ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିସାରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଏହା ସହିତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଘୋଷଣା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ରାଜ୍ୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା କରିବା ସହ ସେଠାରେ ଆଦର୍ଶ ଆଚରଣ ବିଧି (Model Code of Conduct for Election) ଲାଗୁ ହୋଇଥାଏ। ଏଠାରୁ ସରକାରୀ ପ୍ରଶାସନ ଉପରେ ନିର୍ବାଚନ ଆୟୋଗ ନିୟନ୍ତ୍ରଣ ରହିଥାଏ। ନିର୍ବାଚନ ଲାଗି ମତଦାନ ଏବଂ ମତ ଗଣନା ପରେ ସରକାରୀ ଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଦର୍ଶ ଆଚରଣ ବିଧି ହଟାଯାଇଥାଏ।  


ନିର୍ବାଚନ ପାଇଁ କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି? 


ଦେଶରେ ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ନିର୍ବାଚନ ଆୟୋଗ କେତକ ନୀତି ନିୟମ ପ୍ରସ୍ତୁତ କରିଥାନ୍ତି। ଏହାକୁ ଆଦର୍ଶ ଆଚରଣ ବିଧି ବୋଲି କୁହାଯାଏ। ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ସମୟରେ ଏହି ନିୟମ ମାନିବା ସରକାର, ନେତା ଏବଂ ରାଜନୈତିକ ଦଳର ଦାୟିତ୍ୱ।


ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ କିମ୍ବା ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା ହେବା ପରେ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥାଏ। ନିର୍ବାଚନ ଆରମ୍ଭ ହେବା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଏହା ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ସେଠାରେ ଏହା ବଳବତ୍ତର ରହିଥାଏ। 


Also Read: କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?


ନିର୍ବାଚନ ପାଇଁ ଲାଗୁ ହେଉଥିବା ଆଦର୍ଶ ଆଚରଣ ବିଧିର ନୀତି ନିୟମ


  • ନିର୍ବାଚନ ଲାଗି କାର୍ଯ୍ୟକାରୀ ହେଉଥିବା ଆଦର୍ଶ ଆଚରଣ ବିଧିକୁ କୌଣସି ରାଜନୈତିକ ଦଳ କିମ୍ବା ରାଜନେତା ଅବମାନନା କରିପାରିବେ ନାହିଁ।

  • ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସର୍ବସାଧାରଣ ଅର୍ଥର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥାଏ। ଯାହାଦ୍ୱାରା କୌଣସି ରାଜନୈତିକ ଦଳ କିମ୍ବା ରାଜନେତା ନିର୍ବାଚନରେ ​​ଲାଭ ଉଠାଇ ପାରିବେ ନାହିଁ। 

  • ନିର୍ବାଚନ ପ୍ରଚାର ଲାଗି ସରକାରୀ ଗାଡି, ବିମାନ କିମ୍ବା ବଙ୍ଗଳା ବ୍ୟବହାର କରାଯାଇପାରିବ ନାହିଁ।

  • ନିର୍ବାଚନରେ ମତଦାତାଙ୍କୁ ଆକର୍ଷିତ କରିବା ଲାଗି କୌଣସି ପ୍ରକାରର ସରକାରୀ ଘୋଷଣା କିମ୍ବା ସରକାରୀ ଯୋଜନାର ଲୋକାର୍ପଣ କିମ୍ବା ଶିଳାନ୍ୟାସ କରାଯାଇପାରିବ ନାହିଁ।

  • ପୋଲିସ ଅନୁମତି ବିନା କୌଣସି ରାଜ୍ୟନୈତିକ ରାଲି କରାଯାଇପାରିବ ନାହିଁ

  • ଧର୍ମ କିମ୍ବା ଜାତି ନାମରେ ଭୋଟ ମଗା ଯାଇପାରିବ 

  • ସରକାରୀ ଅର୍ଥରେ ଏପରି କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ, ଯାହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ଲାଭ ମିଳିପାରିବ

  • ନିର୍ବାଚନ ସମୟରେ କୌଣସି ପ୍ରକାର ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଘରେ କିମ୍ବା ନିଜ ପାଖରେ ରଖିପାରିବେ ନାହିଁ ପ୍ରାର୍ଥୀ 

  • ନିର୍ବାଚନ ସମୟରେ ରାଜନୈତିକ ଦଳର କାର୍ଯ୍ୟକଳାପ ଉପରେ ନଜର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି ନିର୍ବାଚନ ଆୟୋଗ 


Also Read: Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ


 


ଆଦର୍ଶ ଆଚରଣ ବିଧି ଉଲଂଘନ କଲେ ନିଆଯାଇଥାଏ କଠୋର କାର୍ଯ୍ୟାନୁଷ୍ଠାନ


  • ନିର୍ବାଚନ ସମୟରେ ଯଦି କୌଣସି ରାଜନୈତିକ ଦଳ କିମ୍ବା ଏହାର ନେତା  ଆଦର୍ଶ ଆଚରଣ ବିଧି ଉଲଂଘନ କରିଥାନ୍ତି ତାହେଲେ ସେମାନଙ୍କ ପ୍ରଚାର ଉପରେ କଟକଣା ଜାରି କରାଯାଇଥାଏ  

  • ଆଦର୍ଶ ଆଚରଣ ବିଧି ଉଲଂଘନ କଲେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବିରୁଦ୍ଧରେ  ଅପରାଧିକ ମାମଲା ଦାଏର କରାଯାଇଥାଏ କିମ୍ବା ସେମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥାଏ