Maharashtra Minister Abdul Sattar: ସଦ୍ୟ ମଦ୍ୟ ପାନ କରିବା ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ମହାରାଷ୍ଟ୍ର ବିଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପଚାରୁଛନ୍ତି କ'ଣ ଆପଣ ମଦ୍ୟପାନ କରନ୍ତି?    


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ମହାରାଷ୍ଟ୍ର କୃଷି ମନ୍ତ୍ରୀ ଅବଦୁଲ ସତ୍ତାରଙ୍କ (Maharashtra Agriculture Minister Abdul Sattar) ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (Social Media Viral Video) ହେବାରେ ଲାଗିଛି। ଯେଉଁଥିରେ ମନ୍ତ୍ରୀ ବିଡ ଜିଲ୍ଲାପାଳଙ୍କୁ ପଚାରୁଛନ୍ତି କ'ଣ ଆପଣ ମଦ୍ୟପାନ କରନ୍ତି? ମନ୍ତ୍ରୀ ଅବଦୁଲ ସତ୍ତାର ବିଡ୍ ଜିଲ୍ଲାପାଳ ରାଧାବିନୋଦ ଶର୍ମାଙ୍କୁ (Beed Collector Radhabinod Sharma) ମଦ୍ୟପାନ (Drinking Alcohol) କରୁଛନ୍ତି ନାଁ ନାହିଁ ବୋଲି ପଚରୁଥିବାର ଶୁଣିବାକୁ ମିଳୁଛି।


ଚଳିତ ମାସରେ ହୋଇଥିବା ଅତ୍ୟଧିକ ବର୍ଷା ହେତୁ ଫସଲର କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟର ବିଡ ଜିଲ୍ଲାରେ (Beed District) ପହଞ୍ଚିଥିଲେ ମହାରାଷ୍ଟ୍ର କୃଷି ମନ୍ତ୍ରୀ ଅବଦୁଲ ସତ୍ତାର। ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟର ଚାଷୀ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Also Read: Vande Mataram: ସିନ୍ଦେ ସରକାରଙ୍କ ନିଷ୍ପତ୍ତିକୁ ନେଇ ହୁଲସ୍ତୁଲ ମହାରାଷ୍ଟ୍ର ରାଜନୀତି


ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ମନ୍ତ୍ରୀ ଅବଦୁଲ ସତ୍ତାର ବିଡ ଜିଲ୍ଲାପାଳ ରାଧାବିନୋଦ ଶର୍ମା ଏବଂ ଜିଲ୍ଲାର ଅନ୍ୟ ଅଧିକାରୀଙ୍କ ସହ ଏକ ହଲ ମଧ୍ୟରେ ବସିଥିବାର ନଜର ଆସିଛନ୍ତି। ସେଠାରେ ସମସ୍ତଙ୍କୁ ଚା (Tea) ଦିଆଯିବା ବେଳେ ବିଡ ଜିଲ୍ଲାପାଳ ଚା ପିଇବାକୁ ମନା କରି ଦେଇଥିଲେ। ଠିକ୍ ସେତିକିବେଳେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପଚାରିଥିଲେ ଯେ, କ'ଣ ଆପଣ ମଦ୍ୟପାନ କରନ୍ତି? ମନ୍ତ୍ରୀଙ୍କ ଏହି ପ୍ରଶ୍ନ ଶୁଣିବା ପରେ ଜବାବ ରଖିଥିଲେ ଜିଲ୍ଲାପାଳ। ଏନେଇ ସେ କହିଥିଲେ ଯେ ସେ ବେଳେବେଳେ ଟିକିଏ ନିଅନ୍ତି।  


ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଏବେ ମନ୍ତ୍ରୀ ଅବଦୁଲ ସତ୍ତାରଙ୍କୁ ଘେରିଛନ୍ତି ବିରୋଧୀ। ମହାରାଷ୍ଟ୍ର କଂଗ୍ରେସ ସାଧାରଣ ସମ୍ପାଦକ ସଚିନ ସାୱନ୍ତ ମନ୍ତ୍ରୀଙ୍କ ଏହି ଭିଡିଓ ଟ୍ୱିଟ୍ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଏହା ମନ୍ତ୍ରୀଙ୍କ ବର୍ଷା ନିରୀକ୍ଷଣ ଯାତ୍ରା ନାଁ ମଦ ଭାଟି ଯାଞ୍ଚ ଯାତ୍ରା? ଏହା ସହିତ ଏକ କବିତା ମଧ୍ୟ ସେୟାର କରି ଲେଖିଛନ୍ତି, 'ଏହା ଦୁଃଖ କିମ୍ବା ସୁଖର ସମୟ ସମସ୍ତଙ୍କୁ ମଦ୍ୟପାନ ଏକତ୍ର ବାନ୍ଧିଥାଏ। କୃଷକ ମରିଯାଏ କିମ୍ବା ଆତ୍ମହତ୍ୟା କରେ, ମଦ୍ୟପାନ ସମସ୍ତଙ୍କୁ ବାନ୍ଧିଥାଏ। ସାର୍, ଏକ ପରାମର୍ଶ ଅଛି, ଟିକିଏ ପିଅନ୍ତୁ, ଅତ୍ୟଧିକ ମହଙ୍ଗା ମଦ୍ୟପାନ, ଯାହାକୁ ଆପଣ ଟିକିଏ ପିଇବା ଉଚିତ।


Also Read: Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'


ଅବଦୁଲ ସତ୍ତାର ଉଦ୍ଧବ ଠାକେରଙ୍କ (Uddhav Thackeray) ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ବିଦ୍ରୋହୀ ଶିବସେନା ନେତାଙ୍କ (Rebel Shiv Sena Leader) ମଧ୍ୟରେ ଅଛନ୍ତି ଯେଉଁମାନେ ବିଦ୍ରୋହୀ ମନୋଭାବ ପୋଷଣ କରି ସିନ୍ଦେ ଶିବିରରେ (Shinde Faction) ସାମିଲ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ସରକାରରେ କୃଷି  ମନ୍ତ୍ରୀ ଅଛନ୍ତି।