Eknath Shinde: ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ; କିପରି ରହିଥିଲା ଯାତ୍ରା
Advertisement
Article Detail0/zeeodisha/odisha1238953

Eknath Shinde: ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ; କିପରି ରହିଥିଲା ଯାତ୍ରା

Eknath Shinde: ଏକନାଥ ସିନ୍ଦେ ୨୦୦୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 

Eknath Shinde: ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ; କିପରି ରହିଥିଲା ଯାତ୍ରା

Eknath Shinde: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜୁନ ୩୦ ତାରିଖ ଗୁରୁବାର ସନ୍ଧ୍ୟାରେ ଶପଥ ନେଉଛନ୍ତି ଏକନାଥ ସିନ୍ଦେ। କିଏ ଏହି ଏକନାଥ ସିନ୍ଦେ ଯିଏ ହଠାତ୍ ମହାରାଷ୍ଟ୍ର ରାଜନୀତିରେ ପାଲଟିଗଲେ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା। 

ମହାରାଷ୍ଟ୍ର ସତାରା ଜିଲ୍ଲାରେ ହୋଇଥିଲା ଏକନାଥ ସିନ୍ଦେ। ଦାରିଦ୍ର୍ୟତା ମଧ୍ୟ କଟିଥିଲା ତାଙ୍କ ପିଲା ଦିନେ। ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ହେବା ଲାଗି ଏକ ଅଟୋ ରିକ୍ସା ଚଳାଇବା ଆରମ୍ଭ କରିଥିଲେ। କୁହାଯାଏ ଯେ ୧୯୮୦ ଦଶକରେ ସେ ଶିବସେନା ସଂସ୍ଥାପକ ବାଲ ସାହେବ ଠାକରେଙ୍କ ବିଚାର ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ। ଏହା ପରେ ଏକନାଥ ସିନ୍ଦେ ଶିବସେନା ହାତ ଧରିଥିଲେ। ଏକନାଥ ସିନ୍ଦେ ୨୦୦୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବାଲା ସାହେବଙ୍କ ମୃତ୍ୟୁ ପରେ ଶିବସେନାର ବଡ ନେତାଙ୍କ ମଧ୍ୟରେ ସିନ୍ଦେଙ୍କୁ ଗଣନା କରାଯାଉଥିଲା। ହେଲେ ଗତ ଦୁଇ ବର୍ଷ ମଧ୍ୟରେ ସିନ୍ଦେଙ୍କ ବଦଳରେ ଶିବେସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିଥିଲେ। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଥିଲେ ଏକନାଥ ସିନ୍ଦେ।
 
ସେତେବେଳର ନେତା ଆନନ୍ଦ ଦୀଘେ ଏକନାଥ ସିନ୍ଦେଙ୍କୁ ରାଜନୀତିରେ ଆସିବା ଲାଗି ପ୍ରେରଣା ଦେଇଥିଲେ। ଏକନାଥ ସିନ୍ଦେ ପ୍ରଥମେ ଶିବସେନା ଶାଖା ମୁଖ୍ୟ ହୋଇଥିଲେ। ପରେ ସେ ଥାନେ ନଗର ନିଗମ କର୍ପୋରେଟର ହୋଇଥିଲେ। ହେଲେ ଏପରି ଏକ ସମୟ ଆସିଥିଲା ​​ଯେତେବେଳେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଦୁଃଖର କଳା ବାଦଲ ମାଡ଼ି  ଆସିଲା। ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଏକନାଥ ସିନ୍ଦେଙ୍କ ୧୧ ବର୍ଷର ପୁଅ ଦୀପେଶ ଏବଂ ୭ ବର୍ଷର ଝିଅ ଶୁଭଦାଙ୍କ ୨୦୦୦ ମସିହା ଜୁନ ୨ ତାରିଖରେ ମୃତ୍ୟୁ ହୋଇଥିଲା। ସିନ୍ଦେ ତାଙ୍କ ପିଲାଙ୍କ ସହ ସତାରା ଯାଇଥିଲେ। ହେଲେ ସେଠାରେ ବୋଟିଂ କରିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ପୁଅ ଝିଅଙ୍କ ମୃତ୍ୟୁ ପରେ ସିନ୍ଦେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏଭଳି ଦୁର୍ଦ୍ଦିନ ସମୟରେ ଆନନ୍ଦ ଦୀଘେ ତାଙ୍କୁ ସଠିକ୍ ରାସ୍ତା ଦେଖାଇ ତାଙ୍କୁ ରାଜନୀତିରେ ରହିବାକୁ କହିଥିଲେ।

ଗତ ୨୦୦୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକନାଥ ସିନ୍ଦେ ରାଜ୍ୟର କୋପରି ପାଚପାଖାଡ଼ି ଆସନରୁ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୧୪, ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇ ଦେବେନ୍ଦ୍ର ଫଡ଼ନାଭୀସ ଏବଂ ଉଦ୍ଧବ ଠାକେରଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। 

Also Read: Maharashtra Politics: ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ, ସମର୍ଥନ ଜଣାଇଲା ବିଜେପି