ମୁମ୍ୱାଇ: Maharashtra Politics: ଉଦ୍ଧବ ସରକାର (Uddhav Government) ଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସିନ୍ଦେ ସରକାର (Shinde Government) । ମହାରାଷ୍ଟ୍ରର ଔରଙ୍ଗାବାଦ (Aurangabad) ଓ ଓସମାନାବାଦ (Osmanabad) ର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି  ଉପରେ ବର୍ତ୍ତମାନ ସିନ୍ଦେ ସରକାର ରୋକ ଲଗାଇ ଦେଇଛନ୍ତି । ସିନ୍ଦେ ସରକାର କ୍ୟାବିନେଟ ସମ୍ମୁଖରେ ଏହି ପ୍ରସ୍ତାବ ରଖିବେ । ଯେଉଁ ସମୟରେ ଉଦ୍ଧବ ଠାକରେ ସରକାର ଏହି ନିଷ୍ପତ୍ତି ନେଇଥିଲେ, ଯେତେବେଳେ ରାଜ୍ୟପାଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସରକାରଙ୍କୁ ଚିଠି ଲେଖିଥିଲେ, ସେତେବେଳେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ଔରଙ୍ଗାବାଦ ସହରକୁ 'ସମ୍ୱାଜିନଗର' ନାମରେ ନାମିତ କରିବାକୁ ଅନୁମୋଦନ କରାଯାଇଥିଲା । ଏଥିସହିତ ଓସମାନାବାଦ ସହରର ନାମକୁ 'ଧାରାଶିବ' ରେ ପରିବର୍ତ୍ତନ କରାଯାଇଥିଲା । ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ୱର୍ଗତଃ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ନାମିତ କରାଯାଇଥିଲା । ସେପଟେ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବାକୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ।


ଏହାପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ, "ଏହି ସ୍ଥାନଗୁଡିକର ନାମକରଣ MVA ର କୋମନ୍ ମିନିମମ୍ ପ୍ରୋଗ୍ରାମର ଅଂଶ ନ ଥିଲା । ନିଷ୍ପତ୍ତି ନେବା ପରେ ମୁଁ ଏହା ଜାଣିବାକୁ ପାଇଥିଲି । କୌଣସି ପୂର୍ବ ପରାମର୍ଶ ବିନା ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ବୈଠକ ସମୟରେ ଆମ ଲୋକଙ୍କ ଦ୍ୱାରା ମତ ବ୍ୟକ୍ତ କରାଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତି (ତତ୍କାଳୀନ) ମୁଖ୍ୟମନ୍ତ୍ରୀ (ଠାକରେ) ଙ୍କ ଦ୍ୱାରା ନିଆଯାଇଥିଲା  ।" 


ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ନେଇ ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା, ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ


ଏହା ବି ପଢ଼ନ୍ତୁ:-ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ


ଏହା ବି ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଜାଣନ୍ତୁ ଟଙ୍କା ଫେରିପାଇବାର ପୁରା ପ୍ରକ୍ରିୟା


ଏହା ବି ପଢ଼ନ୍ତୁ:-କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡ଼ିଆ..


 


ସେପଟେ ଔରଙ୍ଗାବାଦର ଲୋକସଭା ସାଂସଦ ତଥା ଏଆଇଏମଆଇଏମ୍ ନେତା ଇମତିଆଜ ଜଲିଲ ନିକଟ ଅତୀତରେ କହିଥିଲେ ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଦାବି କରିଛନ୍ତି ଯେ ସେ ସହରର ନାମ ସମ୍ୱାଜୀନଗର ରଖିବାର ନିଷ୍ପତ୍ତି ବିଷୟରେ ଜଣା ନଥିଲା । ଏହା ହାସ୍ୟାସ୍ପଦ ।