଲୁରୁ କେନ୍ଦ୍ର

  • ବେଙ୍ଗାଲୁରୁ ଦକ୍ଷିଣ

  • ଚିକବାଲାପୁର

  • କୋଲାର


କେରଳ


  • କାସୋରଗଡ଼

  • କନ୍ନୁର

  • ଭାଦାକରା

  • ୱାୟନାଡ଼

  • କୋଝିକୋଡ଼ 

  • ମାଲାପ୍ପୁରାମ

  • ପୋନାନି

  • ପଲକ୍କଡ଼

  • ଆଲାଥୁର

  • ଥ୍ରିସୁର

  • ଚଲାକୁଡି଼

  • ଏର୍ଣ୍ଣାକୁଲମ

  • ଇଡ଼ୁକି

  • କୋଟାୟାମ

  • ଆଲାପୁଝା

  • ମାଭେଲିକାରା

  • ପଠାନମଥିତା

  • କୋଲାମ

  • ଅଟ୍ଟିଙ୍ଗାଲ

  • ଥିରୁଅନନ୍ତପୁରମ


ମଧ୍ୟପ୍ରଦେଶ


  • ଟିକମଗଡ଼

  • ଦମୋହ

  • ଖଜୁରାହୋ

  • ସତନା

  • ରୀୱା

  • ହୋଶଙ୍ଗାବାଦ


ମହାରାଷ୍ଟ୍ର


  • ବୁଲଢାଣା

  • ଅକୋଲା

  • ଅମରାବତୀ

  • ୱାର୍ଦ୍ଧା,

  • ୟାଭତମାଲ-ୱାଶିମ୍

  • ହିଙ୍ଗୋଲି

  • ନାନ୍ଦେଡ

  • ପରଭାନୀ


ରାଜସ୍ଥାନ 


  • ଟୋଙ୍କ-ସୱାଇ ମାଧୋପୁର

  • ଅଜମେର

  • ପାଲି

  • ଯୋଧପୁର

  • ବାଡ଼ମେର୍

  • ଜାଲୋର

  • ଉଦୟପୁର

  • ବାଂସୱାଡ଼ା

  • ଚିତ୍ତୌରଗଡ

  • ରାଜସମନ୍ଦ

  • ଭିଲୱାଡ଼ା

  • କୋଟା

  • ଝାଲାୱାର-ବାରନ


ତ୍ରିପୁରା
ତ୍ରିପୁରା ପୂର୍ବ


ଉତ୍ତରପ୍ରଦେଶ


  • ଅମରୋହା

  • ମେରଠ 

  • ବଗପତ

  • ଗାଜିଆବାଦ

  • ଗୌତମ ବୁଦ୍ଧ ନଗର

  • ବୁଲନ୍ଦ ଶହର

  • ଆଲିଗଡ଼

  • ମଥୁରା


ପଶ୍ଚିମବଙ୍ଗ


  • ଦାର୍ଜିଲିଂ

  • ରାଇଗଞ୍ଜ 

  • ବାଲୁରଘାଟ