Shivsena targets BJP: ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି ଶିବସେନା ଅଧ୍ୟକ୍ଷ ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ମୁଖ୍ୟ କହିଛନ୍ତି ଯେ ଯଦି ଆମେ କଂଗ୍ରେସ ସହ ହାତ ମିଳାଇ ହିନ୍ଦୁତ୍ୱ ଛାଡି ଦେଇଥିଲୁ ତେହେଲେ  ମୁଫତି ମହମ୍ମଦ ଏବଂ ମେହବୁବା ମୁଫତିଙ୍କ ସହ ଯାଇ ଆପଣ କଣ ଛାଡିଛନ୍ତି?


COMMERCIAL BREAK
SCROLL TO CONTINUE READING

ହିନ୍ଦୁତ୍ୱ ଭୁଲିଯାଇ ସହ ମହାରାଷ୍ଟ୍ରରେ କଂଗ୍ରେସ (Congress) ସହ ମେଣ୍ଟ କରି ସରକାର ଗଠନ କରିଥିବାରୁ ଶିବସେନା ମୁଖ୍ୟ (Shivsena Chief) ଉଦ୍ଧବ ଠାକରେଙ୍କୁ (Uddhav Thackeray) କ୍ରମାଗତ ଭାବେ ଟାର୍ଗେଟ କରି ଆସୁଥିଲା ବିଜେପି (BJP)। ପୁରୁଣା ସହଯୋଗୀ ବିଜେପି ଉଦ୍ଧବ ଠାକରେ ହିନ୍ଦୁତ୍ୱ (Hindutva) ଭୁଲିଯାଇ ନିଜର ରାଜନୈତିକ ସ୍ୱାର୍ଥକୁ ପୂରଣ କରିଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି। ଏବେ ଶିବସେନା ମୁଖ୍ୟ ଏହାର ପାଲଟା ଜବାବ ଦେଇ ବିଜେପି ବିରୋଧରେ ବର୍ଷିଛନ୍ତି।


ବିଜେପି ବିରୋଧରେ ବର୍ଷି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଟ୍ୱିଟ କରି କହିଛନ୍ତି, "ଆମେ କଂଗ୍ରେସ ସହ ଯାଇଥିବାରୁ ଆପଣ କହୁଛନ୍ତି ଯେ ଆମେ ହିନ୍ଦୁତ୍ୱ ଛାଡି ଦେଇଛୁ। ହେଲେ ଆପଣ ମୁଫତି ମହମ୍ମଦ (Mufti Mohammad Sayeed) ଏବଂ ମେହବୁବା ମୁଫତିଙ୍କ (Mehbooba Mufti) ସହ କାହିଁକି ଗଲେ, ତାହା କଣ ଥିଲା? ଆପଣ କଣ ଛାଡିଛନ୍ତି? ଆପଣ ଅନୁଭବ କରୁଛନ୍ତି ଯେ ଆମେ ହିନ୍ଦୁତ୍ୱ ଛାଡି ଦେଇଛୁ ହେଲେ ଏହାକୁ ଆମେ ଛାଡି ନାହୁଁ। "


ଅତୀତରେ ଉଦ୍ଧବ ଠାକେର ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ସାରିଛନ୍ତି। ରବିବାର ମୁମ୍ବାଇସ୍ଥିତ କାଲାଚୋକି ଅଞ୍ଚଳରେ ଦଳର ଏକ ନୂତନ ଶାଖା ଉଦଘାଟନ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଶିବସେନା ଅଧ୍ୟକ୍ଷ ବିଜେପି ହିନ୍ଦୁତ୍ୱ ରାଜନୀତି କରୁଥିବା ନେଇ ଅଭିଯୋଗ କରିଥିଲେ। ଦଳ ହିନ୍ଦୁତ୍ୱ ରାଜନୀତି କରେ ନାହିଁ ବୋଲି ଶିବସେନା କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଥିଲେ ସେ।


Also Read: 'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'


Also Read: 'ଶିବସେନା ହେଉଛି କ୍ଷମତା ଲୋଭୀ,ମୁଖ୍ୟମନ୍ତ୍ରୀ ପଦ ପାଇଁ ହିନ୍ଦୁତ୍ୱ ସହ କରିଛି ଆପୋଷ ବୁଝାମଣା'