Rajasthan: ବଜେଟ ଉପସ୍ଥାପନ ପରେ ଅଜବ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଶାସକ କଂଗ୍ରେସ ବିଧାୟକ
Advertisement
Article Detail0/zeeodisha/odisha1107376

Rajasthan: ବଜେଟ ଉପସ୍ଥାପନ ପରେ ଅଜବ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଶାସକ କଂଗ୍ରେସ ବିଧାୟକ

ବିଗତ ୪୦ ବର୍ଷ ଧରି ବିଚାରାଧିନ ରହିଥିବା ଏହି ଦାବିକୁ ବିଧାନସଭାରେ ଅନେକ ଥର ଉଠାଯାଇଥିଲେ ମଧ୍ୟ ତାହା ପୂରଣ ହୋଇପାରିଲା ନାହିଁ।

Rajasthan: ବଜେଟ ଉପସ୍ଥାପନ ପରେ ଅଜବ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଶାସକ କଂଗ୍ରେସ ବିଧାୟକ

ଜୟପୁର: ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ବଜେଟ ଉପସ୍ଥାପନ କରିବା ଅବସରରେ ରାଜ୍ୟ ଲାଗି ଅନେକ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ଏହି ଘୋଷଣା ସମ୍ପୃକ୍ତ ରହିଛି। ହେଲେ ଏହି ବଜେଟ୍ ଉପରେ ଅସନ୍ତୁଷ୍ଟ ଅଛନ୍ତି ଖୋଦ ଶାସକ ଦଳ କଂଗ୍ରେସ ବିଧାୟକ। 

ଚଳିତ ବର୍ଷ ବଜେଟ ଉପସ୍ଥାପନ କରାଯିବା ଅବସରରେ ବାଲୋତରା (Balotra) ଅଞ୍ଚଳକୁ ଜିଲ୍ଲା ଭାବେ ପରିଣତ କରିବା ପାଇଁ ତାଙ୍କର ଦାବି ପୂରଣ ହୋଇନଥିବାରୁ ରାଜ୍ୟର ପଚପଦରା ଆସନର (Pachpadra Assembly Constituency) କଂଗ୍ରେସ ବିଧାୟକ (Congress MLA) ମଦନ ପ୍ରଜାପତ (Madan Prajapat) ଅସନ୍ତୁଷ୍ଟ ହୋଇଉଠିଛନ୍ତି। ଏଭଳି ପରିସ୍ଥିତିରେ ସେ ଏକ ବଡ଼ ଶପଥ ନେଇଛନ୍ତି।

ବଜେଟ ଉପସ୍ଥାପନ ପରେ ବାଲୋତରା ଅଞ୍ଚଳକୁ ଜିଲ୍ଲା କରାଯାଇନଥିବାରୁ ଅସନ୍ତୁଷ୍ଟ ହୋଇଉଠିଥିବା କଂଗ୍ରେସ ବିଧାୟକ ମଦନ ପ୍ରଜାପତ ବିଧାନସଭାର ମୁଖ୍ୟ ଫାଟକ ସମ୍ମୁଖରେ ନିଜେ ପିନ୍ଧିଥିବା ଜୋତାକୁ ଖୋଲି ଦେଇଛନ୍ତି। ଏହା ପରେ ସେ ଏକ ଶପଥ ନେଇଛନ୍ତି ଯେ ଯେ ପର୍ଯ୍ୟନ୍ତ ବାଲୋତରା ଜିଲ୍ଲା ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ କିମ୍ବା ବିଧାନସଭାରେ କୌଣସି ପ୍ରଶ୍ନ ପଚାରିବେ ନାହିଁ।

Also Read: Rajasthan: Congress ଦେଲା iPhone; ନେବାକୁ ମନା କଲା BJP

ରାଜ୍ୟ ବଜେଟ ଉପସ୍ଥାପନ କରିବା ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ପାଇଁ ଅନେକ ଉପହାର ଘୋଷଣା କରିଥିବାରୁ କଂଗ୍ରେସ ବିଧାୟକ ମଦନ ପ୍ରଜାପତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଟ୍ୱିଟ କରି କଂଗ୍ରେସ ବିଧାୟକ କହିଛନ୍ତି ବାଲୋତରା ଅଞ୍ଚଳକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ କରାଯାଉଥିବା ଦାବି ପୂରଣ ହୋଇନାହିଁ। ଏହା ମୋର ବ୍ୟକ୍ତିଗତ ଦାବି ନୁହେଁ। ଆଖପାଖ ଅଞ୍ଚଳର ୩୬ ସମ୍ପ୍ରଦାୟର ଲୋକ ଏହା ଚାହୁଁଛନ୍ତି। ବିଗତ ୪୦ ବର୍ଷ ଧରି ବିଚାରାଧିନ ରହିଥିବା ଏହି ଦାବିକୁ ବିଧାନସଭାରେ ଅନେକ ଥର ଉଠାଯାଇଥିଲେ ମଧ୍ୟ ତାହା ପୂରଣ ହୋଇପାରିଲା ନାହିଁ। ଏଭଳି ପରିସ୍ଥିତିରେ ବାଲୋତରା କ୍ଷେତ୍ରକୁ ଜିଲ୍ଲା କରିବା ପାଇଁ ଯେଉଁ ଦାବି କରାଯାଉଛି ତାହା ଆଗକୁ ଜାରି ରହିବ।

Also Read: ଯୁଦ୍ଧ ଉପରେ ବୟାନ ରଖି ବିବାଦରେ କଂଗ୍ରେସ ନେତା; ଜବାବ ରଖିଲା BJP

ଚଳିତ ବର୍ଷ ଆଗତ ହୋଇଥିବା ବଜେଟରେ ମଧ୍ୟ ଏହି ଦାବି ପୂରଣ ହୋଇନାହିଁ। ଏଭଳି ପରିସ୍ଥିତିରେ ମୁଁ ରାଜ୍ୟ ବିଧାନସଭାରେ ଏକ ଶପଥ ନେଉଛି ଯେ ପର୍ଯ୍ୟନ୍ତ ବାଲୋତରା ଜିଲ୍ଲା ଗଠନ ହୋଇନାହିଁ ସେ ପର୍ଯ୍ୟନ୍ତ ମୁଁ ଜୋତା ଚପଲ ପିନ୍ଧିବେ ନାହିଁ।