Maharashtra Cabinet Expansion: ଅଗଷ୍ଟ ୧୩ ତାରିଖ ଶନିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ କହିଥିଲେ ଯେ ରାଜ୍ୟ ମନ୍ତ୍ରିମଣ୍ଡଳରେ ନିଯୁକ୍ତ ହୋଇଥିବା ମନ୍ତ୍ରୀଙ୍କୁ ଯଥାଶୀଘ୍ର ସେମାନଙ୍କ ବିଭାଗ ବଣ୍ଟନ କରାଯିବ। ଏହା ସହିତ ଉପମୁଖ୍ୟମନ୍ତ୍ରୀ ଫଡନାଭୀସ ଏହା  ନିଶ୍ଚିତ କରିଛନ୍ତି ଯେ ପ୍ରବଳ ବର୍ଷା କାରଣରୁ ଫସଲ ଜନିତ କ୍ଷତି ସହିଥିବା ରାଜ୍ୟର ସମସ୍ତ ଚାଷୀଙ୍କୁ ତାଙ୍କ ସରକାର ଯଥା ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବେ। ରାଜ୍ୟ କ୍ୟାବିନେଟ ବିସ୍ତାରକୁ ନେଇ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖୁବ ଶୀଘ୍ର ମନ୍ତ୍ରୀଙ୍କୁ ସେମାନଙ୍କ ଦାୟିତ୍ୱ ହସ୍ତାନ୍ତର କରାଯିବ।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୮ ତାରିଖ ମଙ୍ଗଳବାର ନିଜର ୨ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ବିସ୍ତାର କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde)। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ସେ ୧୮ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଇଥିଲେ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଏବଂ ଅନ୍ୟ ୯ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।


ଗତ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନେତୃତ୍ୱାଧିନ ମନ୍ତ୍ରିମଣ୍ଡଳ ବିସ୍ତାରରେ ସାମିଲ ହୋଇଥିବା ମୋଟ ୧୮ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ପୂର୍ବରୁ ମନ୍ତ୍ରୀ ହୋଇସାରିଛନ୍ତି। ଶପଥ ଗ୍ରହଣ କରିଥିବା ୧୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ଜଣେ ସଦସ୍ୟ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯାଇ ନାହିଁ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଠୋଡ଼ ଅଛନ୍ତି। ଯିଏ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିଲେ। ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବା ଲାଗି ସେ ବାଧ୍ୟ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ ମହରାଷ୍ଟ୍ର ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସାମିଲ ଅଛନ୍ତି। ସେ ଗତ ୨୦୧୪-୧୯ ପର୍ଯ୍ୟନ୍ତ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ (Devendra Fadnavis) ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଏବଂ ଲୋକ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।


Also Read: Maharashtra Politics: କେବେ ହେବ କ୍ୟବିନେଟ ବିସ୍ତାର? ସାମ୍ନାକୁ ଆସିଲ ବଡ଼ ଖବର


ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ରହିଥିବା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ୪୩ ଜଣ ମନ୍ତ୍ରୀ ରହିଥିଲେ।  ଗତ ୨୦୧୯ ନଭେମ୍ବର ୨୮ ତାରିଖ ରେ ଯେତେବେଳେ ମହାବିକାଶ ଅଗାଡ଼ି ସରକାର ଶପଥ ଗ୍ରହଣ କରିଥିଲା ସେତେବେଳେ ଶିବସେନା, କଂଗ୍ରେସ ଏବଂ ଏନସିପି ପ୍ରଭୃତି ଦଳରୁ ୨ ଜଣ ମନ୍ତ୍ରୀ ହୋଇଥିଲେ।  ସେତେବେଳେ ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ ଏବଂ ଦଳୀୟ ବିଧାୟକ ନୀତିନ ରାଉତ, ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ସୁଭାଷ ଦେଶାଇ, ଏନସିପି ବିଧାୟକ ଜୟନ୍ତ ପାଟିଲ ଏବଂ ଛଗନ ଭୁଜବଳ ଏହି ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ  ସମୟରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୩ ହୋଇଥିଲା।