କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?
Advertisement
Article Detail0/zeeodisha/odisha1065919

କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?

 ଚଳିତ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତିନୋଟି କ୍ଷେତ୍ର ଉପର ପ୍ରାଥମିକତା ଦେଇଛନ୍ତି।

କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ମୋଟ ୬୯୦ ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବ ଭୋଟଗ୍ରହଣ। ଚଳିତ ବର୍ଷ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ସେହିପରି ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ଏହି ନିର୍ବାଚନର ଫଳାଫଳ।

ଚଳିତ ହେବାକୁ ଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ (Assembly Election 2022) କୋରୋନା କଟକଣାରେ ମଧ୍ୟର ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ କୋଭିଡ୧୯ କଟକଣାକୁ (Covid19 Guidelines) କଡ଼ାକଡ଼ି ଭାବେ ପାଳନ କରାଯିବ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ବାବଦରେ ଅବଗତ କରାଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା।  

ଏନେଇ ସେ କହିଛନ୍ତି ଚଳିତ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତିନୋଟି କ୍ଷେତ୍ର ଉପର ପ୍ରାଥମିକତା ଦେଇଛନ୍ତି। ଏହା ମଧ୍ୟରେ ରହିଛି କରୋନା ପ୍ରୋଟୋକଲ୍ ଅନୁସରଣ କରିବା, ନିର୍ବାଚନ ସହ ଜଡି଼ତ ସମସ୍ତ ପ୍ରକ୍ରିୟାକୁ ସହଜରେ ସମାପ୍ତ କରିବା ଏବଂ ସର୍ବାଧିକ ଭୋଟ୍ ଗ୍ରହଣ କରିବା। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।  

Also Read: Assembly Election 2022: ଘୋଷଣା ହେଲା ତାରିଖ, କଟକଣାରେ ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା

ନିର୍ବାଚନ ଦାୟିତ୍ୱରେ ​​ନିୟୋଜିତ ହୋଇଥିବା ଲୋକଙ୍କୁ ଆଗଧାଡ଼ିର କର୍ମଚାରୀଙ୍କ (Frontline Worker) ଭଳି ବ୍ୟବହାର କରାଯିବ ଏବଂ ସେମାନଙ୍କୁ Booster କିମ୍ବା Precautionary Dose ପ୍ରଦାନ କରାଯିବ। ଯେଉଁ ନିର୍ବାଚନ ଅଧିକାରୀ ଏହାକୁ ନେବା ପାଇଁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଡୋଜ ପ୍ରଦାନ କରାଯିବ। କୋରୋନା ମହାମାରୀକୁ ନଜରରେ ରଖି ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସହ ଜଡ଼ିତ କୌଣସି ପ୍ରକାର ରାଲି, ପଦଯାତ୍ରା କିମ୍ବା ଜନସଭା ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ମଧ୍ୟରେ କୌଣସି ରାଜନୈତିକ ଦଳ (Political Party) କିମ୍ବା ଦଳୀୟ ପ୍ରାର୍ଥୀ (Party Candidate) ଦ୍ୱାର ଦ୍ୱାର ବୁଲି ପ୍ରଚାର (Door to Door Campaign) କରିପାରିବେ। ମାତ୍ର ଏପରି ପ୍ରଚାର ଅଭିଯାନକୁ ସର୍ବମୋଟ ୫ ଜଣ ଲୋକଙ୍କ ଦ୍ୱାରା କରାଯିବ।  

ଚଳିତ ଥର ରାଜନୈତିକ ଦଳ କିମ୍ବା ଏହାର ଦଳୀୟ ପ୍ରାର୍ଥୀଙ୍କୁ Virtual Rally କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଏଥର ମତଦାନ ସମୟକୁ ୧ ଘଣ୍ଟା ବୃଦ୍ଧି କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ୧୨୫୦ ମତଦାତାଙ୍କ ପାଇଁ ଗୋଟିଏ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସମସ୍ତ ମତଦାନ କେନ୍ଦ୍ର (Vote Booth) ତଳ ମହଲାରେ ରହିବ। ୮୦ ବର୍ଷରୁ ଅଧିକ ଲୋକଙ୍କ ସୁବିଧା ପାଇଁ ଡାକ ଭୋଟର (Postal Voter) ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଯେଉଁ ଦିନ ନିର୍ବାଚନ ଫଳ (Assembly Election 2022 Result) ପ୍ରକାଶ ପାଇବ ସେଦିନ କୌଣସି ପ୍ରାର୍ଥୀ ନିଜର ବିଜୟ ଶୋଭାଯାତ୍ରା (Victory March of Candidate) ବାହାର କରିପାରିବେ ନାହିଁ।  

Also Read: Assembly Election 2022: ଶୁକ୍ରବାର ହେବ ତାରିଖ ଘୋଷଣା! ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ଚଳିତ ବର୍ଷ ଏପରି ଏକ ସମୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଯେତେବେଳେ ସାରା ଦେଶରେ କୋରୋନା ସଂକ୍ରମଣ ମାମଲା ପୁଣି ଥରେ ବଢିବାରେ ଲାଗିଛି। ଏହାକୁ ନଜରରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି ହୋଇଛି। ନିର୍ବାଚନ ଆୟୋଗ ଅଧିକାରୀ ୨ ଦିନ ପୂର୍ବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଯେଉଁଥିରେ କୋଭିଡ ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Also Read: Assembly Election 2022: କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC

ଦେଶରେ କୋରୋନା ସ୍ଥିତିକୁ ନଜରରେ ରଖି ଏହା ସ୍ପଷ୍ଟ ଯେ କୋଭିଡ ପ୍ରୋଟୋକଲ ଅନୁସରଣ କରିବା ପରେ ପ୍ରଥମେ ମତଦାନ ଏବଂ ପରେ ଭୋଟ ଗଣତି କେନ୍ଦ୍ରରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ଯେପରି ପୂର୍ବରୁ ଅନୁଷ୍ଠିତ ହୋଇଥିବା ଅନ୍ୟ ରାଜ୍ୟର ନିର୍ବାଚନରେ କରାଯାଇଥିଲା। ନିର୍ବାଚନ ଆୟୋଗ ଦ୍ୱାରା ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ କୋଭିଡ ପ୍ରୋଟୋକଲ ସମ୍ବନ୍ଧୀୟ ସୂଚନା ମତଦାନ ଏବଂ ଭୋଟ ଗଣତି କେନ୍ଦ୍ରରେ ବଣ୍ଟନ କରାଯାଇପାରେ। ବଢୁଥିବା କୋରୋନା ମାମଲା ମଧ୍ୟରେ ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି ଏବଂ ସମସ୍ତ ନିର୍ବାଚନ ରାଜ୍ୟରେ କୋଭିଡ୧୯ ସ୍ଥିତି ବାବଦରେ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଏଭଳି ପରିସ୍ଥିତିରେ କିଛି ନୂତନ ନିୟମ ମଧ୍ୟ ଘୋଷଣା କରାଯାଇପାରେ।