ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha1262719

ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି

Vice Presidential Election 2022: ଧନଖର ଉପରାଷ୍ଟ୍ରପତି ହେବାରୁ ବିଜେପିକୁ ନା କେବଳ ରାଜ୍ୟସଭାରେ ଜଣେ ବରିଷ୍ଠ ନେତା ଭାବେ ଅଧ୍ୟକ୍ଷ ମିଳିତ, ବରଂ ରାଜନୈତିକ କ୍ଷେତ୍ରରେ ଏହା ଆସନ୍ତା ବର୍ଷ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ମଧ୍ୟ ସହାୟକ ହେବ । 

ଜଗଦୀପ ଧନଖରଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: Vice Presidential Election 2022: ରାଜସ୍ଥାନର ଜାଟ ସମ୍ପ୍ରଦାୟରୁ ଆସିଥିବା ଜଗଦୀପ ଧନଖର (Jagdeep Dhankhar) ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ (BJP Vice Presidential Candidate 2022) କରି ବିଜେପି (BJP) ଜାଟଲାଣ୍ଡ ଓ ରାଜସ୍ଥାନ ରାଜନୀତିରେ ଏକ ବଡ଼ ବାର୍ତ୍ତା ଦେଇଛି । କିନ୍ତୁ ଦଳର ରଣନୀତି ଆଗାମୀ ୨୫-୩୦ ବର୍ଷର ଭବିଷ୍ୟତର ରାଜନୀତି ସହ ଜଡିତ ରହିଛି । ଏଥିରେ ଦଳ କ୍ୟାଡର ବାହାରେ ବିଭିନ୍ନ ସାମାଜିକ ଶ୍ରେଣୀର ନେତାମାନଙ୍କୁ ଯୋଡ଼ି ନିଜର ପ୍ରଶସ୍ତିକୁ ବିସ୍ତାର କରି ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ଚାହୁଁଛି ।

ଧନଖର ଉପରାଷ୍ଟ୍ରପତି ହେବାରୁ ବିଜେପିକୁ ନା କେବଳ ରାଜ୍ୟସଭାରେ ଜଣେ ବରିଷ୍ଠ ନେତା ଭାବେ ଅଧ୍ୟକ୍ଷ ମିଳିତ, ବରଂ ରାଜନୈତିକ କ୍ଷେତ୍ରରେ ଏହା ଆସନ୍ତା ବର୍ଷ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ମଧ୍ୟ ସହାୟକ ହେବ । ରାଜସ୍ଥାନର ଶେଖୱାଟୀର ଜାଟ-ପ୍ରାଧାନ୍ୟ ଝୁଞ୍ଜୁନୁ ଅଞ୍ଚଳରୁ ଆସିଥିବା ଧନଖର ରାଜ୍ୟର ସାମାଜିକ ସମୀକରଣରେ ଦଳକୁ ସାହାଯ୍ୟ କରିବ । ବର୍ତ୍ତମାନ ଦଳର ରାଜ୍ୟ ସଭାପତି ସତୀଶ ପୁନିଆ ମଧ୍ୟ ଜାଟ ସମ୍ପ୍ରଦାୟରୁ ଆସନ୍ତି ।

ରାଜସ୍ଥାନ ରାଜନୀତିରେ ଚାରୋଟି ସମ୍ପ୍ରଦାୟ ଜାଟ୍, ଗୁର୍ଜର, ରାଜପୁତ ଏବଂ ମୀନା ଗୁରୁତ୍ୱ ରଖିଥାଏ । ଏହା ବ୍ୟତୀତ ପଛୁଆ ଓ ଦଳିତମାନେ ମଧ୍ୟ ସମୀକରଣ ସୃଷ୍ଟି କରନ୍ତି ଓ ଖରାପ କରନ୍ତି । ଯେହେତୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Ashok Gehlot) ନିଜେ ଏକ ପଛୁଆ ବର୍ଗରୁ ଆସନ୍ତି ଓ ଏହାର ଦ୍ୱିତୀୟ ନମ୍ବର ନେତା ସଚିନ୍ ପାଇଲଟ୍ (Sachin Pilot) ଗୁର୍ଜର ସମ୍ପ୍ରଦାୟର ଆସନ୍ତୁ । ଏଭଳି ସ୍ଥିତିରେ ବିଜେପିର ଭବିଷ୍ୟତ ସମୀକରଣ ଜାଟ୍, ମୀନା ଏବଂ ରାଜପୁତଙ୍କ ସହ ଅନ୍ୟ ଶ୍ରେଣୀକୁ ଯୋଡିବା ଉପରେ ନିର୍ଭର କରେ ।

କଂଗ୍ରେସ (Congress) ର ବର୍ତ୍ତମାନ ରାଜସ୍ଥାନ ଓ ଛତିଶଗଡରେ ସରକାର ଅଛି । ରଣନୀତି ଓ ଅଭିଜ୍ଞତା ଯୋଗୁଁ ଗେହଲୋଟ୍ ଅଧିକ ଶକ୍ତିଶାଳୀ ବୋଲି ମନେ କରାଯାଏ । ଏଭଳି ପରିସ୍ଥିତିରେ ବିଜେପି ପାଇଁ ରାଜସ୍ଥାନରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ଧନଖରଙ୍କ ସ୍ଥିତି ବଢ଼ିବାରୁ ବିଜେପିକୁ ରାଜସ୍ଥାନର ବସୁନ୍ଧରା ରାଜେ (Vasundhara Raje) ଙ୍କ ଉପରେ ଲଗାମ ଲଗାଇବାର ସୁଯୋଗ ମିଳିବ । ଦୀର୍ଘ ଦିନ ଧରି ବିଜେପି ରାଜେଙ୍କ ଆଭା ମଣ୍ଡଳରୁ ବାହାରିବାକୁ ଚେଷ୍ଟା କରିଆସୁଛି ।

ଏହା ବି ପଢ଼ନ୍ତୁ:-କଂଗ୍ରେସ, ଏନସିପିର ସାଥ୍ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ ଠାକରେ! ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ଅର୍ଥମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

 

ଏଥିପାଇଁ ଦଳ ଗଜେନ୍ଦ୍ର ସିଂ ଶେଖୱାତ ଓ ପରେ ସତୀଶ ପୁନିଆଙ୍କୁ ମୈଦାନକୁ ଓହ୍ଲାଇଛି । କିନ୍ତୁ ଉଭୟ ମଧ୍ୟ ତଳ ସ୍ତରରେ ସମୀକରଣକୁ ଅଧିକ ପରିବର୍ତ୍ତନ କରି ପାରିନଥିଲେ । ବର୍ତ୍ତମାନ ଦଳ ସାମାଜିକ ସମୀକରଣକୁ ପରିବର୍ତ୍ତନ କରିବାକୁ ଚାହୁଁଛି ଓ ଏହା ଅନୁଯାୟୀ ଭବିଷ୍ୟତର ନେତୃତ୍ୱ ପ୍ରସ୍ତୁତ କରିବାକୁ ଚାହୁଁଛି, ଯେଉଁଥିରେ ବସୁନ୍ଧରା ରାଜେଙ୍କ ପ୍ରାଧାନ୍ୟ ନ ରହୁ ।