Mizoram Assembly Election New Result Date: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଆସନ୍ତା ୩ ତାରିଖ ତାରିଖ ରବିବାର ବଦଳରେ ୪ ତାରିଖ ସୋମବାର ପ୍ରକାଶ ପାଇବ ୨୦୨୩ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ। ଡିସେମ୍ବର ୧ ତାରିଖ ଶୁକ୍ରବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ନିର୍ବାଚନ ଆୟୋଗ କହିଛନ୍ତି  ଯେ ୨୦୨୩ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଡିସେମ୍ବର ୩ ତାରିଖ ରବିବାର ବଦଳରେ ଡିସେମ୍ବର ୪ ତାରିଖ ସୋମବାର ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

ମିଜୋରାମ ଭୋଟଗଣତି ସମ୍ପର୍କରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ ରାଜ୍ୟବାସୀଙ୍କ ପାଇଁ ରବିବାର ବିଶେଷ ମହତ୍ତ୍ୱ ରଖୁଛୁ। ଏହି କାରଣରୁ ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ତାରିଖ ବଦଳାଯାଇଛି।  ପରିବର୍ତ୍ତନ କରାଯାଇଛି। ଅନେକ ଲୋକ ଆମକୁ ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ତାରିଖ ପରିବର୍ତ୍ତନ କରିବାକୁ କହିଥିଲେ। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଗତ ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ରାଜ୍ୟର ସମସ୍ତ ୪୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ମତଦାନ। 


ଚଳିତ ବର୍ଷ ମିଜୋରାମ ବ୍ୟତୀତ ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଛତିଶଗଡ଼ର ୯୦ ଆସନ ପାଇଁ ନଭେମ୍ବର ୭ ଏବଂ ୧୭ ତାରିଖରେ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ସେହିପରି ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ଲାଗି ନଭେମ୍ବର ୧୭, ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ପାଇଁ  ନଭେମ୍ବର ୨୫, ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ପାଇଁ ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ। ମିଜୋରାମ ବ୍ୟତୀତ ଏହି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖ ରବିବାର ଘୋଷଣା କରାଯିବ।


ହେଲେ କ'ଣ ପାଇଁ ୨୦୨୩ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରିବାର ତାରିଖ ବଦଳାଗଲା ତାହାର କାରଣ ଏବେ ସାମ୍ନାକୁ ଆସିଛି। ଚଳିତ ବର୍ଷ ଡିସେମ୍ବର ୩ ତାରିଖ ରବିବାର ପଡୁଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ବିଶେଷ ଭାବରେ ରବିବାର ଦିନ ଚର୍ଚ୍ଚ ଯାଇଥାନ୍ତି। ଏହି କାରଣରୁ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ତାରିଖ ପରିବର୍ତ୍ତନ କରାଯାଇଛି। ରାଜ୍ୟର ମୋଟ ଜନସଂଖ୍ୟା ୮୭ ପ୍ରତିଶତ ହେଉଛନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର। ଖ୍ରୀଷ୍ଟିଆନ ବହୁଳ ରାଜ୍ୟର ମିଜୋରାମର ବାସିନ୍ଦାଙ୍କ ପାଇଁ ରବିବାର ଏକ ବିଶେଷ ମହତ୍ତ୍ୱ ରଖୁଛୁ। ଯେଉଁ କାରଣରୁ ସେମାନେ ନିର୍ବାଚନ ଫଳାଫଳ ଘୋଷଣା ତାରିଖ ପରିବର୍ତ୍ତନ କରିବାକୁ ଦାବି କରୁଥିଲେ। ସେମାନଙ୍କ ଦାବି ରକ୍ଷା କରି ନିର୍ବାଚନ ଆୟୋଗ ଫଳାଫଳ ଘୋଷଣା କରାଯିବାର ତାରିଖ ବଦଳାଇ ଦେଇଛନ୍ତି।