Ramdas Kadam: 'ଆଦିତ୍ୟ ଠାକରେ ମୋତେ ଅଙ୍କଲ ଡାକୁଥିଲେ, ମୋ କ୍ୟାବିନରେ ବସି ମୋ ମନ୍ତ୍ରଣାଳୟ ଛଡ଼ାଇ ନେଲେ'
Advertisement

Ramdas Kadam: 'ଆଦିତ୍ୟ ଠାକରେ ମୋତେ ଅଙ୍କଲ ଡାକୁଥିଲେ, ମୋ କ୍ୟାବିନରେ ବସି ମୋ ମନ୍ତ୍ରଣାଳୟ ଛଡ଼ାଇ ନେଲେ'

Maharashtra Politics: ମୁଁ ଭାବିନଥିଲି ଯେ ଆଦିତ୍ୟ ଠାକରେ ଯିଏ ମୋତେ ଅଙ୍କଲ ବୋଲି କହୁଥିଲେ ସେ ଆଗକୁ ଯାଇ ମୋ ମନ୍ତ୍ରଣାଳୟ ଗ୍ରହଣ କରିବେ।

Ramdas Kadam: 'ଆଦିତ୍ୟ ଠାକରେ ମୋତେ ଅଙ୍କଲ ଡାକୁଥିଲେ, ମୋ କ୍ୟାବିନରେ ବସି ମୋ ମନ୍ତ୍ରଣାଳୟ ଛଡ଼ାଇ ନେଲେ'

Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳର ପୂର୍ବତନ ନେତା ରାମଦାସ କାଦାମ। ନିଜେ ଆଣିଥିବା ଅଭିଯୋଗରେ ଉଦ୍ଧବ ଠାକରେଙ୍କ ପୁଅ ଦଳର ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କର ଇସ୍ତଫା ପରେ ଉଦ୍ଧବ ଠାକରେ ଗୋଷ୍ଠୀ ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏହାର କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦଙ୍କ ଗୋଷ୍ଠୀ ପୁଣିଥରେ ତାଙ୍କୁ ନେତା ଭାବରେ ନିଯୁକ୍ତ କରିଛନ୍ତି। ରାମଦାସ କାଦାମ ଶିବସେନା ନେତୃତ୍ୱ ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ ମାତୋଶ୍ରୀରୁ ବାହାରିବା ପୂର୍ବରୁ କେହି ଥରେ ତାଙ୍କୁ ଫୋନ କରିନଥିଲେ।

ଆଦିତ୍ୟ ଠାକରେଙ୍କୁ କାଟାକ୍ଷ କରି ରାମଦାସ କାଦାମ କହିଛନ୍ତି ଯେ ଯୁବ ରାଜନେତା ଜଣଙ୍କ କଥାବାର୍ତ୍ତା ବେଳେ ତାଙ୍କ ବୟସକୁ ମନେ ରଖିବା ଆବଶ୍ୟକ। ମହାରାଷ୍ଟ୍ରରେ ବର୍ଷ ୨୦୧୪-୧୯ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବିଜେପି-ଶିବସେନା ମେଣ୍ଟ ସରକାରରେ ସେତେବେଳେ ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରାମଦାସ କାଦାମ। ମନ୍ତ୍ରୀ ରହିଥିବା ବେଳେ ମୁଁ ୨୦୧୮ ବର୍ଷରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଥିଲି। ମାତ୍ର ଏହାର ସମସ୍ତ ଶ୍ରେୟ ଆଦିତ୍ୟ ଠାକେରଙ୍କୁ ଦିଆଯାଇଥିଲା। 

ମୁଁ ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ବେଳେ ଆଦିତ୍ୟ ଠାକରେ ଦେଢ ବର୍ଷ ଧରି ମୋ କ୍ୟାବିନରେ ବସି ରହୁଥଲେ। ସେତେବେଳେ ମୁଁ ଭାବିନଥିଲି ଯେ ଆଦିତ୍ୟ ଠାକରେ ଯିଏ ମୋତେ ଅଙ୍କଲ ବୋଲି କହୁଥିଲେ ସେ ଆଗକୁ ଯାଇ ମୋ ମନ୍ତ୍ରଣାଳୟ ଗ୍ରହଣ କରିବେ। ମୁଁ ମୋର ପୁରା ଜୀବନରେ ଏପରି ରାଜନୀତି କରି ନାହିଁ। କୌଣସି ବାହାର ଲୋକ ମନ୍ତ୍ରୀଙ୍କ କ୍ୟାବିନରେ ବସି ଏପରି କୌଣସି ବୈଠକ କରିପାରିବେ ନାହିଁ। ହେଲେ ଆଦିତ୍ୟ ଠାକରେ ଉଦ୍ଧବ ଠାକରେଙ୍କ ପୁଅ ଥିଲେ। ତେଣୁ ତାଙ୍କୁ ମୁଁ କିଛି କହି ନ ଥିଲି। ପରିବେଶ ମନ୍ତ୍ରୀ ରହିଥିବା ବେଳେ ମୁଁ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲି। ହେଲେ ଆଦିତ୍ୟ ଠାକରେଙ୍କୁ ଏହାର ଶ୍ରେୟ ଦେଇ ରାଜନୀତିରେ ତାଙ୍କର ସ୍ଥିତି ବୃଦ୍ଧି କରାଯାଇଥିଲା। ତଥାପି ମୁଁ କିଛି କହିଲି ନାହିଁ।

ଏକ ଟେଲିଭିଜନ ସାକ୍ଷାତକାରରେ ରାମଦାସ କଦାମ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ଠାକେରଙ୍କୁ ପଚାରିଥିଲେ ଯେ ସେ ଶିବସେନାରୁ ଆହୁରି କେତେ ଲୋକଙ୍କୁ ବରଖାସ୍ତ କରିବେ। ଦଳର ୫୦ ଜଣ ବିଧାୟକ ଏବଂ ୧୨ ଜଣ ସାଂସଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କାହିଁକି ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାର ଅନୁସନ୍ଧାନ କରିବାକୁ କାଦାମ ଠାକରେଙ୍କୁ କହିଥିଲେ। ଯେତେବେଳେ ବିଦ୍ରୋହୀ ଶିବସେନା ବିଧାୟକ ଗୌହାଟି ଠାରେ ଅବସ୍ଥାନ କରୁଥିଲେ ସେ ସେତେବେଳେ ଦଳକୁ ଫେରିବା ବାବଦରେ ସିନ୍ଦେଙ୍କୁ କହିଥିଲେ। ସିନ୍ଦେ ଏଥିରେ ସହମତ ହୋଇଥିଲେ। ହେଲେ ଠାକରେଙ୍କ ପାଖ ଲୋକ ଦଳୀୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିବାରୁ ଏହି ଉଦ୍ୟମ ବିଫଳ ହୋଇଥିଲା।

ଏନସିପି ସୁପ୍ରିମୋ ଶରଦ ପାୱାର ଶେଷରେ ଶିବସେନାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ରାମଦାସ କାଦାମ। ତାଙ୍କର ଯୋଜନା ସଫଳ ହୋଇଥିଲା। ବାଲାସାହେବ ଜୀବିତ ଥିବାବେଳେ ଶରଦ ପାୱାର ଯାହା କରିପାରି ନଥିଲେ। ସେ ଉଦ୍ଧବ ଠାକରେଙ୍କ ସହ କରିଥିଲେ। ଆମେ ଭାଗ୍ୟବାନ ଯେ ଶିବସେନାରେ ଏହି ବିଭାଜନ ଅଢେଇ ବର୍ଷରେ ଘଟିଥିଲା। ନଚେତ୍ ସମଗ୍ର ଶିବସେନା ଆଗାମୀ ୫ ବର୍ଷ ମଧ୍ୟରେ ସମାପ୍ତ ହୋଇ ଯାଇଥାନ୍ତା। ଆମକୁ ବହିଷ୍କାର କରିବା ପରିବର୍ତ୍ତେ ଭବିଷ୍ୟତରେ ବିଜେପି ସହିତ ଆସିବାକୁ ଚେଷ୍ଟା କରିବା ଆବଶ୍ୟକ। ଗୌହାଟି ଯିବା ପରେ ମୁଁ ଏକନାଥ ସିନ୍ଦେଙ୍କ ସହ ଉଦ୍ଧବ ଠାକରେ ଫେରିବାର ସମ୍ଭାବନା ବାବଦରେ ଆଲୋଚନା କରିଲି। ସେ ରାଜି ମଧ୍ୟ ହୋଇଥିଲେ। ହେଲେ ଉଦ୍ଧବ ଠାକରେଙ୍କ ପାଖ ଲୋକ ଦଳର ବିଦ୍ରୋହୀ ବିଧାୟକଙ୍କୁ ଷଣ୍ଢ, କୁକୁର, ଗୁଣ୍ଡା କହିବାକୁ ଲାଗିଲେ। ଏପରିକି ଦଳର ମହିଳା ବିଧାୟକଙ୍କୁ କଟାକ୍ଷ କରିବାକୁ ପଛାଇନଥିଲେ।

କାଦାମ କହିଛନ୍ତି ଯେ ଆହୁରି କେତେ ଜଣ ନେତାଙ୍କୁ ଉଦ୍ଧବ ଠାକୁରେ ବହିଷ୍କାର କରିବାକୁ ଯାଉଛନ୍ତି? ଦଳର ୫୦ ବିଧାୟକ ବରଖାସ୍ତ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ଦଳର ୧୨ ଜଣ ସାଂସଦଙ୍କୁ ବହିଷ୍କାର କରିବାକୁ ଯାଉଛନ୍ତି। ଶିବାଜିରାଓ ଅଦଲରାଓ ପାଟିଲ, ଆନନ୍ଦାରୋ ଅଡସୁଲ ଏବଂ ବର୍ତ୍ତମାନ ଶହ ଶହ କର୍ପୋରେଟର ଦଳରୁ ଦୂରେଇ ଯାଉଛନ୍ତି। ଆପଣ ମଧ୍ୟ ସେମାନଙ୍କୁ ପଚାରୁଛନ୍ତି। 

Also Read: Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା, ଦଳ ଛାଡିବେ ଆଉ ଜଣେ ନେତା