ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ! `କଂଗ୍ରେସ ସମ୍ପର୍କରେ ଅଛନ୍ତି ୩୫ ବିଧାୟକ`
ରାଜ୍ୟରେ ଡିସେମ୍ବରରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ରାଜ୍ୟ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି । ଏହା ପରଠାରୁ କ୍ୟାବିନେଟର ସମ୍ପ୍ରସାରଣ ଓ ସଂଗଠନର ସମ୍ପ୍ରସାରଣ ସହିତ ନିଗମ ଏବଂ ବୋର୍ଡରେ ନିଯୁକ୍ତିକୁ ସମସ୍ତ ନେତା ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି (BJP) ରେ ବିଦ୍ରୋହର ଖବର ସାମ୍ନାକୁ ଆସୁଛି । ବିଗତ ୧୦ ମାସ ହେବ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଫେରିଛି । କିନ୍ତୁ ବର୍ତ୍ତମାନ ଅସନ୍ତୋଷକୁ ନିୟନ୍ତ୍ରଣ କରିବା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ନୁହେଁ ନୂଆ ସମସ୍ୟା ହେବାରେ ଲାଗିଛି । ୨୦୧୮ରେ ଅନୁଷ୍ଠିତ ଏମପି ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ମାର୍ଚ୍ଚ ୨୦୧୯ରେ ବିଜେପି କ୍ଷମତାକୁ ଫେରି ପାଇଥିଲା । ଏହା ପରେ ୨୮ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ବିଜେପି ୧୯ଟି ଏବଂ କଂଗ୍ରେସ (Congress) ୯ଟି ଆସନ ଜିତିଥିଲା । ଉପନିର୍ବାଚନ ପରେ ରାଜ୍ୟରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ।
ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ନୀତିଶ ସରକାର!
ରାଜ୍ୟରେ ଡିସେମ୍ବରରେ ହୋଇଥିବା ଉପନିର୍ବାଚନର ଫଳାଫଳ ରାଜ୍ୟ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି । ଏହା ପରଠାରୁ କ୍ୟାବିନେଟର ସମ୍ପ୍ରସାରଣ ଓ ଦଳ ସଂଗଠନର ସମ୍ପ୍ରସାରଣ ସହିତ ନିଗମ ଏବଂ ବୋର୍ଡରେ ନିଯୁକ୍ତିକୁ ସମସ୍ତ ନେତା ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି । ନିକଟ ଅତୀତରେ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ସେହି ୨ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା ଯେଉଁମାନେ ଉପନିର୍ବାଚନରେ ଜିତିଥିଲେ । ସେମାନଙ୍କୁ ବିଧାୟକ ନ ହେବା କାରଣରୁ ୬ ମାସ ପରେ ପଦ ତ୍ୟାଗ କରିବାକୁ ପଡିଥିଲା । ଚତୁର୍ଥ କ୍ୟାବିନେଟ ସମ୍ପ୍ରସାରଣରେ ଶିବରାଜ ସରକାରରେ ସ୍ଥାନ ପାଇ ନ ଥିବାରୁ ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି । ଏହାକୁ ଖୋଲାଖୋଲି ଭାବେ ଅଜୟ ବିଷ୍ଣୋଇଙ୍କ ପ୍ରକାଶ କରିଛନ୍ତି । ବିଷ୍ଣୋଇ ମଧ୍ୟ ସିଧାସଳଖ ବିନ୍ଧ ଓ ମହାକୌଶଲଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଗୁଡ୍ ନ୍ୟୁଜ୍!
ଅନ୍ୟପକ୍ଷରେ ଦଳର ରାଜ୍ୟ ସଂଗଠନକୁ ବିସ୍ତାର କରିବାର ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିଆସୁଛି । ଖୁବ୍ ଶୀଘ୍ର କାର୍ଯ୍ୟକାରିଣୀ ଘୋଷଣା କରାଯିବ ବୋଲି କୁହାଯାଇଛି, କିନ୍ତୁ ବିଳମ୍ବ ହେଉଛି । ଏହା ସହିତ ସମସ୍ତେ ନିଗମ ଏବଂ ବୋର୍ଡରେ ନିଯୁକ୍ତିକୁ ଅପେକ୍ଷା କରି ବସିଛନ୍ତି ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ବିଜେପି ଦି'ଫାଳ!
ବିଜେପିରେ ଅସନ୍ତୋଷ ପ୍ରକାଶ ପାଇବା ଉପରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂ ବର୍ମା (Sajjan Singh Verma) ଇସାରା ଇସାରାରେ ୩୫ ଜଣ ବିଧାୟକ କଂଗ୍ରେସ ସହ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନଙ୍କୁ କ୍ଷମତାରେ ବସିବାକୁ ଇଚ୍ଛା ରହିଛି, ସେମାନେ ସଂଗଠନରେ ସନ୍ତୁଷ୍ଟ ହେବେ ନାହିଁ । ୩୫ ଏପରି ବିଧାୟକ ଅଛନ୍ତି, ଯେଉଁମାନେ ୬ ଓ ୭ ଥର ନିର୍ବାଚିତ ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ ବହୁ ଆଗରେ ଅଛନ୍ତି, ସେମାନଙ୍କୁ ସଂଗଠନର ପ୍ରଲୋଭନ ଦେଖାଇ ଅଟକାଇ ପାରିବେ ନାହିଁ । କାରଣ ସେମାନଙ୍କୁ କ୍ଷମତାରେ ବସାଇବାକୁ ପ୍ରତିଶୃତି ଦିଆଯାଇଥିଲା, ବର୍ତ୍ତମାନ ସେମାନେ ଚୁପ ବସିବେ ନାହିଁ ।