ମହାରାଷ୍ଟ୍ରରେ ଏକ ଅଦରକାରୀ ସରକାର ଶାସନ କରୁଛି। ଶିବସେନା କହୁଛି କ୍ଷମତା ହେଉଛି ମୋର ଜନ୍ମ ଅଧିକାର।
Trending Photos
ମୁମ୍ବାଇ: ମେଣ୍ଟ ଭାଙ୍ଗିଯିବା ପର ଠାରୁ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଶିବସେନା-ବିଜେପି। ସଦ୍ୟ ମୁଖ୍ୟମନ୍ତ୍ରୀ ପଦକୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।
ନିକଟରେ ପୁଣେ ଗସ୍ତ କରିବା ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶିବସେନା ଉଦ୍ଦେଶ୍ୟରେ କଟାକ୍ଷ କରିଥିଲେ। ଏନେଇ ସେ କହିଥିଲେ ମହାରାଷ୍ଟ୍ରରେ ୩ ଚକ ବିଶିଷ୍ଟ ସରକାର ଶାସନ କରୁଛି। ଏହି ସରକାର ହେଉଛି ଏକ ୩ ଚକିଆ ଅଟ୍ଟୋରିକ୍ସା। ଯାହା ପଙ୍କଚର ହୋଇଯିବା ପରେ ଚାଲୁନାହିଁ।
Also Read: ହିନ୍ଦୁ, ହିନ୍ଦୁତ୍ୱ, ହିନ୍ଦୁ ଭୋଟବ୍ୟାଙ୍କକୁ ନେଇ ବିଜେପିକୁ କଟାକ୍ଷ କଲା ଶିବସେନା
ମହାରାଷ୍ଟ୍ରରେ ଏକ ଅଦରକାରୀ ସରକାର ଶାସନ କରୁଛି। ଶିବସେନା କହୁଛି କ୍ଷମତା ହେଉଛି ମୋର ଜନ୍ମ ଅଧିକାର। ମହାରାଷ୍ଟ୍ରରେ କ୍ଷମତାସୀନନ ମହାବିକାଶ ଅଘାଡି଼ ସରକାରର ନେତୃତ୍ୱ ନେଉଥିବା ଶିବସେନା ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଇସ୍ତଫା ଦେଇ ପୁନଃର୍ବାର ନିର୍ବାଚନ ଲଢ। ବିଜେପି ଶିବସେନା ସହିତ ଏକାକୀ ମୁକାବିଲା କରିବ। ଶିବସେନା ବିଜେପି ସହ ବିଶ୍ୱାସ ଘାତକତା କରିଛି। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମରୁ ସ୍ପଷ୍ଟ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଶାହଙ୍କ ଏହି ବୟାନ ଉପରେ ଜବାବ ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ବିଶ୍ୱାସ ଘାତକତା କରିବା କିମ୍ବା ଧୋକ୍କା ଦେବା କଥା ମିଛ। ଏପରି ଦାବିର କୌଣସି ବାସ୍ତବତା ନାହିଁ। ବରଂ ବିଜେପି କ୍ଷମତା ପାଇଁ ଶିବସେନା ସହ ବିଶ୍ୱାସ ଘାତକତା କରିଛି। ଶିବସେନା କେବେ ହିନ୍ଦୁତ୍ୱକୁ ଛାଡି ପାରିବ ନାହିଁ ବୋଲି କହିଛନ୍ତି ସେ।
Also Read: ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା
ନିକଟରେ ପୁଣେ ଗସ୍ତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶାହ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏହା ସ୍ପଷ୍ଟ କରିଥିଲେ ଯେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ହେବେ। ଶିବସେନା ହେଉଛି କ୍ଷମତା ଲୋଭୀ। ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଶିବସେନା ହିନ୍ଦୁତ୍ୱ ସହ ଆପୋଷ ବୁଝାମଣା କରିଛି।