ନୂଆଦିଲ୍ଲୀ: Navjot Singh Sidhu Resign: ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ (Punjab Congress President) ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ନିକଟକୁ ପଠାଇଛନ୍ତି । ତେବେ ସେ କଂଗ୍ରେସରେ ରହିବେ ବୋଲି କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ସେ କଂଗ୍ରେସ ଦଳର ସଦସ୍ୟ ରହିବେ । 



COMMERCIAL BREAK
SCROLL TO CONTINUE READING

ଆଜି ପଞ୍ଜାବରେ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ପୋର୍ଟଫୋଲିଓର ବିଭାଜନ ହୋଇଛି ଏବଂ କିଛି ଘଣ୍ଟା ପରେ ସିଦ୍ଧୁ ତାଙ୍କ ଇସ୍ତଫା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଏହା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିପାରେ ।


ବାସ୍ତବରେ, ଯେତେବେଳେ ପଞ୍ଜାବରେ ମନ୍ତ୍ରୀଙ୍କ ନାମ ସ୍ଥିର ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି (Punjab CM Charanjit Singh Channi) ଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେଇଥିଲେ । ଏଥିରେ ନବଜୋତ ସିଂ ସିଦ୍ଧୁଙ୍କୁ ସାମିଲ କରାଯାଇ ନଥିଲା । ପ୍ରଥମ ଦିନର ବୈଠକରେ ତାଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଯେତେବେଳେ ରାହୁଲ ଗାନ୍ଧୀ (Rahul Gandhi) ଶିମଲାରୁ ଫେରିଥିଲେ, ସିଦ୍ଧୁଙ୍କୁ ଏହି ବୈଠକରେ ସାମିଲ କରାଯାଇନଥିଲା । 


ଅର୍ଥାତ୍ ମନ୍ତ୍ରୀଙ୍କ ନାମ ସ୍ଥିର କରିବା ସମୟରେ ତାଙ୍କୁ ହାଇକମାଣ୍ଡ ପଚାରି ନଥିଲେ । ଏହାସହ ପୋର୍ଟଫୋଲିଓ ଭାଗବଣ୍ଟା ସମୟରେ ତାଙ୍କୁ ପଚରାଯାଇ ନଥିଲା ଓ ଗୁରୁତ୍ୱପୂର୍ଣ୍ଣ ପଦବୀ (ଡିଜିପି ଏବଂ ମୁଖ୍ୟ ସଚିବଙ୍କ ପରି ପଦ) ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ସିଏମ୍ ସିଦ୍ଧୁଙ୍କ ପରାମର୍ଶ ନେଉନାହିଁ । ଏଭଳି ପରିସ୍ଥିତିରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସେ ହାଇକମାଣ୍ଡଙ୍କ ଆଗରେ ନିଜର ଅସନ୍ତୋଷ ରୁଜୁ କରିବାକୁ ଚେଷ୍ଟା କରିଛନ୍ତି ।


ଅଧିକ ପଢ଼ନ୍ତୁ:-BJP ରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର?


ଅଧିକ ପଢ଼ନ୍ତୁ:-କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା


ଅଧିକ ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍