Eknath Shinde targets Uddhav Thackeray: ଶିବସେନାରେ ହୋଇଥିବା ବିଦ୍ରୋହକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଶିବସେନା ବିଦ୍ରୋହ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରର ବିକାଶ ତଥା ମରାଠୀ ଲୋକଙ୍କ କଲ୍ୟାଣ ପାଇଁ ସେ ଏପରି ଏକ କାମ କରିଥିଲେ। ପୂର୍ବରୁ ଯଦିଓ ଶିବସେନାରେ ବିଦ୍ରୋହ ହୋଇଛି ମାତ୍ର ନିକଟ ଅତୀତରେ ପୁରୁଣା ଶିବସୈନିକ ଏକନାଥ ସିନ୍ଦେଙ୍କ ଦ୍ୱାରା ହୋଇଥିବା ବିଦ୍ରୋହ କାରଣରୁ ଦଳକୁ ସର୍ବାଧିକ କ୍ଷତି ସହିବାକୁ ପଡିଛି। ବର୍ତ୍ତମାନ ଶିବସେନା ସିନ୍ଦେ-ଠାକେର ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। କେବେ ମହାରାଷ୍ଟ୍ର ରାଜନୀତିରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଅତି ଘନିଷ୍ଠ ସହଯୋଗୀ ଏବଂ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଅତି ବିଶ୍ୱସ୍ତ ନେତା ଭାବେ ବିବେଚିତ ହେଉଥିଲେ ଏକନାଥ ସିନ୍ଦେ। 


COMMERCIAL BREAK
SCROLL TO CONTINUE READING

ଗତ ଜୁନ ମାସରେ ଶିବସେନା (Revolt in Shiv Sena) ହୋଇଥିବା ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ (Maharashtra CM Eknath Shinde) ଟାର୍ଗେଟ କରିଥିଲେ ବିରୋଧି। ବିଦ୍ରୋହ ପ୍ରସଙ୍ଗରେ ବିରୋଧିଙ୍କୁ ଜବାବ ଦେଇ ମହରାଷ୍ଟ୍ର ବିଧାନ ଭବନରେ (Maharashtra Vidhan Bhavan) ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅସାମ୍ବିଧାନିକ କିମ୍ବା ବେଆଇନ ନୁହେଁ। ରାଜ୍ୟ ସାମ୍ନା କରୁଥିବା ବିଭିନ୍ନ ପ୍ରସଙ୍ଗରେ ମୌସୁମୀ ଅଧିବେଶନର ଶେଷ ଦିନରେ ଚାଲିଥିବା ବିତର୍କରେ ଜବାବ ରଖି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ଅନେକ ଥର ତାଙ୍କ ବିରୋଧି ତାଙ୍କୁ ଚୁକ୍ତିଭିତ୍ତିକ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କ କଲ୍ୟାଣ ଲାଗି କାମ କରିବା।


ଗତବର୍ଷ ଯେତେବେଳେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ (Union Minister Narayan Rane) ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ (Uddhav Thackeray) ବିରୋଧରେ କିଛି ବୟାନବାଜି କରିଥିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ମୁଁ କହିବି ଯେ ମହାରାଷ୍ଟ୍ରବାସୀଙ୍କ ବିକାଶ, ସମୃଦ୍ଧି ଏବଂ ଉନ୍ନତି ପାଇଁ ମୁଁ ଚୁକ୍ତି ନେଇଛି। ଯେତେବେଳେ ବିରୋଧିଙ୍କ ପକ୍ଷରୁ ତାଙ୍କ ଗୋଷ୍ଠୀ ଦ୍ୱାରା କରାଯାଇଥିବା ବିଦ୍ରୋହକୁ ବିଶ୍ୱାସଘାତକତା ବୋଲି କୁହାଯାଇଥିଲା ସେତେବେଳେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଦେବାଳିଆ ଆଦର୍ଶ ବୋଲି କହିଥିଲେ।


Also Read:  Maharashtra Politics: ବିଦ୍ରୋହକୁ ନେଇ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଲେ ଏକନାଥ ସିନ୍ଦେ 


ମହରାଷ୍ଟ୍ର ବିଧାନ ଭବନରେ ମୌସୁମୀ ଅଧିବେଶନ ପ୍ରକ୍ରିୟା ସମୟରେ ଗୁରୁବାର ଗୃହ ସରଗରମ ହୋଇଉଠିଥିଲା ​​ଯେତେବେଳେ ସିନ୍ଦେ ଗୋଷ୍ଠୀର ବିଧାୟକ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ (Aditya Thackeray) ବ୍ୟାନର ଦେଖାଇ ଟାର୍ଗେଟ କରିଥିଲେ। ଏହାର ଜବାବରେ ଆଦିତ୍ୟ ଠାକେର ଏକ ସ୍ଲୋଗାନ ଦେଇ କହିଥିଲେ ଯେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅର୍ଥବଳ ଦ୍ୱାରା ପ୍ରଭାବିତ କରାଯାଇଥିଲା। ଯେଉଁ କାରଣରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର (Maha Vikas Aghadi Government) ଭୁଶୁଡ଼ି ଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ହାତରେ ଏକ ବ୍ୟାନର ରହିଥିଲା ଯେଉଁଥିରେ ଆଦିତ୍ୟ ଠାକେରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଲେଖାଯାଇଥିଲା ଯୁବରାଜ ରାସ୍ତା ଭୁଲିଯାଇଛନ୍ତି।


ଏହାର ପାଲଟା ଜବାବ ଦେଇ ଆଦିତ୍ୟ ଠାକରେ ଏକ ସ୍ଲୋଗାନ ଦେଇ କହିଛନ୍ତି ଯେ ତାଙ୍କ ପିତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ବିରୋଧରେ ବିଦ୍ରୋହ ପାଇଁ ଦଳର ୫୦ ଜଣ ବିଧାୟକଙ୍କୁ ଟଙ୍କା ମିଳିଥିଲା। ବୁଧବାର ମହାରାଷ୍ଟ୍ର ବିଧାନ ଭବନ ପରିସରରେ ଶାସକ ତଥା ବିରୋଧି ବିଧାୟକଙ୍କ ମଧ୍ୟରେ ହୋଇଥିବା କଳହ ବାବଦରେ ଉଦହାରଣ ଦେଇଥିଲେ ସେ। ଦଳୀୟ ବିଧାୟକଙ୍କ ବିଦ୍ରୋହ ପରେ ଦଳୀୟ ସମର୍ଥକଙ୍କ ସମର୍ଥନ ଆଧାରକୁ ମଜବୁତ କରିବାକୁ ସେ ରାଜ୍ୟ ଗସ୍ତ କରୁଛନ୍ତି।