ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...
Advertisement

ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...

Maharashtra Politics: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ବିଦ୍ରୋହୀ କରିବା ମାତ୍ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ସହ ଯୋଗାଯୋଗ କରିଥିଲେ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୂତ୍ରରୁ କହିଛି ଯେ, "ଉଦ୍ଧବ ଠାକରେ ବ୍ୟକ୍ତି

ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...

ମୁମ୍ୱାଇ: Maharashtra Politics: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ବିଦ୍ରୋହୀ କରିବା ମାତ୍ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ସହ ଯୋଗାଯୋଗ କରିଥିଲେ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୂତ୍ରରୁ କହିଛି ଯେ, "ଉଦ୍ଧବ ଠାକରେ ବ୍ୟକ୍ତିଗତ ଭାବେ ଫଡନାଭିସଙ୍କ ସହ କଥା ହୋଇଥିଲେ ଓ ପ୍ରସ୍ତାବ ଦେଇଥିଲା ବିଜେପିକୁ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଉଚିତ, ଯାହା ଦ୍ୱାରା ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବା ପରିବର୍ତ୍ତେ ପୁରା ଦଳ ତାଙ୍କ ସହ ଆସିପାରେ । କିନ୍ତୁ ବିଜେପି ନେତା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।" ସୂତ୍ର ଏହା ମଧ୍ୟ ଦାବି କରିଛି ଯେ, ଏହି ଆଲୋଚନା ଫଡନାଭିସ ଓ ଠାକରେଙ୍କ ମଧ୍ୟରେ ସିଧାସଳଖ ହୋଇଥିଲା ।

ଖବର ଅନୁଯାୟୀ, ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଫୋନ୍ କରିଥିଲେ । ତେବେ ସେମାନଙ୍କ ଠାରୁ କୌଣସି ଉତ୍ତର ଆସି ନଥିଲା । ବିଜେପିର ଶୀର୍ଷ ନେତୃତ୍ୱ ୨୦୧୯ରେ ଉଦ୍ଧବଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କୌଣସି ଆଲୋଚନା କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମହାରାଷ୍ଟ୍ରର ତତ୍କାଳୀନ ସିଏମ୍ ଉଦ୍ଧବ ଠାକରେ ବିଧାନ ପରିଷଦ ନିର୍ବାଚନରେ ​​କ୍ରସ୍ ଭୋଟ୍ ନେଇ ସନ୍ଦେହ କରୁଥିଲେ । ସେହି ସମୟରେ ସେ ସମସ୍ତ ଶିବସେନା ବିଧାୟକଙ୍କ ଏକ ଜରୁରୀ ବୈଠକ ଡାକିଥିଲେ । ତେବେ ସେତେବେଳେ ଶିବସେନା ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେ ୧୧ ଜଣ ବିଧାୟକଙ୍କ ସହ ନିଖୋଜ ହୋଇଯାଇଥିଲେ । ଏହା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କୁ ଭେଟି ରାଜ୍ୟର ବିଧାନସଭାରେ ଫ୍ଲୋର ଟେଷ୍ଟ ଦାବି କରି ଏକ ଚିଠି ଦେଇଥିଲେ । ବିଜେପିର ଅପିଲ ପରେ ରାଜ୍ୟପାଳ ଭଗତ ସିଂ କୋଶୟାରି ଜୁନ୍ ୩୦ରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ:-ସିନ୍ଧିଆଙ୍କ ଗଢ଼ରେ ବିଜେପିକୁ ଝଟକା! ୫୭ ବର୍ଷ ପରେ ଗ୍ୱାଲିଅରରେ ଜିତିଲା କଂଗ୍ରେସ

ଏହା ବି ପଢ଼ନ୍ତୁ:-ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି

ଏହା ବି ପଢ଼ନ୍ତୁ:-କଂଗ୍ରେସ, ଏନସିପିର ସାଥ୍ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ ଠାକରେ! ନେଲେ ଏହି ବଡ଼ ପଦକ୍ଷେପ

ଏହାର କିଛି ସମୟ ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ଘଟିଥିଲା । ପରେ ଫଡନାଭିସ୍ ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବା ସହିତ ସେ ରାଜ୍ୟ ସରକାରଙ୍କ ଅଂଶ ହେବେ ନାହିଁ ବୋଲି କହିଥିଲେ । ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫଡନାଭିସଙ୍କୁ ସିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରର ଅଂଶ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।