ତେଜସ୍ୱୀଙ୍କ ଏହି ୫ଟି ଭୁଲ ଯୋଗୁଁ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ
ନିର୍ବାଚନ ଫଳାଫଳ ପାଇଁ ଦାୟୀ କରିବା ପୂର୍ବରୁ ତେଜସ୍ୱୀ ଯାଦବ (Tejashwi Yadav) ଙ୍କୁ ଶ୍ରେୟ ଦେବାକୁ ପଡିବ ଯେ ସେ ମହାମେଣ୍ଟର ନେତୃତ୍ୱ ନେଇ ଏନଡି (NDA) କୁ କଡ଼ା ଟକ୍କର ଦେଇଛନ୍ତି ।
ନୂଆଦିଲ୍ଲୀ: ବିହାର ନିର୍ବାଚନ ମହାମେଣ୍ଟ (Grand Alliance) ଜିତି ପାରିଥାନ୍ତା । କିନ୍ତୁ, ଏପରି ହୋଇପାରିଲା ନାହିଁ । ଏହାର ଅନେକ କାରଣ ଅଛି ଏବଂ ଏହି କାରଣଗୁଡ଼ିକର ମୂଳରେ ହେଉଛି ଆରଜେଡି ନେତା ତେଜସ୍ୱୀ ଯାଦବ (RJD Leader Tejashwi Yadav) । ଯଦିଓ ଏହି ଆକ୍ରମଣ କେବଳ ରାହୁଲ ଗାନ୍ଧୀ (Rahul Gandhi) ଏବଂ କଂଗ୍ରେସ (Congress) ଉପରେ କରାଯାଉଛି, ଏହାର କାରଣ ମଧ୍ୟ ସ୍ପଷ୍ଟ ରହିଛି । କଂଗ୍ରେସ ହେଉଛି ଦେଶର ବିଜେପିର ସବୁଠୁ ବଡ ରାଜନୈତିକ ଶତ୍ରୁ ଏବଂ ରାହୁଲ ଗାନ୍ଧୀ ହିଁ ଏକମାତ୍ର ଟାର୍ଗେଟ । ଯାହା ବି ହେଉ, ଯେଉଁମାନେ ପରାଜୟ ପାଇଁ କଂଗ୍ରେସକୁ ଦାୟୀ କରୁଛନ୍ତି ସେମାନଙ୍କ ମଧ୍ୟରେ ଗଣମାଧ୍ୟମର ଏକ ଗୋଷ୍ଠୀ ମଧ୍ୟ ସାମିଲ ଅଛି । ଏବଂ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ବିଜେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି । ହାରିବା କିମ୍ବା ଜିତିବାର ଦାୟିତ୍ୱ ମେଣ୍ଟର ସମସ୍ତ ଦଳର ହୋଇଥାଏ ଏବଂ ନେତୃତ୍ୱ କରୁଥିବା ନେତାଙ୍କ ଦାୟିତ୍ୱ ସର୍ବାଧିକ ରହିଥାଏ ।
ନିର୍ବାଚନ ଫଳାଫଳ ପାଇଁ ଦାୟୀ କରିବା ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ଶ୍ରେୟ ଦେବାକୁ ପଡିବ ଯେ ସେ ମହାମେଣ୍ଟର ନେତୃତ୍ୱ ନେଇ ଏନଡି (NDA) କୁ କଡ଼ା ଟକ୍କର ଦେଇଛନ୍ତି । ଏହାସହ ଏକଦା ବିଜୟ ସ୍ଥିତିକୁ ପହଞ୍ଚିବାରେ ସଫଳ ହୋଇଥିଲେ । ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ୩୭.୨ ପ୍ରତିଶତ ଭୋଟ ମିଳିଛି । ଅନ୍ୟପକ୍ଷେ ସରକାର ଗଠନ କରୁଥିବା ଏନଡିଏ ୩୭.୩ ପ୍ରତିଶତ ଭୋଟ ପାଇଛି । ଏହି ଦୁଇ ମିଳିତ ମେଣ୍ଟ ପ୍ରାୟ ସମାନ ଭୋଟ୍ ପାଇଛି । ଭୋଟ୍ ଦୃଷ୍ଟିରୁ ଏହି ପାର୍ଥକ୍ୟ କେବଳ ୧୨ ହଜାର ୨୭୦ ରହିଛି । ଏନଡିଏକୁ ୫୭ ଲକ୍ଷ ୨୭ ଭୋଟ ମିଳିଥିବାବେଳେ ମହାମେଣ୍ଟ ୫୬ ଲକ୍ଷ ୮୮ ହଜାର ୪୫୮ ଭୋଟ ପାଇଛି । ବିହାରରେ ଏଭଳି କଡ଼ା ମୁକାବିଲାର ନିର୍ବାଚନ କେବେ ଦେଖାଯାଇ ନଥିଲା ।
ଅଧିକ ପଢ଼ନ୍ତୁ:-ପୁଣି ଡରାଉଛି କୋରୋନା, ଏହି ରାଜ୍ୟଗୁଡିକରେ ଦ୍ରୁତଗତିରେ ବଢ଼ୁଛି ମାମଲା
ଆରଜେଡି ଦାବି କରିଛି ଯେ ୧୫ଟି ଆସନରେ ଯେତିକି ବାଲାଟ ପେପର ବାତିଲ କରାଯାଇଛି, ତାହା ଅପେକ୍ଷା କମ୍ ମାର୍ଜିନରେ ଜୟ-ପରାଜୟ ହୋଇଛି । ସେମାନେ ଏହାକୁ ପ୍ରଶାସନ ସହିତ ମିଳିତ ଜାଲିଆତିର ନାମ ଦେଉଛନ୍ତି । କୋର୍ଟର ଦ୍ୱାରସ୍ଥ ହେବାକୁ ଯାଉଛି । ଯଦି ଏହି ବିଷୟଟି ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଆଜି ଯେଉଁ ଏନଡିଏକୁ ବିଜେତା ବୋଲି କୁହାଯାଉଛି ଆଗାମୀ ଦିନରେ ତାକୁ ପରାଜିତ ବୋଲି କୁହାଯିବ । ସେହିଭଳି ଆଜି ଯେଉଁ ମହାମେଣ୍ଟକୁ ପରାଜିତ କୁହାଯାଉଛି ତାକୁ ଆଗାମୀ ଦିନରେ ବିଜେତା ବୋଲି କୁହାଯାଇପାରେ । କିନ୍ତୁ କେବଳ ଅଦାଲତ ହିଁ ଏହା ସ୍ଥିର କରିପାରିବେ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ୪୧ଟି ଆସନରେ ଜୟ-ପରାୟଜର ବ୍ୟବଧାନ ୩,୫୦୦ରୁ କମ୍ ଭୋଟ ବ୍ୟବଧାନରେ ରହିଥିଲା । ଏବଂ ୧୧ଟି ଆସନରେ ଏହା ୧୦୦୦ରୁ କମ୍ ଭୋଟ୍ ବ୍ୟବଧାନ ରହିଛି ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
ଯଦି କୌଣସି ଚ୍ୟାଲେଞ୍ଜ ବିନା ନିର୍ବାଚନ ଫଳାଫଳକୁ ବିଚାର କରାଯାଏ । ତେବେ ଅତି କମରେ ପାଞ୍ଚଟି କାରଣ ରହିଛି ଯାହାକୁ ମହାମେଣ୍ଟର ଖରାପ ପ୍ରଦର୍ଶନର କାରଣ ଭାବରେ ବିବେଚନା କରାଯାଇପାରେ...
୧. ଭିଆଇପିକୁ ମହାମେଣ୍ଟରେ ରଖିବାରେ ବିଫଳତା
୨.ହାମକୁ ଧରି ରଖିପାରିଲେ ନାହିଁ ତେଜସ୍ୱୀ ଯାଦବ
୩.ସୀମାଞ୍ଚଳରେ ମୁସଲିମ ଭୋଟକୁ ଯୋଡ଼ିବାରେ ଅସଫଳ ହେଲା ମହାମେଣ୍ଟ
୪.୨୦୧୫ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଆରଜେଡିର ଖରାପ ପ୍ରଦର୍ଶନ
୫. କଂଗ୍ରେସକୁ ଏପରି ୪୩ଟି ଆସନ ଦିଆଯାଇଥିଲା, ଯେଉଁଠାରେ ସେ ଗତ ଚାରିଟି ନିର୍ବାଚନରେ ଜିତିପାରି ନଥିଲା
ଉଭୟ ଭିଆଇପି ଓ ହାମ ମହାମେଣ୍ଟର ଅଂଶ ଥିଲା । କିନ୍ତୁ ନିର୍ବାଚନ ପୂର୍ବରୁ ଉଭୟ ମହାମେଣ୍ଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଭିଆଇପି ସେତେବେଳେ ମହାମେଣ୍ଟ ଛାଡ଼ି ଥିଲା ଯେତେବେଳେ ତେଜସ୍ୱୀ ଯାଦବ ମହାମେଣ୍ଟର ଆସନ ଚୂଡାନ୍ତ କରି ନେଇଥିଲା ଏବଂ ଲୁଚାଇ ରଖିଥିଲେ ଯେ ଭିଆଇପିକୁ ସେ କେତେ ସିଟ୍ ଦେବାକୁ ଯାଉଛନ୍ତି । ଭିଆଇପି ମୁଖ୍ୟ ମୁକେଶ ସାହନି ଏହାକୁ ଧୋକା ବୋଲି କହି ସିଧାସଳଖ ଏନଡିଏର ଶରଣକୁ ଯାଇଥିଲେ । ଭିଆଇପି ଏବଂ ହାମ କେବଳ ଏନଡିଏରେ ୮ଟି ଆସନ ଜିତି ନାହାଁନ୍ତି, ବରଂ ସେମାନେ ଅନେକ ସିଟରେ ମହାମେଣ୍ଟକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି । ଏହି ଦୁଇ ଦଳକୁ ଅଣଦେଖା କରିବା ଆରଜେଡିକୁ ଅଧିକ ମହଙ୍ଗା ପଡ଼ିଛି ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି କନ୍ଦଳ, କପିଲ ସିବଲ ଓ ଅଶୋକ ଗେହଲଟ ମୁହାଁମୁହିଁ
ସେହିପରି ସୀମାଞ୍ଚଳରେ AIMIM କୁ ୫ଟି ଆସନ ମିଳିବ ଏହାର ଆକଳନ ମହାମେଣ୍ଟ କରିନଥିଲା । ଏହାସହ ମୁସଲମାନ ଭୋଟକୁ ଏକତ୍ର ରଖିବାର ରଣନୀତି ଉପରେ ଗମ୍ଭୀରତା ଦେଖାଇ ନଥିଲା । ଫଳସ୍ୱରୂପ, ଉଭୟ କଂଗ୍ରେସ ଓ ଆରଜେଡି ଦଳ ସୀମାଞ୍ଚଳରେ ବଡ କ୍ଷତି ସହିଛନ୍ତି । ଏହି କ୍ଷତି କଂଗ୍ରେସରେ ଅଧିକ ଘଟିଛି । ଯଦି ମହାମେଣ୍ଟ ଏହି ୫ଟି ଆସନ ନିଜ ପକ୍ଷରେ ରଖିପାରନ୍ତି, ନିର୍ବାଚନ ଫଳାଫଳ କିଛି ଅଲଗା ହୋଇଥାନ୍ତା ।