Revolt in Shiv Sena: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଲାଗି ସମସ୍ୟା କମିବାର ନାଁ ନେଉନାହିଁ। ମହାରାଷ୍ଟ୍ରରେ କ୍ଷମତା ହରାଇବା ପର ଠାରୁ ଉଦ୍ଧବ ଠାକରେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ହାତରୁ ସରକାର ଯିବା ଭଳି ଦଳକୁ ବଞ୍ଚାଇରେ ସେ ବିଫଳ ହେଉଥିବା ଜଣାପଡୁଛି। ମହାରାଷ୍ଟ୍ର ବିଧାନସଭାରେ ଶିବସେନା ବିଧାୟକ ଦଳ ଉପନେତା ଅର୍ଜୁନ ଖୋତକର ଦିଲ୍ଲୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି।


COMMERCIAL BREAK
SCROLL TO CONTINUE READING

ବରିଷ୍ଠ ଶିବସେନା ନେତା ଅର୍ଜୁନ ଖୋତକର (ShivSena Leader Arjun Khotkar,) ଜଲନା ଜିଲ୍ଲାରେ ଭଲ ପ୍ରଭାବ ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ସହ ଅର୍ଜୁନ ଖୋତକରଙ୍କ ହୋଇଥିବା ସାକ୍ଷାତ ବେଳେ ଜଲନା ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ (Union Minister Raosaheb Danve) ଉପସ୍ଥିତ ଥିଲେ। ଏହି ଭେଟଘାଟପରେ ଅର୍ଜୁନ ଖୋତକର ଖୁବଶୀଘ୍ର ଉଦ୍ଧବ ଠାକରେଙ୍କୁ ଛାଡି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଅର୍ଜୁନ ଖୋତକରଙ୍କ ହୋଇଥିବା ସାକ୍ଷାତକୁ ମହାରାଷ୍ଟ୍ର ରାଜନୀତିରେ (Maharashtra Politics) ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଦୁଇ ଦିନ ପୂର୍ବରୁ ଅର୍ଜୁନ ଖୋତକର କହିଥିଲେ ଯେ ସେ ସାରା ଜୀବନ ଶିବସେନା (Shiv Sena) ସହ ରହିବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କୁ ବିଧାୟକ ଦଳ ଉପନେତା ଦାୟିତ୍ୱ ଦେଇଥିଲେ। ହେଲେ ସୋମବାର ଦିଲ୍ଲୀରେ ପହଞ୍ଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ।


କୁହାଯାଉଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅର୍ଜୁନ ଖୋତକର ଏବଂ ରାଓ ସାହେବ ଦାନବେଙ୍କ ମଧ୍ୟରେ ଏକ ବୁଝାମଣା କରି ଦେଇଛନ୍ତି। ଉଭୟ ନେତା ଜଲନା ଜିଲ୍ଲାର ବାସିନ୍ଦା। ଗତ ୨୦୧୯ ବର୍ଷରେ ଉଭୟଙ୍କ ମଧ୍ୟରେ ଏକ ବିବାଦ ହୋଇଇଥିଲା। ସେତେବେଳେ ଉଦ୍ଧବ ଠାକରେ (Uddhav Thackeray) ଦୁଇ ନେତାଙ୍କ ମଧ୍ୟରେ ମଧ୍ୟସ୍ଥତା କରି ଏହି ବିବାଦର ସମାଧାନ କରିଥିଲେ। ହେଲେ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକ ଏବଂ ସାଂସଦଙ୍କ ବିଦ୍ରୋହ ପରେ ଅର୍ଜୁନ ଖୋତକର କାହାକୁ ସମର୍ଥନ କରିବେ ତାହାକୁ ନେଇ ଉଠିଛି ପ୍ରଶ୍ନ।


ଶିବସେନା ବିଧାୟକ ଦଳ ଉପନେତା ଅର୍ଜୁନ ଖୋତକରଙ୍କ ସାମ୍ନାରେ ପ୍ରଶ୍ନ ଉଠିଛି ଯେ ଯଦି ସେ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରନ୍ତି ତାହେଲେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେଙ୍କ ସହ ଚାଲିଥିବା ବିବାଦ କ'ଣ ହେବ? କୁହାଯାଉଛି ଯେ ସିନ୍ଦେ ଉଭୟ ନେତାଙ୍କୁ ଏକାଠି କରିବାରେ ସଫଳ ହୋଇଛନ୍ତି। ଅର୍ଜୁନ ଖୋତକରଙ୍କ ଉପରେ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସତର୍କ ନଜର। ଏପରି ପରିସ୍ଥିତିରେ ଅନୁସନ୍ଧାନକୁ ଏଡାଇବା ପାଇଁ ସେ ଉଦ୍ଧବ ଠାକରେଙ୍କୁ ଛାଡି ଏକନାଥ ସିନ୍ଦେଙ୍କ ହାତ ଧରିପାରନ୍ତି। ଯଦିଓ ଅର୍ଜୁନ ଖୋତକର ଏପର୍ଯ୍ୟନ୍ତ କୌଣସି ଔପଚାରିକ ବିବୃତ୍ତି ଦେଇନାହାଁନ୍ତି। ହେଲେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିବା ପରେ ସେ କିଛି ବଡ଼ କଥା ଚିନ୍ତା କରୁଥିବା କୁହାଯାଇଛି। 


Also Read: Ramdas Kadam: 'ଆଦିତ୍ୟ ଠାକରେ ମୋତେ ଅଙ୍କଲ ଡାକୁଥିଲେ, ମୋ କ୍ୟାବିନରେ ବସି ମୋ ମନ୍ତ୍ରଣାଳୟ ଛଡ଼ାଇ ନେଲେ'


Also Read: Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା, ଦଳ ଛାଡିବେ ଆଉ ଜଣେ ନେତା