କାହିଁକି ଅଯୋଧ୍ୟା ଯାତ୍ରା ବାତିଲ କଲେ ରାଜ ଠାକରେ? କାରଣ କହିଲେ ଅବୁ ଆଜମୀ
Advertisement

କାହିଁକି ଅଯୋଧ୍ୟା ଯାତ୍ରା ବାତିଲ କଲେ ରାଜ ଠାକରେ? କାରଣ କହିଲେ ଅବୁ ଆଜମୀ

କେଉଁ କାରଣରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ତାଙ୍କର ଅଯୋଧ୍ୟା ଯାତ୍ରା ବାତିଲ କରିଛନ୍ତି ତାହାର ପର୍ଦ୍ଦାଫାଶ କରିଛନ୍ତି ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ।

 

କାହିଁକି ଅଯୋଧ୍ୟା ଯାତ୍ରା ବାତିଲ କଲେ ରାଜ ଠାକରେ? କାରଣ କହିଲେ ଅବୁ ଆଜମୀ

Abu Azmi on Raj Thackeray Ayodhya Tour: ଆସନ୍ତା ଜୁନ ୫ ତାରିଖରେ ହେବାକୁ ଥିବା ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ଏହା ପଛରେ କେଉଁ କାରଣ ରହିଛି ତାହାର ପର୍ଦ୍ଦାଫାଶ କରିଛନ୍ତି ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଶାଖା ସଭାପତି ତଥା ରାଜ୍ୟର ଶିବାଜୀ ନଗର ଆସନର ବିଧାୟକ ଆବୁ ଆଜମୀ।

ଆସନ୍ତା ଜୁନ ୫ ତାରିଖରେ ହେବାକୁ ଥିବା ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief) ରାଜ ଠାକରେ (Raj Thackeray)। ଏହି ଯାତ୍ରା ବାତିଲ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟି (Samajwadi Party) ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ (Maharashtra Unit President) ତଥା ରାଜ୍ୟର ଶିବାଜୀ ନଗର ବିଧାନସଭା ଆସନର (Shivaji Nagar Assembly Constituency) ବିଧାୟକ ଆବୁ ଆଜମୀ (MLA Abu Azmi)। 

ଏନେଇ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ ଦାବି କରି କହିଛନ୍ତି ଭୟ କାରଣରୁ ରାଜ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି। ଏହା ପରେ ସେ କେବେ ଉତ୍ତର ପ୍ରଦେଶର ସେହି ସହରକୁ ଯିବେ ନାହିଁ। କାରଣ ତାଙ୍କ ପାଖରେ ସାହାସ ନାହିଁ। ତାଙ୍କ ସର୍ଜରୀ ହେବ ବୋଲି ରାଜ ଠାକରେ ଯେଉଁ କଥା କହୁଛନ୍ତି ତାହା ଅଯୋଧ୍ୟା ଗସ୍ତ ବାତିଲ କରିବା ପାଇଁ ଏକ ବାହାନା। ପୂର୍ବରୁ ମହାରାଷ୍ଟ୍ରରେ ତାଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ଉତ୍ତର ଭାରତୀୟଙ୍କ ବିରୋଧରେ କଥିତ ରୂପେ ହିଂସାତ୍ମକ ବିରୋଧ କରିଥିଲା। ସେମାନଙ୍କ ଦ୍ୱାରା ବୁଣାଯାଇଥିବା ଘୃଣାର ଜବାବ ଘୃଣା ମାଧ୍ୟମରେ ଦିଆଯାଉଛି।

ରାଜ ଠାକରେଙ୍କୁ ଟାର୍ଗେଟ କରି ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ କହିଛନ୍ତି ତାଙ୍କ ରାଜନୀତି ଶେଷ ହୋଇଯାଉ ଥିବାରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କୁ ରାଜନୀତିରେ କେହି ଗୁରୁତ୍ୱ ଦେଉନାହାଁନ୍ତି। ସେ ଅଯୋଧ୍ୟା ଯିବେ ନାହିଁ। କାରଣ ତାଙ୍କର ସାହସ ନାହିଁ। ଉତ୍ତର ପ୍ରଦେଶ ଭୂମି ହିନ୍ଦୁଙ୍କ ପାଇଁ ପବିତ୍ର ସ୍ଥାନ। ଅତୀତରେ ଏମଏନଏସ କର୍ମକର୍ତ୍ତା ବିରୋଧ ପ୍ରଦର୍ଶନ ନାମରେ ସେ ଉତ୍ତର ଭାରତୀୟଙ୍କୁ ଅପମାନିତ କରିଥିଲେ। ମହାରାଷ୍ଟ୍ର ବିଜେପି ଶାଖା ରାଜ ଠାକରେଙ୍କ ସହ କଥିତ ଭାବେ ରହିଛି। ମାତ୍ର ଉତ୍ତର ପ୍ରଦେଶର ଜଣେ ବିଜେପି ଲୋକସଭା ସାଂସଦ ବୃଜ ଭୂଷଣ ଶରଣ ସିଂହ ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ବିରୋଧ କରୁଛନ୍ତି। ରାଜ ଠାକେରଙ୍କ ବାବଦରେ ବିଜେପି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ।  

Also Read: କାହିଁକି ଅଯୋଧ୍ୟା ଗସ୍ତ ବାତିଲ କଲେ ରାଜ ଠାକରେ? ସାମ୍ନାକୁ ଆସିଲା କାରଣ

Also Read: ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗନ୍ତୁ ରାଜ ଠାକରେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

Also Read: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ