Maharashtra Politics: ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ। ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେ ନିଜ ଟ୍ୱିଟର ହ୍ୟାଣ୍ଡେଲ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରିଛନ୍ତି। ଏଠାରେ ଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଦ୍ରୋହୀ ଶିବସେନା ବିଧାୟକ ଦଳରେ ସ୍ୱର ଉତ୍ତୋଳନ କରିବା ସମୟରୁ ନିଜକୁ ପ୍ରକୃତ ବାଲା ସାହେବଙ୍କ ଶିବ ସୈନିକ ଭାବେ ଦର୍ଶାଉଛନ୍ତି। ଏକନାଥ ସିନ୍ଦେ ତାଙ୍କ ଗୋଷ୍ଠୀର ନାଁ ଶିବସେନା ବାଲାସାହେବ ଠାକରେ ରଖିଛନ୍ତି। ସିନ୍ଦେଙ୍କ ଗୋଷ୍ଠୀ ଦର୍ଶାଉଛି ଯେ ସେମାନେ ହେଉଛନ୍ତି ବାଲା ସାହେବ ଠାକରେଙ୍କ ପ୍ରକୃତ ଅନୁଗାମୀ। 


COMMERCIAL BREAK
SCROLL TO CONTINUE READING

ନିଜ ଟ୍ୱିଟର ହ୍ୟାଣ୍ଡେଲ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରି ଏକନାଥ ସିନ୍ଦେ ବାଲା ସାହେବ ଠାକେରଙ୍କ ଫଟୋ ଲଗାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏହି ଫଟୋରେ ତାଙ୍କୁ ବାଲାସାହେବ ଠାକରେଙ୍କ ସହିତ ଦେଖିବାକୁ ମିଳିଛି। ଏହି ଫଟୋ ରେ ବାଲା ସାହେବ ଚେୟାରରେ ବସିଥିବାର ନଜର ଆସିଛନ୍ତି ଏବଂ ସିନ୍ଦେ ତାଙ୍କ ପାଖରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଯଦିଓ ବିଜେପି ପାଖରେ ୧୧୫-୧୨୦ ବିଧାୟକ ଅଛନ୍ତି ହେଲେ ସେମାନେ ମୋତେ ସମର୍ଥନ କରିଛନ୍ତି। ମୁଁ ବାଲା ସାହେବଙ୍କ ଜଣେ ସୈନିକ। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡା ଏବଂ ଦେବେନ୍ଦ୍ର ଫଡନାଭୀସଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।


ଗତ ଗୁରୁବାର ଦିନ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଦେବେନ୍ଦ୍ର ଫଡନାଭିସ୍ ଏକନାଥ ସିନ୍ଦେଙ୍କ ନାମ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ। ଏହା ପରେ ସେହି ଦିନ ସନ୍ଧ୍ୟାରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସିନ୍ଦେ ଗୁରୁବାର ବିଳମ୍ବିତ ରାତିରେ ଗୋଆ ରାଜଧାନୀ ପାଣାଜୀସ୍ଥିତ ତାଜ ହୋଟେଲ ଠାରେ ତାଙ୍କ ଗୋଷ୍ଠୀର ବିଧାୟକଙ୍କୁ ଭେଟିଥିଲେ। ବିଦ୍ରୋହୀ ଶିବସେନା ବିଧାୟକ ଯେଉଁମାନେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ସେମାନେ ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ପୂର୍ବରୁ ନିଜ ରାଜ୍ୟକୁ ବାହୁଡ଼ିଯିବେ। 


ରାଜ୍ୟ ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଏହା କେବଳ ଏର ଔପଚାରକତା ମାତ୍ର।  କାରଣ ଆମ ପାଖରେ ବିଜେପି, ସ୍ୱାଧିନ, ଅନ୍ୟ ଦଳ, ବିଦ୍ରୋହୀଙ୍କ ସମେତ ମୋଟ ୧୭୫ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଆମେ ବିଧାନସଭାରେ ସହଜରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବୁ। 


Also Read: Eknath Shinde: ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ; କିପରି ରହିଥିଲା ଯାତ୍ରା