Jammu Kashmir Assembly Election: ଆଗାମୀ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି। ଆସନ୍ତା ମାସେ ମଧ୍ୟରେ ମତଦାତା ତାଲିକା କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି। ଏହି ସମୟରେ ଜାମୁ ଡେପୁଟି କମିଶନର ଅବନୀ ଲଭସା ନୂତନ ମତଦାତା ପଞ୍ଜୀକରଣ ସମ୍ପର୍କରେ ଏକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଜାମୁରେ ଏକ ବର୍ଷରୁ ଅଧିକ ସମୟ ଧରି ରହୁଥିବା ଲୋକଙ୍କର ମତଦାନ କରିବାର ଅଧିକାର ରହିବ। ହେଲେ ବର୍ତ୍ତମାନ ପ୍ରବଳ ବିରୋଧ ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେବାକୁ ପଡିଛି।


COMMERCIAL BREAK
SCROLL TO CONTINUE READING

ମତଦାତା ତାଲିକାକୁ (Jammu Kashmir Voter List) ନେଇ ଜାମୁ ଡେପୁଟି କମିଶନର ଅବନୀ ଲଭସା (Jammu Deputy Commissioner Avny Lavasa) ଏତ ବଡ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ଏକ ବର୍ଷରୁ ଅଧିକ ସମୟ ପାଇଁ  ଜାମୁ ଜିଲ୍ଲାରେ (Jammu District) ରହୁଥିବା ଲୋକଙ୍କୁ ମତଦାତା ଭାବରେ ପଞ୍ଜୀକରଣ ପାଇଁ  ସେମାନଙ୍କ ବିବରଣୀ ଯାଞ୍ଚ କରାଯିବା ଆବଶ୍ୟକ। କମିଶନରଙ୍କ ଏହି ଆଦେଶ ଅନୁଯାୟୀ, ଯେଉଁମାନେ ଏକ ବର୍ଷରୁ ଅଧିକ ସମୟ ଜାମୁରେ ରହିଛନ୍ତି ସେମାନେ ନୂତନ ମତଦାତା ଭାବେ ପଞ୍ଜୀକୃତ ହୋଇପାରିବେ। ଯଦି କୌଣସି ବାହାର ଲୋକ ମଧ୍ୟ ଜାମୁରେ ଏକ ବର୍ଷରୁ ଅଧିକ ସମୟ ରହିଛନ୍ତି ତାହେଲେ ତାଙ୍କୁ ଭୋଟ୍ ଦେବାର ଅଧିକାର ମିଳିପାରିବ।


ହେଲେ ଏହାକୁ ବିରୋଧ କରିଥିଲେ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ (Former  Jammu Kashmir Chief minister) ତଥା ପିଡିପି ମୁଖ୍ୟ ମେହବୁବା ମୁଫତି (PDP President Mehbooba Mufti)। ଏନେଇ ସେ କହିଛନ୍ତି ଏହା  ଦ୍ୱାରା ଜାମୁ କାଶ୍ମୀର ମତଦାତାଙ୍କ (Jammu Kashmir Voter) ମତଦାନ ମୂଲ୍ୟ ଶେଷ ହେବ। ଜାମୁ କାଶ୍ମୀରରେ (Jammu Kashmir) ଲାଗୁ ହେଉଥିବା ଆଇନ ଦେଶର ଅନ୍ୟ କୌଣସି ସ୍ଥାନରେ ପ୍ରଯୁଜ୍ୟ ନୁହେଁ। ବିଜେପି (BJP) ଜାମୁ କାଶ୍ମୀରର ମୂଳ ନାଗରିକଙ୍କୁ (Jammu Kashmir Native) ଧ୍ୱଂସ କରି ଏଠାରେ ବାହାର ଲୋକଙ୍କୁ ବସାଇବାକୁ ଚାହୁଁଛି।


Also Read: Jammu Kashmir: କ'ଣ ଏହି ୨୫ ଲକ୍ଷ ମତଦାତା ମାମଲା; ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ


ଜାମୁ ଡେପୁଟି କମିଶନର ଅବନୀ ଲଭସାଙ୍କୁ ବିରୋଧ କରିଥିଲା ଜାମୁ କାଶ୍ମୀର ନ୍ୟସନାଲ କନଫରେନ୍ସ (Jammu Kashmir National Conference)। ଏନେଇ ଦଳ ପକ୍ଷରୁ କୁହା ଯାଇଥିଲା ମୋଦି ସରକାର (Modi Govt) ୨୫ ଲକ୍ଷ ଅଣ ଜାମୁ କାଶ୍ମୀର ଲୋକଙ୍କୁ ମତଦାତା ତାଲିକାରେ ଯୋଡ଼ିବାକୁ ଚାହୁଁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି। ବିଜେପି ନିର୍ବାଚନକୁ ଭୟ କରୁଛି। କାରଣ ବିଜେପି ଜାଣଛି ଯେ ସେମାନେ ଏହି ନିର୍ବାଚନରେ ପରାଜୟ ବରଣ କରିବାକୁ ଯାଉଛନ୍ତି। ଲୋକେ ବାଲାଟ ବକ୍ସ ମାଧ୍ୟମରେ ବିଜେପିର ଏହି ଷଡଯନ୍ତ୍ରକୁ ପରାସ୍ତ କରିବା ଦରକାର।


ଆସନ୍ତା ବର୍ଷ ଅନୁଷ୍ଠିତ ହୋଇପାରେ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ (Jammu Kashmir Assembly Election)। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏକ ମାସ ମଧ୍ୟରେ ଭୋଟର ତାଲିକା କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି। ଶୀତ ହେତୁ ଚଳିତ ବର୍ଷ ନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ। ଆସନ୍ତା ବର୍ଷ ଏହି ନିର୍ବାଚନ ହୋଇପାରେ।