Maharashtra Politics: ଦଳର ବିଦ୍ରୋହୀ ବିଧାୟକଙ୍କୁ ନେଇ U-Turn ମାରିଲା ଶିବେସେନା
Rebel ShivSena MLA: ବିଜେପି ବିରୋଧରେ ବର୍ଷି ଶିବସେନା ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ କହିଛନ୍ତି ତାଙ୍କ ପିତା ଉଦ୍ଧବ ଠାକେରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର କେବେ ଏହାର ଦଳୀୟ ବିଧାୟକ, ସାଂସଦ କିମ୍ବା ଅନ୍ୟ ନେତାଙ୍କ ଉପରେ ଗୁଇନ୍ଦାଗିରି କରିନାହିଁ।
Rebel ShivSena MLA: ବିଦ୍ରୋହୀ ଶିବେସେନା ନେତାଙ୍କୁ ନେଇ ନରମ ଆଭିମୁଖ୍ୟ ଗ୍ରହଣ କରିଛି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ। ଏନେଇ ଶିବସେନା ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ କହିଛନ୍ତି ଯେ ଦଳ ଛାଡିଥିବା ବିଦ୍ରୋହୀ ନେତା ଯଦି ଫେରିବାକୁ ଆସିବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କୁ ସ୍ୱାଗତ କରାଯିବ। ବିଦ୍ରୋହୀ ଶିବେସେନା ବିଧାୟକଙ୍କ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୃହ ଜିଲ୍ଲା ଠାଣେର ଭିୱାଣ୍ଡି ସହରରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ବିଦ୍ରୋହୀ ଶିବସେନା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ସ୍ୱାଗତ କରାଯିବ। ହେଲେ ସେମାନଙ୍କ କାର୍ଯ୍ୟ ଦ୍ୱାରା ଭାରୀ ଦୁଃଖିତ। ଆମେ ତାଙ୍କୁ ବିଶ୍ୱାସ କରିଥିଲୁ ହେଲେ ସେମାନେ ଆମ ପିଠିରେ ଛୁରୀ ମାରିଥିଲେ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଉଦୟ ଠାକରେ ନିଷ୍ଠା ଯାତ୍ରା ଆରମ୍ଭ କରିଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଶିବସେନା ଠାକରେ ଗୋଷ୍ଠୀ ସହ ଛିଡା଼ ହୋଇଛନ୍ତି।
ବିଜେପି ବିରୋଧରେ ବର୍ଷି ଶିବସେନା ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ କହିଛନ୍ତି ତାଙ୍କ ପିତା ଉଦ୍ଧବ ଠାକେରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର କେବେ ଏହାର ଦଳୀୟ ବିଧାୟକ, ସାଂସଦ କିମ୍ବା ଅନ୍ୟ ନେତାଙ୍କ ଉପରେ ଗୁଇନ୍ଦାଗିରି କରିନାହିଁ। ଅସୁସ୍ଥ ହେବା ପରେ ମୋ ପିତା ଘରେ ରହି କାମ କରୁଥିଲେ। ମାତ୍ର ସେତେବେଳେ ତାଙ୍କୁ ପ୍ରତାରଣା କରାଯାଇଥିଲା। ମୋ ବାପା ଅସୁସ୍ଥତା କାରଣରୁ ଘରେ ରହି କାମ କରୁଥିଲେ। ଅନ୍ୟ ଶିବସେନା ମନ୍ତ୍ରୀ ସେମାନଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ ମୋ ବାପା ଯେତେବେଳେ ତାଙ୍କ କାର୍ଯ୍ୟାଳୟ ଯିବା ଆରମ୍ଭ କଲେ ସେତେବେଳେ ସେ ଅନୁଭବ କଲେ ଯେ ତାଙ୍କ ଉପସ୍ଥିତି ଯୋଗୁଁ ମନ୍ତ୍ରୀ ଅସହଜ ମନେ କରୁଛନ୍ତି। ବାପାଙ୍କ ପ୍ରତି ସେମାନଙ୍କ ବ୍ୟବହାର ବଦଳିଗଲା।
ଆଦିତ୍ୟ ଠାକରେ ନାସିକ ସାଂସଦ ହେମନ୍ତ ଗୋଡସେଙ୍କୁ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଆମେ ତାଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲୁ ଏବଂ ତାଙ୍କ ବିଜୟ ପାଇଁ ପ୍ରାୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିଲୁ। ତଥାପି ସେମାନେ ଆମକୁ ବିନା କାରଣରେ ପ୍ରତାରଣା କଲେ।
ଆଦିତ୍ୟ ଠାକେରଙ୍କ କଟାକ୍ଷ ଉପରେ ଜବାବ ରଖି ବିଦ୍ରୋହୀ ଶିବେସେନା ବିଧାୟକଙ୍କ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ସେ ଯାହା କହିବାକୁ ଚାହୁଁଛନ୍ତି ସେ ତାହା କୁହନ୍ତୁ। ଆମେ ଆମର କାର୍ଯ୍ୟ ସହିତ ସେମାନଙ୍କ ସମାଲୋଚନାର ଜବାବ ଦେଉଛୁ। ମହାରାଷ୍ଟ୍ରର ଲୋକେ ଆମର ରାଜନୈତିକ ସ୍ଥିତିକୁ ନିଶ୍ଚିତ କରିଛନ୍ତି। କାରଣ ଆମେ ଅଧିକରୁ ଅଧିକ ସମର୍ଥନ ପାଉଛୁ।
Also Read: Maharashtra Politics: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକେରଙ୍କ କଟାକ୍ଷ
Also Read: Maharashtra Politics: ଏକନାଥ ସିନ୍ଦେଙ୍କୁ ନେଇ ଏକ ବଡ଼ ଖୁଲାସା କଲେ ଆଦିତ୍ୟ ଠାକରେ
Also Read: ଧୋକ୍କାବାଜ କେବେ ଜିତନ୍ତି ନାହିଁ: ଆଦିତ୍ୟ ଠାକରେ