Lumpy Virus affects Cow: ରାଜସ୍ଥାନରେ ବର୍ତ୍ତମାନ କାୟା ମେଲାଇଛି ଲମ୍ପି ଚର୍ମ ରୋଗ। ଯାହାର କବଳରୁ ବର୍ତ୍ତି ପାରିନାହାଁନ୍ତି ରାଜ୍ୟର ଗୋ ସମ୍ପଦ। ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିରୋଧି ବିଜେପି ବିଧାୟକ ଗାଈ ନେଇ ରାଜସ୍ଥାନ ବିଧାନସଭା ପରିସରରେ ପହଞ୍ଚିଛନ୍ତି। ହେଲେ ସେଠାରେ କୋଳାହଳ କାରଣରୁ ଗାଈ ସେଠାରୁ ପଳାୟନ କରିଥିଲେ। ମାତ୍ର  ବିଧାୟକ ଏବଂ ତାଙ୍କ ସହଯୋଗୀ ଗାଈଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ବିଧାନସଭାର (Rajasthan Assembly) ସପ୍ତମ ଅଧିବେଶନର ବୈଠକ ସେପ୍ଟମ୍ବର ୧୯ ତାରିଖ ସୋମବାରରୁ ପୁଣି ଆରମ୍ଭ ହୋଇଛି। ରାଜ୍ୟର ପୁଷ୍କର ଆସନର (Pushkar Assembly Constituency) ବିଜେପି ବିଧାୟକ ସୁରେଶ ସିଂହ ରାୱତ (BJP MLA Suresh Singh Rawat) ଏକ ଗାଈ ନେଇ ବିଧାନସଭା ପରିସରରେ ପହଞ୍ଚିଥିଲେ। ଏହା ଦେଖିବା ପରେ ଗଣମାଧ୍ୟମ ବିଧାୟକଙ୍କ ନିକଟରେ ପହଞ୍ଚି ଯାଇଥିଲା। ନିଜ ହାତରେ ବାଡ଼ି ଧରି ବିଧାୟକ କହିଛନ୍ତି ଯେ ସମଗ୍ର ରାଜ୍ୟରେ ଗାଈ ଗୋରୁ ଲମ୍ପି ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ରାଜସ୍ଥାନ ସରକାର (Rajasthan Govt) ଶୋଇ ରହିଛନ୍ତି।


ବିଜେପି ବିଧାୟକ ସୁରେଶ ସିଂହ ରାୱତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଥିବା ବେଳେ କୋଳାହଳ କାରଣରୁ ଗାଈ ରାଜସ୍ଥାନ ବିଧାନସଭା ପରିସରରେ ପଳାୟନ କରିଥିଲେ। ଗାଈ ଆଣିଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଧରିବା ପାଇଁ  ତାଙ୍କ ପଛରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ବିଜେପି ବିଧାୟକ କହିଛନ୍ତି ଯେ, ଲମ୍ପି ଚର୍ମ ରୋଗ (Lumpy Skin Disease) ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଁ ଗାଈଙ୍କୁ ବିଧାନସଭା ପରିସରକୁ ଆଣିଥିଲି। ଗାଈ ପଳାୟନ କରିବା ଉପରେ ପ୍ରତିକ୍ରିୟା ରଖି ବିଧାୟକ କହିଛନ୍ତି ଦେଖନ୍ତୁ ନିଶ୍ଚିତ ରୂପରେ ଗା ମାତା ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି ସମୟରେ ବିଧାୟକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ଲମ୍ପି ଚର୍ମ ରୋଗରେ ପୀଡିତ ଗାଈ ଗୋରୁଙ୍କ ଯତ୍ନ ନେବା ପାଇଁ ଔଷଧ ଏବଂ ଟିକା ବ୍ୟବସ୍ଥା କରାଯାଉ। 


Also Read: Rajasthan: ବଜେଟ ଉପସ୍ଥାପନ ପରେ ଅଜବ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଶାସକ କଂଗ୍ରେସ ବିଧାୟକ


ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (Rashtriya Loktantrik Party) ବିଧାୟକ ଗୃହରେ ନାରାବାଜି କରିବା ସହ ଧାରଣା ଦେଇଥିଥିଲେ। ସେମାନେ 'ଗୋମାତା କି ପୁକାର ହମେ ବଚା ଲୋ ସରକାର' ଲେଖାଥିବା ପୋଷ୍ଟର ନେଇ ଧରିଥିଲେ। ରାଜ୍ୟରେ ବ୍ୟପିଥିବା ଲମ୍ପି ଚର୍ମ ରୋଗ ବାବଦରେ ବିଧାନସଭାରେ ପ୍ରତିକ୍ରିୟା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲୋତ (Rajasthan Chief Minister Ashok Gehlot) ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ରୋଗକୁ ଜାତୀୟ ବିପର୍ଯ୍ୟୟ (National Disaster) ବୋଲି ଘୋଷଣା କରନ୍ତୁ। ଆମର ପ୍ରାଥମିକତା ହେଉଛି ଯେ, କିପରି ଗାଈ ଗୋରୁଙ୍କ ଜୀବନକୁ ଚର୍ମରୋଗରୁ ରକ୍ଷା କରାଯାଇ ପାରିବ। ହେଲେ ଲମ୍ପି ଆକ୍ରାନ୍ତ ଗାଈଙ୍କ ଲାଗି ଟିକା ଏବଂ ଔଷଧ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛୁ ଯେ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଉ।