ଭୁବନେଶ୍ୱର: ସରୁନି ମହାନଦୀକୁ ନେଇ ରାଜନୀତି। ମେଳଖାଉନି ବାସ୍ତବ ଚିତ୍ର ସହ ରାଜ୍ୟ ସରକାରଙ୍କ ଉକ୍ତି। ସେପଟେ  ରାଜ୍ୟ ରାଜ୍ୟ ସହ ନଦୀ ଜଳ ବିବାଦର ସମାଧାନ କରିପାରୁନଥିବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ କିନ୍ତୁ ବାଢୁଛନ୍ତି ଭିନ୍ନ ଯୁକ୍ତି। ମହାନଦୀ ଉପରେ ଛତିଶଗଡ ତିଆରି କରିଥିବା ବ୍ୟାରେଜ ସପକ୍ଷରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିବା ସହ ଓଡିଶା ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି। ଏଥିରେ ଭୁଲ କେଉଁଠି ରହିଲା। କାହିଁକି ତାକୁ ଦୋଷ ଦିଆଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କ'ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେପଟେ ମନ୍ତ୍ରୀଙ୍କ ଏଭଳି ବିବୃତି ନେଇ ଉଭୟ  କଂଗ୍ରେସ ଓ ବିଜେଡି କାଉଣ୍ଟର ଆଟାକ କରିଛନ୍ତି। ମହାନଦୀକୁ ନେଇ ରାଜନୀତି ଥମୁନାହିଁ। କର୍ତ୍ତବ୍ୟ ବଦଳରେ କାଦୁଅ ଫିଙ୍ଗା ରାଜନୀତିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିବୃତ ହେଲେ ନାହିଁ। ଛତିଶଗଡର ବ୍ୟାରେଜ ନିର୍ମାଣ ଆଉ ତା ପାଇଁ ରାଜ୍ୟରେ ମହାନଦୀରେ ଜଳାଭାବର ବାସ୍ତବତାକୁ ବୁଝି ରାଜ୍ୟବାସୀଙ୍କ ପାଇଁ ସମାଧାନ ବାହାର କରିବା ଦିଗରେ କୌଣସି ସରକାରର ନାହିଁ ଆନ୍ତରିକତା। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି। ଏଥିରେ ଭୁଲ କେଉଁଠି ରହିଲା। କାହିଁକି ତାଙ୍କୁ ଦୋଷ ଦିଆଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। 


ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କ'ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶର ସବୁ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୭୫ଟି ଲେଖାଏଁ ଜଳାଶ୍ରୟ ନିର୍ମାଣ କରାଯିବ ବୋଲି ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଟୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଚାହିଁଥିଲେ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ପ୍ରସ୍ତାବ ଦେଇପାରିଥାନ୍ତେ। ହେଲେ ଏ ପର୍ଯ୍ୟନ୍ତ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି। ସେ ଆହୁରି କହିଛନ୍ତି ଯଦି ରାଜ୍ୟ ସରକାର ଏ ବାବଦରେ ଆମକୁ ପ୍ରସ୍ତାବ ଦିଅନ୍ତି ତାହେଲେ ଏହା ଉପରେ କାର୍ଯ୍ୟ କରାଯିବ। ୧୯୬୧ ମସିହାରେ ଗୁଡାରି ଠାରେ ପାଣି ଡଙ୍ଗର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ। ରାଜ୍ୟ ସରକାର କୁମ୍ଭୀର କାନ୍ଦଣା ନ କାନ୍ଦି କାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। 


ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବିବୃତ୍ତିକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି କହିବା ଅନୁସାରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଲଢ଼ିବା କଥା। ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଓଡିଶାରୁ ନିର୍ବାଚିତ ହୋଇ ଯାଇଛନ୍ତି। ଏଭଳି ଖାମ ଖିଆଲ ମନ୍ତବ୍ୟ ଦେବା ଠିକ ନୁହେଁ। ମନ୍ତ୍ରୀ ଭାବେ ନିଜେ ପଦକ୍ଷେପ ନେଇ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ରୋକିବା ପାଇଁ ପ୍ରୟାସ କରିବା ଆବଶ୍ୟକ। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବା କଥା। ଓଡିଶା କିପରି ପାଣି ପାଇବ ସେଥିପାଇଁ ଲଢ଼ିବା ଆବଶ୍ୟକ। କୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। ରାଷ୍ଟ୍ରମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଛତିଶଗଡ଼ ନିର୍ମାଣ ରୋକିବାକୁ ପ୍ରୟାସ କରିବା କଥା।  


ଅପରପକ୍ଷେ କଂଗ୍ରେସର କହିବା ଅନୁସାରେ ଛତିଶଗଡ଼ ଅଟକେଇବା ଯୋଗୁଁ ମହାନଦୀ ସମେତ ବିଭିନ୍ନ ନଦୀରେ ପାଣି ଶୁଖିଲା। ଓଡିଶା ପାଣି ପାଉନି। ମନ୍ତ୍ରୀ ଏଭଳି କହିବା ଦୁର୍ଭାଗ୍ୟଜନକ। ଓଡିଶାରୁ ନିର୍ବାଚିତ ହୋଇଛନ୍ତି ଓଡିଶା କଥା ବୁଝିବା କଥା। ରାଜ୍ୟ ସରକାର ତଳମୁଣ୍ଡରେ ବନ୍ଧ ନିର୍ମାଣ କରିବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଏନେଇ ସହଯୋଗ କରିବା ଆବଶ୍ୟକ। ସେପଟେ ମହାନଦୀ ସମେତ ବିଭିନ୍ନ ନଦୀ ଧିରେ ଧିରେ ଧିରେ ଶୁଖି ଯାଉଥିବା ରାଜ୍ୟର ଜଳସେଚନରେ ସୃଷ୍ଟି ହେଉଛି ବାଧା। ଏ ପର୍ଯ୍ୟନ୍ତ  ସମସ୍ତ ଚାଷ ଜମିକୁ ସଠିକ ଭାବେ ଜଳ ସେଚନ କରାଯାଇ ନଥିବା ନେଇ ଜଳସମ୍ପଦ ଓ କୃଷି ବିଭାଗର ଷ୍ଟାଣ୍ଡିଂ କମିଟି ସ୍ବୀକାର କରିଛି। ମହାନଦୀକୁ ନେଇ ଛତିଶଗଡ଼-ଓଡିଶା ମଧ୍ୟରେ ବିବାଦ ବଢୁଥିବା ବେଳେ ବିଧାନସଭାରେ ବଜଳସମ୍ପଦ ଓ କୃଷି ବିଭାଗର ଷ୍ଟାଣ୍ଡିଂ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା। କମିଟିର ଅଧ୍ୟକ୍ଷ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉଭୟ ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ଉପରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କଲେ ଷ୍ଟାଣ୍ଡିଂ କମିଟିର ସଦସ୍ୟ। ଏହି ବୈଠକରେ ଜଳସମ୍ପଦ ବିଭାଗରେ କେନାଲ ରୋଡ଼ ମରାମତି ପାଇଁ ବିହିତ ପଦକ୍ଷେପ ନିଆଯାଉନଥିବା ବୈଠକରୁ ଜଣାପଡିଛି। 


କେବଳ ଏତିକି ନୁହେଁ ବରଂ ବଜେଟରେ ଯେଉଁ ବ୍ୟବସ୍ଥା କରାଯିବା କଥା ତାହା ହୋଇନାହିଁ। କୃଷି ବିଭାଗରେ ମଧ୍ୟ ପନିପରିବା ଅମଳ ସମୟରେ ଦର କମି ଯାଉଥିବାରୁ ଏହାର କ୍ଷତି ସହୁଛନ୍ତି ଚାଷୀ। ସେ ଦିଗରେ କଣ ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା। ଏହା ସହିତ ରାଜ୍ୟର ସମସ୍ତ ଜଳ ସେଚନ ପ୍ରକଳ୍ପ ଦିଗରେ ଯାହା ଯାହା ଅସୁବିଧା ଅଛି କିପରି ତାହାର ସମାଧାନ କରିବାକୁ ଅଧିକାରୀଙ୍କୁ ଷ୍ଟାଣ୍ଡିଂ କମିଟି ନିର୍ଦେଶ ଦେଇଛି ବୋଲି କହିଛନ୍ତି ବିଧାୟକ ନୃସିଂହ ସାହୁ। କେବେ ଚେତିବେ ରାଜ୍ୟ ସରକାର? କେବେ ରାଜନୀତି ଛାଡି ସହଯୋଗର ହାତ ବଢେଇବେ କେନ୍ଦ୍ର ସରକାର? ରାଜ୍ୟବାସୀଙ୍କ ଜୀବନଧାରା ମହାନଦୀ ବୋହିବ କି ଖରାଦିନେ ନିରନ୍ତର ପାଣି?