Mainpuri By Election 2022: ଉତ୍ତର ପ୍ରଦେଶ ମୈନପୁରୀ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ବର୍ତ୍ତମାନ ଏହି ଆସନରେ ଅନୁଷ୍ଠିତ ହେଉଥିବା ହେଉଥିବା ବେଶ ଆକର୍ଷଣୀୟ ହେବାକୁ ଯାଉଛି। ବର୍ତ୍ତମାନ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ୍ ଯାଦବଙ୍କ ପାଇଁ ରାସ୍ତା ସହଜ କରିବା ଭଳି ଜଣାପଡୁଛି। କାରଣ ଏହି ନିର୍ବାଚନରେ ସେମାନଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ବର୍ତ୍ତମାନ ମୈନପୁରୀ ଉପନିର୍ବାଚନରେ ମୁକାବିଲା ସିଧାସଳଖ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ମୈନପୁର ଲୋକସଭା ଆସନରେ (Mainpuri Lok Sabha Seat) ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି (Samajwadi Party) ଲାଗି ସବୁଠାରୁ ବଡ଼଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ଏହି ଆସନରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବଙ୍କ (Akhilesh Yadav) ପତ୍ନୀ ଡିମ୍ପଲ୍ ଯାଦବ (Dimple Yadav) ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାମାଙ୍କନ ଯାଞ୍ଚ ବେଳେ ଓମ୍ ପ୍ରକାଶ ରାଜଭରଙ୍କ (Om Prakash Rajbhar) ଦଳ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ପ୍ରାର୍ଥୀ ରମାକାନ୍ତ କଶ୍ୟପଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ଯାହା ସମାଜବାଦୀ ପାର୍ଟି ଲାଗି ଏକ ଆଶ୍ୱସ୍ତିର ବିଷୟ ହୋଇଛି। କାରଣ ଏହି ନିର୍ବାଚନରେ ଓମ୍ ପ୍ରକାଶ ରାଜଭର ଅଖିଳେଶ ଯାଦବଙ୍କ ଲାଗି ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲେ। 


ମୈନପୁରୀ ଉପନିର୍ବାଚନ (Mainpuri By Election 2022) ପାଇଁ ନାମାଙ୍କନପତ୍ର ଯାଞ୍ଚ ପରେ ୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ମୈନପୁରୀ ଲଢେଇର (Mainpuri By Poll 2022) ବର୍ତ୍ତମାନ ମୋଟ ୬ ଜଣ ପ୍ରାର୍ଥୀ ଅଛନ୍ତି। ଏହି ଆସନରେ ମୁକାବିଲା ସିଧାସଳଖ ଶାସକ ବିଜେପି (BJP) ଏବଂ ବିରୋଧୀ ସମାଜାବଦୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି। କାରଣ କଂଗ୍ରେସ (Congress) ଏବଂ ବହୁଜନ ସମାଜ ପାର୍ଟି (Bahujan Samaj Party) ଏହି ଉପନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀ ଛିଡ଼ା କରିନାହାଁନ୍ତି। ଏଠାରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ଡିମ୍ପଲ ଯାଦବ ଏବଂ ବିଜେପି ପ୍ରାର୍ଥୀ ଭାବେ ରଘୁରାଜ ସିଂହ ଶାକ୍ୟ (Raghuraj Singh Shakya) ନିର୍ବାଚନ ଲଢୁଛନ୍ତି। 


ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯଦି କୌଣସି ପ୍ରାର୍ଥୀ ଚାହାଁନ୍ତି ତାହେଲ ସେ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ  ହେଉଛି ୨୧ ନଭେମ୍ବର। ମୈନପୁରୀ ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। 


ମୈନପୁରୀ ଲୋକସଭା ଆସନ ସମାଜବାଦୀ ପାର୍ଟି ସଂସ୍ଥାପକ (Samajwadi Party Founder) ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ନିଧନ ପରେ ଖାଲି ହୋଇଛି। ଏହି ଆସନର ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ମତଗଣନା ଆସନ୍ତା ୮ ଡିସେମ୍ବରରେ  ଅନୁଷ୍ଠିତ ହେବ।