Maharastra Politics: ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା କରାଯାଇଛି। ମହାୟୁତି ତରଫରୁ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ସହ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ସରକାର ଗଠନ କରିବାକୁ ନେଇ ପ୍ରସ୍ତାବ ରଖିଛନ୍ତି।  ସେପଟେ ମହାୟୁତିର ଏହି ପ୍ରସ୍ତାବକୁ ରାଜ୍ୟପାଳ ଗ୍ରହଣ କରିନେଇଛନ୍ତି। ଆସନ୍ତା କାଲି ଗୁରୁବାର ୫ ନଭେମ୍ବରରେ ସନ୍ଧ୍ୟା ସାଢେ ୫ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

ସରକାର ଗଠନ କରିବା ପ୍ରସ୍ତାବ ପରେ ଦେବେନ୍ଦ୍ର ଫଡନାବିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ କି ଦୁଇ ସହଯୋଗୀ ତାଙ୍କୁ ସମର୍ଥନ ଜଣାଇଛନ୍ତି।  ଏହା ସହିତ ସରକାର ଗଢିବାରେ ସାହାଯ୍ୟ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେହିପରି ଶ୍ରୀ ଫଡନାବିସ କହିଥିଲେ କି ମହାୟୁତି ସରକାର ଆସନ୍ତା ପାଞ୍ଚ ବର୍ଷ ପାଇଁ ମହାରାଷ୍ଟ୍ରର ଉନ୍ନତି ପାଇଁ କାର୍ଯ୍ୟ କରିବ। 


ଏକନାଥ ସିନ୍ଦେ ସରକାରରେ ସାମିଲ ହେବା ନେଇ କଲେ ଅପିଲ
ଏକ ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, "ମୁଁ ଗତକାଲି ଏକନାଥ ସିନ୍ଦେଙ୍କୁ ଭେଟିଥିଲି। ମୁଁ ତାଙ୍କୁ ସରକାରରେ ଯୋଗଦେବାକୁ ଅନୁରୋଧ କଲି। ସମସ୍ତ ଶିବସେନା ବିଧାୟକମାନେ ମଧ୍ୟ ସମାନ ଚାହୁଁଛନ୍ତି। ଆସନ୍ତାକାଲି କିଏ ଶପଥ ନେବେ ତାହା ସ୍ଥିର କରିବାକୁ ଆମର ଏକ ବୈଠକ ହେବ ବୋଲି ସେ କହିଥିଲେ।