ଇମ୍ପାଲ:  ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ବାଜିମାତ କରିଛି ବିଜେପି। ଦଳ ଏଥର ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ପୂର୍ଣ୍ଣ ବହୁମତ ହାସଲ କରିବାକୁ ସକ୍ଷମ ହୋଇଛି। ମୋଟ ୬୦ ଆସନ ବିଶିଷ୍ଟ ମଣିପୁରରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୩୧ ବିଧାୟକ ସମର୍ଥନ ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ବିଜେପି ଏକାକୀ ୩୨ ସିଟ୍ ହାସଲ କରିଛି। ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ଠାରୁ ଦଳ ପାଖରେ ମାତ୍ର ଜଣେ ବିଧାୟକ ଅଧିକ ଅଛନ୍ତି।  
 


୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲା କେତେ ଆସନ?


  • ବିଜେପି:୩୨

  • କଂଗ୍ରେସ: ୫

  • ଜେଡିୟୁ:୬

  • କୁକି ପିପୁଲ୍ସ ଆଲାଏନ୍ସ:୨ 

  • ନାଗା ପିପୁଲ୍ସ ଫ୍ରଣ୍ଟ:୫

  • ନେସନାଲ ପିପୁଲ୍ସ ପାର୍ଟି:୬ (ଅନ୍ୟ ଏକ ଆସନରେ ଆଗୁଆ)


ଗତ ୨୦୧୭ ବିଧାନସଭା କଂଗ୍ରେସ ୨୮ ସିଟ୍ ପାଇ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲ ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇନଥିଲା। ହେଲେ  ଅନ୍ୟପଟେ ୨୧ ଆସନ ପାଇଥିବା ବିଜେପି ନାଗା ପିପୁଲ୍ସ ଫ୍ରଣ୍ଟ, ନେସନାଲ ପିପୁଲ୍ସ ପାର୍ଟି, ଲୋକ ଜନଶକ୍ତି ପାର୍ଟି ପ୍ରଭୃତି ଦଳର ସମର୍ଥନରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ହେଲେ ଏଥର ବିଜେପି ଆବଶ୍ୟକୀୟ ପୂର୍ଣ୍ଣ ବହୁମତ ହାସଲ କରିବାକୁ ସକ୍ଷମ ହୋଇଛି।


୨୦୧୭ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ


  • ବିଜେପି:୨୧

  • କଂଗ୍ରେସ: ୨୮

  • ନାଗା ପିପୁଲ୍ସ ଫ୍ରଣ୍ଟ:୪

  • ନେସନାଲ ପିପୁଲ୍ସ ପାର୍ଟି:୪

  • ଲୋକ ଜନଶକ୍ତି ପାର୍ଟି:୧

  • ତୃଣମୂଳ କଂଗ୍ରେସ:୧

  • ସ୍ୱାଧିନ:୧


୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ଜେଡିୟୁ, ନାଗା ପିପୁଲ୍ସ ଫ୍ରଣ୍ଟ, ନେସନାଲ ପିପୁଲ୍ସ ପାର୍ଟି ଭଳି ଦଳ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜେଡିୟୁ ବିହାରରେ ଏବଂ ନେସନାଲ ପିପୁଲ୍ସ ପାର୍ଟି ମଣିପୁରରେ କ୍ଷମତାସୀନ ଏନଡିଏ ସରକାରର ନେତୃତ୍ୱ ନେଉଛନ୍ତି।