ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା
Maharashtra Politics: ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଉଦ୍ଧବ ଠାକରେ ଦଳୀୟ ସଙ୍ଗଠନରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହା ଅନ୍ତର୍ଗତ ମହାରାଷ୍ଟ୍ରରେ ବଡ଼ ଧରଣର ନୂତନ ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ।
ମୁମ୍ୱାଇ: Maharashtra Politics: ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରିଲ ରହିଛି । ଏହି କ୍ରମରେ ଆଜି ଦଳର ଆଉ ଜଣେ ବଡ଼ ନେତା ଶିବସେନା (Shiv Sena) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଜୋରଦାର ଝଟକା ଦେଇଛନ୍ତି । ଶିବସେନା ନେତା ରାମଦାସ କଦମ (Ramdas Kadam) ଶିବସେନାରୁ ଇସ୍ତଫା ଦେଇଛନ୍ତି । ସେ ଉଦ୍ଧବ ଠାକରେ ଗୋଷ୍ଠୀରେ ସାମିଲ ଥିଲେ । ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଓ ମହା ବିକାଶ ଅଘାଡ଼ି ସରକାରର ପତନ ଘଟିଥିଲା ।
ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଉଦ୍ଧବ ଠାକରେ ଦଳୀୟ ସଙ୍ଗଠନରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହା ଅନ୍ତର୍ଗତ ମହାରାଷ୍ଟ୍ରରେ ବଡ଼ ଧରଣର ନୂତନ ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ସେ ମୁମ୍ବାଇ, ପାଲଘର, ଯବତମାଲ, ଅମ୍ରାବତୀ ସମେତ ଅନ୍ୟାନ୍ୟ ଜିଲ୍ଲାର ୧୦୦ରୁ ଅଧିକ ଦଳର ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ଉପ ବିଭାଗ ମୁଖ୍ୟ ଓ ଶାଖା ମୁଖ୍ୟ ପଦବୀରେ ବହୁ ସଂଖ୍ୟକ ନୂଆ ଚେହେରା ଅଣାଯାଇଛି । ଦଳ ନିଜର ମୁଖପାତ୍ର ସାମନାରେ ନୂତନ ନିଯୁକ୍ତି ବିଷୟରେ ଘୋଷଣା କରିଛି ।
ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟ ୧୪ ଜଣ ଶିବସେନା ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ରାଜି ହୋଇଛନ୍ତି । ଏହି ଆବେଦନରେ ବିଧାନସଭାର ଉପବାଚସ୍ପତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଯୋଗ୍ୟତା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଛି ।
ପ୍ରଧାନ ବିଚାରପତି ଏନ ଭେଙ୍କଟା ରମନାଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଜୁଲାଇ ୨୦ ବୁଧବାର ଏହି ପିଟିସନର ଶୁଣାଣି କରିବେ । ଏହି ବେଞ୍ଚରେ ଜଷ୍ଟିସ କୃଷ୍ଣ ମୁରାରୀ ଓ ଜଷ୍ଟିସ ହିମା କୋହଲି ମଧ୍ୟ ସାମିଲ ଅଛନ୍ତି । ସେହି ଦିନ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବେ ।
ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...
ଏହା ବି ପଢ଼ନ୍ତୁ:-ସିନ୍ଧିଆଙ୍କ ଗଢ଼ରେ ବିଜେପିକୁ ଝଟକା! ୫୭ ବର୍ଷ ପରେ ଗ୍ୱାଲିଅରରେ ଜିତିଲା କଂଗ୍ରେସ
ଏହା ବି ପଢ଼ନ୍ତୁ:-ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ଶିବସେନା (Shiv Sena) ଗୋଷ୍ଠୀ ହୁଏତ ନିଷ୍ପତ୍ତି ନେଇଥାଇ ପାରନ୍ତି, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଏହି ଗୋଷ୍ଠୀ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ୍ ଅଲଭା (Margaret Alva) ଙ୍କୁ ସମର୍ଥନ କରିବ । ଏନସିପି ସୁପ୍ରିମୋ ଶରଦ ପାୱାର (Sharad Pawar) ଙ୍କ ବାସଭବନରେ ବୈଠକରେ ଯୋଗଦେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ସେମାନେ ଅଲଭାଙ୍କୁ ସମର୍ଥନ କରିବେ ।