ଏବେ ଲୋକସଭା ନିର୍ବାଚନ ହେଲେ ବିଜେପିକୁ ମାତ୍ ଦେଇପାରିବ କି କଂଗ୍ରେସ? ଜାଣନ୍ତୁ...
ସର୍ଭେରୁ ଜଣାପଡିଛି ଯେ ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ (Lok Sabha Election) ହୁଏ, ତେବେ ଏନଡିଏ (NDA) ୩୨୧ଟି ଆସନ ପାଇପାରେ । MOTN ର ୨୦୨୦ ସର୍ଭେ ତୁଳନାରେ ଏନଡିଏକୁ ୫ଟି ଆସନର କ୍ଷତି ହେଉଛି । ତେବେ ୨୦୧୯ ଲୋକସଭା ନିର୍ବାଚନ (Lok Sabha Election 2019) ରେ ଜିତିଥିବା ୩୫୩ ଟି ଆସନରୁ ଏହା କମ୍ ଅଟେ । ଅନ୍ୟପକ୍ଷରେ ୟୁପିଏ (UPA) ୯୩ଟି ଆସନ ଜିତିବାରେ ସଫଳ ହେବ ବୋଲି ଆକଳନ କରାଯାଇଛି ।
ନୂଆଦିଲ୍ଲୀ: ୨୦୨୦ ମୋଦି ସରକାର (Modi Govt) ଙ୍କ ପାଇଁ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିଲା । କୋରୋନା ମହାମାରୀ ଦେଶକୁ ନିଜ ଅଧୀନ ରଖିଥିବାବେଳେ ଚୀନ୍ ସୀମାରେ ବର୍ଷସାରା ଅସ୍ଥିରତା ଜାରି ରହିଥିଲା । ୨୦୨୦ ର ଆରମ୍ଭ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ବିରୋଧରେ ପ୍ରଦର୍ଶନରୁ ହୋଇଥିବା ବେଳେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସହିତ ବର୍ଷ ଶେଷ ହୋଇଛି ।
ଅଧିକ ପଢ଼ନ୍ତୁ:-'ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି ବିଜେପି, ଚାଟରୁ ଖୁଲାସା'
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ନେତା କିମ୍ବା ତାଙ୍କ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇବା ସ୍ୱାଭାବିକ ବିଷୟ । କିନ୍ତୁ ଭାରତୀୟ ଜନତା ପାର୍ଟି (BJP) ଓ ମୋଦି ସରକାରଙ୍କ କ୍ଷେତ୍ରରେ ଏହା ଦେଖାଯାଉ ନାହିଁ । ଇଣ୍ଡିଆ ଟୁଡେ-କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏପର୍ଯ୍ୟନ୍ତ ରହିଛି ଏବଂ ଜନସାଧାରଣ ତାଙ୍କ ସରକାରଙ୍କ ସହ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ
ସର୍ଭେରୁ ଜଣାପଡିଛି ଯେ ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ (Lok Sabha Election) ହୁଏ, ତେବେ ଏନଡିଏ (NDA) ୩୨୧ଟି ଆସନ ପାଇପାରେ । MOTN ର ୨୦୨୦ ସର୍ଭେ ତୁଳନାରେ ଏନଡିଏକୁ ୫ଟି ଆସନର କ୍ଷତି ହେଉଛି । ତେବେ ୨୦୧୯ ଲୋକସଭା ନିର୍ବାଚନ (Lok Sabha Election 2019) ରେ ଜିତିଥିବା ୩୫୩ ଟି ଆସନରୁ ଏହା କମ୍ ଅଟେ । ଅନ୍ୟପକ୍ଷରେ ୟୁପିଏ (UPA) ୯୩ଟି ଆସନ ଜିତିବାରେ ସଫଳ ହେବ ବୋଲି ଆକଳନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ
କେଉଁ ଦଳକୁ ମିଳିବ କେତେ ଆସନ
ସର୍ଭେ ଅନୁଯାୟୀ, ୫୪୩ ଲୋକସଭା ଆସନ ମଧ୍ୟରୁ ୨୯୧ଟି ଆସନ ବିଜେପି ଖାତାକୁ ଯାଇପାରେ । ଅର୍ଥାତ୍ ବିଜେପି ନିଜ ଦମରେ ସରକାର ଗଠନ କରିପାରିବ । ଏହାସହ ଗେରୁଆ ଦଳକୁ ୩୭ ପ୍ରତିଶତ ଭୋଟ୍ ମିଳିପାରେ । ଅନ୍ୟପଟେ କଂଗ୍ରେସ ନିଜ ଦମରେ ୫୧ଟି ଆସନ ଜିତିବାରେ ସଫଳ ହେବ । ଆଉ ଦଳ ୧୯ ପ୍ରତିଶତ ଭୋଟ୍ ପାଇଥିବାର ଦେଖାଯାଉଛି । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ କଂଗ୍ରେସ ଗୋଟିଏ ଆସନ ହରାଇବାର ସମ୍ଭାବନା ରହିଛି । ସର୍ଭେ ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୟୁପିଏ ୨୭ ପ୍ରତିଶତ ଭୋଟ୍ ସହ ୯୩ଟି ଆସନ ପାଇବ ବୋଲି ଆକଳନ କରାଯାଇଛି ।
ତେବେ ୟୁପିଏର ଦୁଇଟି ଆସନ ବୃଦ୍ଧି ପାଇଥିବାର ଦେଖାଯାଉଛି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ଟି ଆସନ ଜିତିଥିବାବେଳେ ୟୁପିଏ ୯୧ଟି ଆସନ ଜିତିଛି । ଆଜତକ-କାର୍ଭି ଇନ୍ସାଇଟ୍ସ ଲିମିଟେଡ୍ ସର୍ଭେ ଅନୁଯାୟୀ ଅନ୍ୟ ଦଳଗୁଡିକ ୩୦ ପ୍ରତିଶତ ଭୋଟ୍ ସହିତ ୧୨୯ଟି ଆସନ ପାଉଥିବାର ଦେଖାଯାଉଛି ।