Maharashtra Political Crisis: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ ନିର୍ବାଚନ ପରେ ଏବେ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ। ଶିବସେନା ନେତା ଏକନାଥ ସିନ୍ଦେଙ୍କ ସମେତ କେତେକ ଦଳୀୟ ବିଧାୟକ ଦଳ ବିରୋଧରେ ବିଦ୍ରୋହ କରିବା ପରେ ସୃଷ୍ଟି ହୋଇଥିବା ସଂକଟର ମୁକାବିଲା କରିବାକୁ ଯାଇ ଶିବସେନା ପକ୍ଷରୁ ଜାରି ରହିଛି ବିଧାୟକ ଦଳ ବୈଠକ। 


COMMERCIAL BREAK
SCROLL TO CONTINUE READING

କେବଳ ଶିବସେନା ନୁହେଁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲା ସାହେବ ଥୋରାଟଙ୍କ ଘରେ ଚାଲିଛି ଦଳୀୟ ମନ୍ଥନ ଶିବିର। ଅନ୍ୟପଟେ ଏନସିପି ନେତା ଦିଲ୍ଲୀରେ ରହି ଚର୍ଚ୍ଚା କରୁଛନ୍ତି। ସେହିପରି ସନ୍ଧ୍ୟାରେ ବିଜେପି ଦିଲ୍ଲୀରେ ଆୟୋଜନ କରୁଛି ବୈଠକ। ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ବାବଦରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଅବଗତ କରିବା ସମ୍ପର୍କରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟସଭା ପରେ ବିଧାନ ପରିଷଦ ନିର୍ବାଚନରେ ମଧ୍ୟ ମହାବିକାଶ ଅଘାଡି ମେଣ୍ଟକୁ ଝଟକା ଲାଗିଛି। ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଦୃଶ୍ୟମାନ ହେଲାଣି। 


ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେଙ୍କ ଅସନ୍ତୋଷ ଏବେ ରାଜ୍ୟ ରାଜନୀତିରେ ନିଆଁ ଲଗାଇଛି। ବର୍ତ୍ତମାନ ଥାନେ ସ୍ଥିତ ତାଙ୍କ ଘର ବାହାରେ ଭାରୀ ପୋଲିସ ବଳ ମୁତୟନ କରାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମହାବିକାଶ ଅଘାଡି ସରକାର ଲାଗି ବିପଦ ବଢିବାରେ ଲାଗିଛି। ଦଳ ଉପରେ ଅସନ୍ତୁଷ୍ଟ ହୋଇଉଠିଥିବା ପ୍ରାୟ ୩୫ ବିଧାୟକ ଏବେ ରାଜ୍ୟ ଛାଡ଼ି ଏବେ ଗୁଜୁରାଟରେ ଅବସ୍ଥାନ କରୁଛନ୍ତି। ଠାକରେ ପରିବାର ଅପେକ୍ଷା ଶିବସେନା ନେତା ଏକନାଥ ସିନ୍ଦେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଉପରେ ଅଧିକ ଅସନ୍ତୁଷ୍ଟ ଅଛନ୍ତି। 


ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମହାରାଷ୍ଟ୍ରରେ କର୍ଣ୍ଣାଟକ-ମଧ୍ୟ ପ୍ରଦେଶ ରାଜନୀତିରେ ହୋଇଥିବା ଘଟଣାକ୍ରମ ଦୋହରାଇବାକୁ ଚେଷ୍ଟା କରାଯାଉଛି। ଅନ୍ୟପଟେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରୟା ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଶିବସେନାରେ ଯେଉଁ ବିଦ୍ରୋହ ସୃଷ୍ଟି ହୋଇଛି ତାହାର କାହାଣୀ ସଞ୍ଜୟ ରାଉତ ଲେଖିଛନ୍ତି। 


ମହାରାଷ୍ଟ୍ରର କେତେକ କଂଗ୍ରେସ ବିଧାୟକ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। କାରଣ ମଙ୍ଗଳବାର ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ବାଲା ସାହେବ ଥୋରାଟଙ୍କ ଘରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକ  ମହାବିକାଶ ଅଘାଡି ସରକାରରେ ସାମିଲ ଥିବା କଂଗ୍ରେସ ମନ୍ତ୍ରୀ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର କଂଗ୍ରେସରେ ରହିଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ତଥା ମହାବିକାଶ ଅଘାଡି ସରକାରଙ୍କ ମନ୍ତ୍ରୀ ବାଲାସାହେବ ଥୋରାଟଚ ମନ୍ତ୍ରୀ ପଦ ଛାଡି ପାରନ୍ତି।


ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି ବିଜେପି କ୍ଷମତାର ଦୂରୋପଯୋଗ କରୁଛି। ଭାରତୀୟ ରାଜନୀତିକୁ ଅସତ୍ୟ ଆଡକୁ ନେଇଯାଉଛି। ଅନ୍ୟପଟେ ମହାରାଷ୍ଟ୍ର ଅମରାବତୀ ଲୋକସଭା ସାଂସଦ ନବନୀତ ରାଣା କହିଛନ୍ତି ଉଦ୍ଧବ ଠାକେରଙ୍କ ସରକାରର ସମୟ ଗଣନା ଆରମ୍ଭ ହୋଇଗଲାଣି।


Also Read: Maharashtra Politics: ଭାଙ୍ଗିଯିବ କି ମହାବିକାଶ ଅଘାଡି ସରକାର? ଏକନାଥ ସିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିବସେନା


Also Read: Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ