Smita Thackeray Met Eknath Shinde: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ପରିବର୍ତ୍ତନ ପରେ ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂଗ୍ରାମ ଥମିବାର ନାଁ ଧରୁନାହିଁ। ଶିବସେନାରେ ହୋଇଥିବା ବିଦ୍ରୋହକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଚ୍ର ରାଜନୀତି। ଗତ ମଙ୍ଗଳବାର ହୋଇଥିବା ଏକ ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ହଟଚମଟ।


COMMERCIAL BREAK
SCROLL TO CONTINUE READING

ଜୁଲାଇ ୨୬ ତାରିଖ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଏବଂ ଠାକରେ ପରିବାରରେ ବୋହୂ (Thackeray Familys Daughter in Law) ସ୍ମିତା ଠାକରେ (Smita Thackeray) ପରସ୍ପରକୁ ଭେଟିଛନ୍ତି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ପାଖରୁ ଦୂରେଇ ଯାଇ ବିଜେପି ସମର୍ଥନରେ ରାଜ୍ୟରେ ଏକ ନୂତନ ସରକାର ଗଠନ କରିଛନ୍ତି। ଏହାପୂର୍ବରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ ଭାଙ୍ଗି ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଠନ କରିଥିଲେ।  


ମଙ୍ଗଳବାର ସ୍ମିତା ଠାକରେ ଏବଂ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ମଧ୍ୟରେ ହୋଇଥିବା ଭେଟଘାଟକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି (Maharashtra Politics)। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିବା ଅବସରରେ ସ୍ମିତା ଠାକରେ କହିଛନ୍ତି ଯେ ସେ ହେଉଛନ୍ତି ଜଣେ ପୁରୁଣା ଶିବସୈନିକ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମୁଁ ତାଙ୍କୁ ଭେଟିଥିଲି। 


ଏହି ଭେଟଘାଟ ପରେ ସ୍ମିତା ଠାକକେଙ୍କୁ ପଚରାଯାଇଥିଲା ଯେ ଆପଣ ଠାକରେ ପରିବାରର ଜଣେ ସଦସ୍ୟ ଏବଂ ବର୍ତ୍ତମାନ ଚାଲିଥିବା ରାଜନୀତିରେ ଆପଣ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଆସିଛନ୍ତି? ଏହାର  ଉତ୍ତର ରଖି ସ୍ମିତା ଠାକରେ କହିଛନ୍ତି ଯେ ମୁଁ ତାଙ୍କୁ ବହୁତ ଦିନରୁ ଜାଣିଛି। ସେ ବର୍ତ୍ତମାନ ଯେଉଁ ଆସନରେ ବସିଛନ୍ତି ମୁଁ ତାଙ୍କୁ ସମ୍ମାନ କରେ। ମୁଁ ମଧ୍ୟ ତାଙ୍କ କାର୍ଯ୍ୟ ଜାଣିଛି ଏବଂ ମୁଁ ଜାଣେ ସେ ଶିବସେନା ଲାଗି କେତେ କାମ କରିଛନ୍ତି। ମୁଁ ପରିବାରକୁ ଦେଖିଲି ନାହିଁ ମୁଁ କେବଳ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି।


ଏହା ପରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ଆପଣ ଠାକରେ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀ କାହା ସହ ଅଛନ୍ତି ଏହାର ଜବାବ ରଖି ସ୍ମିତା ଠାକରେ କହିଛନ୍ତି ଯେ ମୁଁ ଆଉ ରାଜନୀତିରେ ନାହିଁ। ମୁଁ କେବଳ ସାମାଜ ସେବା କ୍ଷେତ୍ରରେ ସକ୍ରିୟ ରହିଛି। ସ୍ମିତା ଠାକରେ ହେଉଛନ୍ତି ଶିବସେନା ସଂସ୍ଥାପକ ବାଲ ଠାକରେଙ୍କ ପୁଅ ଜୟଦେବ ଠାକରେଙ୍କ ପ୍ରଥମ ପତ୍ନୀ। କେବେ ସେ ବାଲସାହେବଙ୍କ ଅତି ନିକଟତର ଥିଲେ। ବର୍ତ୍ତମାନ ସେ ଅଲଗା ରହୁଛନ୍ତି ଏବଂ ସେ ସକ୍ରିୟ ରାଜନୀତିରେ ନାହାଁନ୍ତି। ସ୍ମିତା ଠାକରେ ବର୍ତ୍ତମାନ ଏକ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ଚଳାଉଛନ୍ତି। 


Also Read: Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା ଦେଲେ ପୁରୁଖା ଶିବସେନା ନେତା