Lok Sabha Election 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ
Advertisement

Lok Sabha Election 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ

Lok Sabha Elections 2024 Voting: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୧୬୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

 Lok Sabha Election 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ

Lok Sabha Election 2024 Phase 1 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ତାରିଖ ଶୁକ୍ରବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ହୋଇଥିଲା ମତଦାନ। ଏହି ପର୍ଯ୍ୟାୟରେ ୧୬ ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଛୋଟ ମୋଟ ହିଂସାକାଣ୍ଡକୁ ଛାଡି଼ଦେଲ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ରହିଥିଲା।

ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଥିବାର ରେକର୍ଡ କରାଯାଇଛି। ଏହି ରାଜ୍ୟରେ ସନ୍ଧ୍ୟା ପଞ୍ଚଟା ପର୍ଯ୍ୟନ୍ତ ୭୭.୫୭% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ସର୍ବନିମ୍ନ ମତଦାନ ବିହାରରେ ହୋଇଛି। ଯେଉଁଠି ୪୬.୩୨% ମତଦାନ ହୋଇଥିବାର ରେକର୍ଡ କରାଯାଇଛି।

କେଉଁ ରାଜ୍ୟରେ କେଉଁ ପ୍ରତିଶତ ହୋଇଛି ମତଦାନ?

  • ତାମିଲନାଡୁ: ୬୨.୦୨%
  • ତ୍ରିପୁରା: ୭୬.୧୦%
  • ଉତ୍ତର ପ୍ରଦେଶ: ୫୭.୫୪%
  • ଉତ୍ତରାଖଣ୍ଡ: ୫୩.୩୬%
  • ପଶ୍ଚିମବଙ୍ଗ: ୭୭.୫୭%
  • ନାଗାଲାଣ୍ଡ: ୫୫.୭୯%
  • ପୁଦୁଚେରୀ: ୭୨.୮୪%
  • ରାଜସ୍ଥାନ: ୫୦.୨୭%
  • ସିକ୍କିମ୍: ୬୮.୦୬% 
  • ମଧ୍ୟ ପ୍ରଦେଶ: ୬୩.୨୭%
  • ଲକ୍ଷାଦୀପ: ୫୯.୦୨%
  • ମହାରାଷ୍ଟ୍ର: ୫୪.୮୫%
  • ମଣିପୁର: ୬୭.୬୬%
  • ମେଘାଳୟ: ୬୯.୯୧%
  • ଆଣ୍ଡାମାନ ନିକୋବର: ୫୬.୮୭%
  • ଅରୁଣାଚଳ ପ୍ରଦେଶ: ୬୩.୪୪%
  • ଆସାମ: ୭୦.୭୭%
  • ବିହାର: ୪୬.୩୨%
  • ଛତିଶଗଡ଼: ୬୩.୪୧%
  • ଜାମୁ କାଶ୍ମୀର: ୬୫.୦୮%

ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟ ପ୍ରଦେଶର ୬, ବିହାରର ୪, ପଶ୍ଚିମବଙ୍ଗର ୩, ଆସାମର ୫ ଏବଂ ମହାରାଷ୍ଟ୍ରର ୫, ମଣିପୁରର ସମସ୍ତ ୨, ତ୍ରିପୁରାର ୧, ଜାମୁ କାଶ୍ମୀରର ୧, ଛତିଶଗଡ଼ର ୧, ତାମିଲନାଡୁର ସମସ୍ତ ୩୯, ମେଘାଳୟର ସମସ୍ତ ୨, ଉତ୍ତରଖଣ୍ଡର ସମସ୍ତ ୫, ଅରୁଣାଚଳ ପ୍ରଦେଶର ସମସ୍ତ ୧, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମସ୍ତ , ମିଜୋରାମର ସମସ୍ତ ୧, ନାଗାଲାଣ୍ଡର ସମସ୍ତ ୧, ପୁଦୁଚେରୀର ସମସ୍ତ ୧, ସିକ୍କିମର ସମସ୍ତ ୧, ଲାକ୍ଷାଦ୍ୱୀପର ସମସ୍ତ ୧ ଲୋକସଭା ଆସନରେ ହୋଇଥିଲା ଭୋଟ ଗ୍ରହଣ। 

ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧ ଲକ୍ଷ ୮୭ ହଜାର ପୋଲିଂ ବୁଥ୍‍ ନିର୍ମାଣ ହୋଇଥିଲା। ଆଜି  ୧୦୨ ଆସନରେ ନିର୍ବାଚନ ଲଢୁଥିବା ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ପର୍ଯ୍ୟାୟରେ ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ସେମାନେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ କିରେନ୍‍ ରିଜିଜୁ, ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ,ସଞ୍ଜୀବ ବାଲିୟାନ, କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରାଜ୍ୟସଭା ସାଂସଦ ତଥା ଜଳସମ୍ପଦ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ନିଶିଥ ପ୍ରମାଣିକ ଏବଂ ଡ.ଏଲ୍‍ ମୁରୁଗାନ। ସେହିପରି ଆଉ ଜଣେ ହାଇପ୍ରୋଫାଇଲ୍‍ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ। ଯିଏ ତାଙ୍କ ଗୃହ ରାଜ୍ୟ ତାମିଲନାଡୁର ଦକ୍ଷିଣ ଚେନ୍ନାଇ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 

ନିର୍ବାଚନ ଦାୟିତ୍ୱରେ ୧୮ ଲକ୍ଷ ମାନବ ସମ୍ବଳ ନିୟୋଜିତ ହୋଇଛି। ଭୋଟ୍‍ ଦେବା ଲାଗି ଯୋଗ୍ୟ ବିବେଚିତ ମତାଦାତଙ୍କ ଭିତରେ ରହିଛନ୍ତି ୮ କୋଟି ୮୦ ଲକ୍ଷ ପୁରୁଷ, ୮ କୋଟି ୨୩ ଲକ୍ଷ ମହିଳା,  ୧୧ ହଜାର ୩୭୧ ତୃତୀୟ ଲିଙ୍ଗୀ। ଏହା ସହିତ ୩୫ ଲକ୍ଷ ନୂଆ ଭୋଟର ରହିଛନ୍ତି ଯେଉଁମାନେ ପ୍ରଥମଥର ପାଇଁ ଭୋଟ ଦେବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାରେ ଚିହ୍ନିତ ସମସ୍ତ ବୁଥ ଠାରେ ଆବଶ୍ୟକୀୟ ମେସିନ, ମାନବସମ୍ବଳ, ସୁରକ୍ଷା ବ୍ୟବସ୍ଥା ପହଞ୍ଚାଇବା ଲାଗି  ନିର୍ବାଚନ କମିଶନ ୪୧ ହେଲିକପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ ଗାଡ଼ି ବ୍ୟବହାର କରିଛନ୍ତି ନିର୍ବାଚନ ଆୟୋଗ।