ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ
Advertisement

ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ତାଙ୍କ ରାଜ୍ୟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି । ଦିଲ୍ଲୀର ୪୧ ପ୍ରତିଶତ ଲୋକ ତାଙ୍କୁ ଭଲ ବୋଲି କହିଛନ୍ତି, କିନ୍ତୁ ଅଗଷ୍ଟ ୨୦୨୦ ତୁଳନାରେ ଏହି ଗ୍ରାଫ୍ ହ୍ରାସ ପାଇଛି । 

ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ

ନୂଆଦିଲ୍ଲୀ: ଆଜତକ କାର୍ଭି ଇନସାଇଟ୍ସ ମୁଡ୍ ଅଫ୍ ଦି ନେସନ ସର୍ଭେ ଅନୁଯାୟୀ ହୁଏତ ଦେଶର ସପ୍ତମ ସ୍ଥାନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଥାଇପାରନ୍ତି, କିନ୍ତୁ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ନିଜ ରାଜ୍ୟବାସୀଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ସର୍ବାଧିକ ରହିଛି । ଯେତେବେଳେ ରାଜ୍ୟରେ ଲୋକଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚରାଗଲା, ନବୀନ ପଟ୍ଟନାୟକ ଓଡ଼ିଶା ମଧ୍ୟରେ ସବୁଠାରୁ ଲୋକପ୍ରିୟ ଥିଲେ । ଆଜତକ୍ କାର୍ଭି ଇନସାଇଟ୍ସର ସର୍ଭେ ଅନୁଯାୟୀ, ରାଜ୍ୟର ୫୧ ପ୍ରତିଶତ ଲୋକ ନବୀନଙ୍କ କାର୍ଯ୍ୟକୁ ପସନ୍ଦ କରିଛନ୍ତି ଏବଂ ଏହାକୁ ଭଲ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ତାଙ୍କ ରାଜ୍ୟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି । ଦିଲ୍ଲୀର ୪୧ ପ୍ରତିଶତ ଲୋକ ତାଙ୍କୁ ଭଲ ବୋଲି କହିଛନ୍ତି, କିନ୍ତୁ ଅଗଷ୍ଟ ୨୦୨୦ ତୁଳନାରେ ଏହି ଗ୍ରାଫ୍ ହ୍ରାସ ପାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ତୃତୀୟ ସ୍ଥାନରେ ଅଛନ୍ତି, ତାଙ୍କୁ ରାଜ୍ୟର ୩୯ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତେଲେଙ୍ଗାନା ସିଏମ କେସିଆରଙ୍କୁ ନିଜ ନିଜ ରାଜ୍ୟର ୩୫-୩୫ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିଭଳି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ୩୩ ପ୍ରତିଶତ ଲୋକ ଭଲ ସିଏମ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ କିସାନ ସମ୍ମାନ ନିଧି: ଚାଷୀଙ୍କୁ ୬,୦୦୦ ବଦଳରେ ମିଳିବ ୧୦,୦୦୦ ଟଙ୍କା!

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ୨୬-୨୬ ପ୍ରତିଶତ ଲୋକ ଭଲ ସିଏମ ବୋଲି ମାନିଛନ୍ତି । ସେହିଭଳି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ନିଜ ରାଜ୍ୟରେ ୨୨-୨୨ ପ୍ରତିଶତ ଲୋକଙ୍କ ସମର୍ଥନ ପାଇଛନ୍ତି, ଯାହା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ରାଜ୍ୟର ୨୧ ପ୍ରତିଶତ ଲୋକ ଏକ ଭଲ ସିଏମ୍ ବୋଲି କହିଥିବାବେଳେ ରାଜସ୍ଥାନର ସିଏମ୍ ଅଶୋକ ଗେହଲଟ୍ ଏବଂ ଆନ୍ଧ୍ରପ୍ରଦେଶର ଜଗନ୍ ମୋହନ ରେଡ୍ଡୀଙ୍କୁ କେବଳ ୨୦-୨୦ ପ୍ରତିଶତ ରାଜ୍ୟବାସୀ ପସନ୍ଦ କରିଛନ୍ତି । ଅଗଷ୍ଟ ୨୦୨୦ରେ ଜଗନଙ୍କ ଲୋକପ୍ରିୟତା ତାଙ୍କ ରାଜ୍ୟରେ ୮୧ ପ୍ରତିଶତ ଥିଲା, ଯାହା ତୀବ୍ର ଗତିରେ ହ୍ରାସ ପାଇଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ (୧୪), ଛତିଶଗଡ ସିଏମ ଭୁପେଶ ବଘେଲ (୧୨), ତାମିଲନାଡୁର ସିଏମ ପାଲାନିସ୍ୱାମୀ (୧୦), ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (୮), ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର (୮) ଏବଂ ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂ (୭)  ନିଜ ନିଜ ରାଜ୍ୟରେ ଲୋକଙ୍କ ପ୍ରିୟ ଅଛନ୍ତି ।