CM Eknath Shinde death threats, ମୁମ୍ବାଇ: ବିପଦରେ ଅଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଜୀବନ। ଯେକୌଣସି ସମୟରେ ବି ତାଙ୍କ ଉପରେ ହୋଇପାରେ ଆକ୍ରମଣ। ମହାରାଷ୍ଟ୍ର ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ଏକ ଚାଞ୍ଚଲ୍ୟକ ରିପୋର୍ଟ ଆସିଛି। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କଡାକଡି କରାଯାଇଛି। ରବିବାର ସିଏମ୍ ସିନ୍ଦେଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ସେପଟେ ହତ୍ୟା ଧମକ ଆସିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ରବିବାର ହତ୍ୟା ଧମକ ଦିଆଯାଇଛି। ଏହା ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୁରକ୍ଷା ବିଭାଗର ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଡିଜିପି ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ମାମଲରେ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷାକୁ ନେଇ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କୁ Z+ ସୁରକ୍ଷା ଦିଆଯାଇଛି।


Also Read: Dharmendra Sahu Death Case: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ନାୟକ କଲେ ବଡ଼ ଖୁଲାସା


ହତ୍ୟା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ସିନ୍ଦେଙ୍କ ଥାନେ ଓ ମୁମ୍ବାଇସ୍ଥିତ ବାସଭବନରେ ସୁରକ୍ଷା ବଢାଇ ଦିଆଯାଇଛି। ଦଶହରା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୫ରେ ଏମଏମଆରଡିଏ ମଇଦାନରେ ଏହି ରାଲି ଆୟୋଜନ ହେବ। ଏଥିରେ ଲକ୍ଷାଧିକ ଲୋକ ସାମିଲ ହେବାର ସମ୍ଭାବନା ଅଛି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଆହୁରି ବଢିଯାଉଛି। ମୁଖ୍ୟମନ୍ତ୍ରୀ ସନ୍ଦେଙ୍କୁ ଆତ୍ମଘାତି ବିସ୍ଫୋରଣରେ ଉଡାଇ ଦେବାକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ସୂଚନା ମିଳିଛି।


 



କିଏ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ହତ୍ୟା ଧମକ ଦେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ଗୁଇନ୍ଦା ବିଭାଗର ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଏହି ଧମକ ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ରାଜ୍ୟର ଗୃହ ବିଭାଗ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସକ୍ଷମ ଅଛନ୍ତି ଓ ସେମାନଙ୍କ ଉପରେ ତାଙ୍କର ବିଶ୍ୱାସ ଅଛି। ସେ ଏପରି ଧମକକୁ ଭୟ କରନ୍ତି ନାହିଁ କିମ୍ବା ଭୟ କରିବେ ନାହିଁ। ଜନସାଧାରଣଙ୍କ ପାଇଁ ତେଙାକୁ କେହି ଅଟକାଇ ପାରିବେ ନାହିଁ, ସେ କାର୍ଯ୍ୟ ଜାରି ରଖିବେ।