Maharashtra Politics: ଭାଙ୍ଗିଯିବ କି ମହାବିକାଶ ଅଘାଡି ସରକାର? ଏକନାଥ ସିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିବସେନା
Advertisement
Article Detail0/zeeodisha/odisha1227814

Maharashtra Politics: ଭାଙ୍ଗିଯିବ କି ମହାବିକାଶ ଅଘାଡି ସରକାର? ଏକନାଥ ସିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିବସେନା

Maharashtra Political Crisis: ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଯାଇଛି।

Maharashtra Politics: ଭାଙ୍ଗିଯିବ କି ମହାବିକାଶ ଅଘାଡି ସରକାର? ଏକନାଥ ସିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିବସେନା

Maharashtra Political Crisis: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ ଦଳ। ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଯାଇଛି। ଏକନାଥ ସିନ୍ଦେଙ୍କ ସ୍ଥାନରେ ରାଜ୍ୟର ସୱେରୀ ବିଧାୟକ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ନିଯୁକ୍ତ କରାଯାଇଛି। ବିଧାୟକ ଦଳ ନେତା ପଦରୁ ହଟିବା ପରେ ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି କୌଣସି ପରିସ୍ଥିତିରେ ମୁଁ ହିନ୍ଦୁତ୍ୱ ସହ ବୁଝାମଣା କରିପାରିବି ନାହିଁ।  

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଉଦ୍ଧବ ଠାକରେଙ୍କ ସରକାର ଉପରେ କୌଣସି ବିପଦ ନାହିଁ। ଦଳୀୟ ନେତା ଏକନାଥ ସିନ୍ଦେଙ୍କ ସମେତ ଦଳ ଅନ୍ୟ କେତେକ ବିଧାୟକଙ୍କ ସହ ସମ୍ପର୍କ ହୋଇ ପାରୁନାହିଁ। ମହାବିକାଶ ଅଘାଡ଼ି ସରକାର ଲାଗି କୌଣସି ଭୂମିକମ୍ପ କିମ୍ବା ତୋଫାନ ଆସିନାହିଁ। ବିଜେପି ବିରୋଧରେ ବର୍ଷି ସଞ୍ଜୟ ରାଉତ କହିଛନ୍ତି ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରୁ  ବିଜେପି କୌଣସି ଲାଭ ପାଇବ ନାହିଁ। ମହାବିକାଶ ଅଘାଡ଼ି ସରକାରକୁ ଭାଙ୍ଗିବାକୁ ଦିଆଯିବ ନାହିଁ। ଯଥାଶୀଘ୍ର ସମସ୍ତ ବିଧାୟକ ଦଳକୁ ଫେରିଆସିବେ। 

ଅନ୍ୟପଟେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ରରେ କ୍ଷମତୀାସୀନ ଉଦ୍ଧବ ଠାକେର ସରକାର ଠିକଠାକ୍ ଚାଲିଛି ବୋଲି ଦାବି କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନ ଯାହା କିଛି ଘଟୁଛି ତାହା ସରକାର ଗଠନ ହେବା ପରେ ତୃତୀୟ ଥର ଲାଗି ଘଟୁଛି। ମହାମହାରାଷ୍ଟ୍ରରେ ଆମ ସରକାର ଭଲ  ଭାବରେ ଚାଲିଛି। ବର୍ତ୍ତମାନ ଯାହା ଘଟିଛି  ତାହା ସରକାର ଗଢିବାର ଅଢେଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଘଟିଛି। ପୂର୍ବରୁ ମଧ୍ୟ ଆମର ବିଧାୟକଙ୍କୁ ଡାକି ନେଇ ହରିୟାଣା ଠାରେ ରଖାଯାଇଥିଲା। ହେଲେ ପରେ ଆମେ ସରକାର ଗଠନ କରିଥିଲୁ ଏବଂ ସରକାର ଠିକ୍ ଭାବରେ ଚାଲୁଛି।

ଶିବସେନା ନେତା ଏକନାଥ ସିନ୍ଦେଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ମହାବିକାଶ ଅଘାଡି ସରକାରରେ ଶିବସେନା ପାଖରେ ଗୁରୁ ଦାୟିତ୍ୱ ରହିଛି। ସେମାନେ କାହାକୁ ସୁଯୋଗ ଦେବେ ଏହା ହେଉଛି ସେମାନଙ୍କ ବ୍ୟକ୍ତିଗତ ମାମଲା। ଉଦ୍ଧବ ଠାକରେଙ୍କ ନେୃତୃତ୍ୱରେ କୌଣସି ପରିବର୍ତ୍ତନ ହେବାର ଆବଶ୍ୟକତା ନାହିଁ। 

ମହାରାଷ୍ଚ୍ର ବିଧାନ ପରିଷଦରେ  ଆମର ଜଣେ ପ୍ରାର୍ଥୀ ଜିତି ପାରି ନାହାଁନ୍ତି। ରାଷ୍ଟ୍ରପତି ନିର୍ବାଚନ ଉପରେ ଏବେ ଆମେ ଚର୍ଚ୍ଚା କରୁଛୁ। ବିଧାନ ପରିଷଦ ନିର୍ବାଚନରେ ହୋଇଥିବା ପରାଜୟ ବାବଦରେ ଆମେ ନିଶ୍ଚୟ ଚର୍ଚ୍ଚା କରିବୁ।  ମହାବିକାଶ ଅଘାଡି ସରକାର ଗଠନ ହେବା ପର ଠାରୁ ଏହା ପ୍ରଥମ ହୋଇନାହିଁ ଯେତେବେଳେ କ୍ରଂସି ଭୋଟିଂ ହୋଇଛି। ବର୍ତ୍ତମାନ କୌଣସି ବିଧାୟକଙ୍କ ସହ ଆଲୋଚନା ହୋଇନାହିଁ। ଶିବସେନା-ଏନସିପି-କଂଗ୍ରେସ ଏକାଠି ଅଛନ୍ତି। ଯେ ପର୍ଯ୍ୟନ୍ତ ଶିବସେନା ଆମକୁ ସମସ୍ୟା ବାବଦରେ ନ ଜଣାଇଛି ଆମେ କୌଣସି ପଦକ୍ଷେପ ନେଇପାରିବୁ ନାହିଁ। ସନ୍ଧ୍ୟାରେ ଶିବସେନା ସହ ଭେଟଘାଟ ହେବା ପରେ ପ୍ରକୃତ ସମସ୍ୟା କ'ଣ ଜଣାପଡ଼ିବ।

Also Read: Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ