Maharashtra Politics: ପ୍ରାୟ ସପ୍ତାହେ କାଳ ଧରି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ପ୍ରାୟ ଅଢେଇ ବର୍ଷ କାଳ ଧରି ରାଜ୍ୟରେ ଶାସନ କରୁଥିବା ମହାବିକାଶ ଅଘାଡି ସରକାର ଗାଦିଚ୍ୟୁତ ହେବା ପରେ ଏବେ ରାଜ୍ୟରେ ବିଜେପି ସମର୍ଥନରେ ସରକାର ଗଠନ କରିଛି ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାଭୀସ। 


COMMERCIAL BREAK
SCROLL TO CONTINUE READING

ବିଗତ ୨ ଦିନ ମହାରାଷ୍ଟ୍ରର ରାଜନୀତିରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ବୁଧବାର ଯେଉଁଠାରେ ଉଦ୍ଧବ ଠାକେର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏହାର ଦିନକ ପରେ ଅର୍ଥାତ ଗୁରୁବାର ଦିନ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ରାଜ୍ୟ ରାଜନୀତିରେ ହୋଇଥିବା ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ନବନିର୍ମାନ ସେନା ଏମଏନଏସ ମୁଖ୍ୟ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଭାଇ ରାଜ ଠାକରେ। 


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକେର ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏମଏନଏସ ମୁଖ୍ୟ କହିଛନ୍ତି ଯେଉଁଦିନ ମଣିଷ ନିଜର ସୌଭାଗ୍ୟକୁ ବ୍ୟକ୍ତିଗତ କର୍ତ୍ତୃତ୍ୱ ବୋଲି ଭାବିବା ଆରମ୍ଭ କରିବ ସେହି ଦିନ ଠାରୁ ତାହାର ପତନ ଆରମ୍ଭ ହୋଇଥାଏ। ପ୍ରାୟ ୨ ଦଶନ୍ଧି ପୂର୍ବେ ରାଜ ଠାକରେ ଶିବସେନା ମଧ୍ୟରେ ଏକ ବିଦ୍ରୋହ ଆରମ୍ଭ କରି ମହାରାଷ୍ଟ୍ର ନବନିର୍ମାନ ସେନା ନାମରେ ଏକ ନୂଆ ଦଳ ଗଠନ କରିଥିଲେ। ରାଜ ଠାକରେଙ୍କ ପିତା ଶ୍ରୀକାନ୍ତ ଠାକରେ ବାଲାସାହେବ ଠାକରେଙ୍କ ସାନଭାଇ ଥିଲେ।


ରାଜ ଠାକେର ତାଙ୍କର ଆକ୍ରମଣାତ୍ମକ ଭାଷଣ ପାଇଁ ଜଣାଶୁଣା | ରାଜ ଠାକରେଙ୍କ ତାଙ୍କ ଚାଚା ତଥା ଶିବସେନା ବାଲା ସାହେବ ଠାକେରଙ୍କ ପ୍ରାକୃତିକ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ହେଲେ ୨୦୦୦ ମସିହାରେ ଯେତେବେଳେ ଉଦ୍ଧବ ଠାକରେଙ୍କୁ ବାଲା ସାହେବଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ ହୋଇଥିଲେ ସେତେବେଳେ ସେ ଏହାକୁ ନେଇ କ୍ରୋଧିତ ହୋଇଉଠିଥିଲେ। ଗତ ୨୦୦୫ ବର୍ଷର ରାଜ ଠାକେରଙ୍କ ଶିବସେନା ଛାଡିଥିଲେ।


ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ ଠାକେର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ ଆପଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦୟିତ୍ୱ ଗ୍ରହଣ କରିଥିବାରୁ ଆମେ ଖୁସି। ପ୍ରାକ୍ତନ ଆପଣଙ୍କୁ ଏହି ସୁଯୋଗ ଦେଇଛନ୍ତି। ଆଶା କରାଯାଏ ଯେ ଆପଣ ସୂଚାରୁରୂପେ ଏହି ଦୟିତ୍ୱ ନିର୍ବାହ କରିବେ। ସତର୍କ ରହି ପଦକ୍ଷେପ ନିଅନ୍ତୁ। ଆପଣଙ୍କୁ ପୁଣିଥରେ ଅଭିନନ୍ଦନ।


Also Read: କାହିଁକି ଅଯୋଧ୍ୟା ଯାତ୍ରା ବାତିଲ କଲେ ରାଜ ଠାକରେ? କାରଣ କହିଲେ ଅବୁ ଆଜମୀ