Maharashtra: ଆସନ୍ତାକାଲି ସମଗ୍ର ରାଜ୍ୟରେ ଗାନ କରାଯିବ ଜାତୀୟ ସଙ୍ଗୀତ
Advertisement
Article Detail0/zeeodisha/odisha1305831

Maharashtra: ଆସନ୍ତାକାଲି ସମଗ୍ର ରାଜ୍ୟରେ ଗାନ କରାଯିବ ଜାତୀୟ ସଙ୍ଗୀତ

National Anthem of India:  ସାମୂହିକ ଜାତୀୟ ସଂଗୀତ ଗାନ କେନ୍ଦ୍ର ସରକାରଙ୍କ 'ସ୍ୱରାଜ ମହୋତ୍ସବ' କାର୍ଯ୍ୟକ୍ରମର ଏକ ଅଂଶ। 

Maharashtra: ଆସନ୍ତାକାଲି ସମଗ୍ର ରାଜ୍ୟରେ ଗାନ କରାଯିବ ଜାତୀୟ ସଙ୍ଗୀତ

National Anthem of India: ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେବା ଅବସରରେ ମହାରାଷ୍ଟ୍ର ସରକାର ଅଗଷ୍ଟ ୧୭ ତାରିଖ ବୁଧବାର ଦିନ ୧୧ ଟା ସମୟରେ ସାମୂହିକ ଜାତୀୟ ସଂଗୀତ ଗାନରେ ଭାଗ ନେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସାରା ଦେଶରେ ସାମୂହିକ ଜାତୀୟ ସଂଗୀତ ଗାନ ବୁଧବାର ସକାଳ ୧୧ ଟାରୁ ଆରମ୍ଭ ହୋଇ ୧୧:୦୧ ମିନିଟ ମଧ୍ୟରେ ଶେଷ ହେବା ଆବଶ୍ୟକ।

ଗତ ସପ୍ତାହରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସହ ଜଡିତ ସମସ୍ତ ଲୋକଙ୍କ ଲାଗି ସାମୂହିକ ଜାତୀୟ ସଂଗୀତ ଗାନରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ସାଧାରଣ ନାଗରିକ ଏଥିପାଇଁୱ ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ।

ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଏହା ହେଉଛି କେନ୍ଦ୍ର ସରକାରଙ୍କ 'ସ୍ୱରାଜ ମହୋତ୍ସବ' କାର୍ଯ୍ୟକ୍ରମର ଏକ ଅଂଶ। ବେସରକାରୀ ପ୍ରତିଷ୍ଠାନ, ବ୍ୟବସାୟୀ ତଥା ଅନ୍ୟାନ୍ୟ ସରକାରୀ ବିଭାଗ, କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା ସରକାରୀ ବିଭାଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଜାତୀୟ ସଂଗୀତ ଗାଇବା ପାଇଁ ଛାତ୍ରଛାତ୍ରୀ ଖୋଲା ପଡ଼ିଆରେ ଏକାଠି ହେବେ। 

Also Read: Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'

ଆସନ୍ତାକାଲିର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମହାରାଷ୍ଟ୍ର ସରକାର ବେସରକାରୀ ପ୍ରତିଷ୍ଠାନ, ସରକାରୀ ଏବଂ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ କର୍ମଚାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଜାତୀୟ ସଂଗୀତ ଗାନ ବେଳେ ସାଧାରଣ ଲୋକ ଯେଉଁଠି ଥିବେ ସେମାନେ ସେଠାରେ ଜାତୀୟ ସଙ୍ଗୀତ ଗାନ ଶେଷ ହେବା ପର୍ଯ୍ୟନ୍ତ ଛିଡ଼ା ହୋଇରହିବେ। ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାମୂହିକ ଜାତୀୟ ସଂଗୀତ ଗାନର ପ୍ରଚାର ପ୍ରସାର କରିବା ପାଇଁ ସରକାର ସୋସିଆଲ ମିଡିଆ, ବେସରକାରୀ ଚ୍ୟାନେଲ, ରେଡିଓ, ଏଫଏମ ଏବଂ କମ୍ୟୁନିଟି ରେଡିଓ ବ୍ୟବହାର କରିବାକୁ କହିଛନ୍ତି।