• ରାଜ୍ୟରେ ଭୟଙ୍କର ଭାବେ ମାଡୁଛି କରୋନା। ୨୪ ଘଣ୍ଟାରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ
  • ନୂଆପଡାରେ ସର୍ବାଧିକ ୩୦୩ ସଂକ୍ରମିତ, ୨ଜଣଙ୍କ ମୃତ୍ୟୁ
  • ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଗିରଫ
  • କାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ
  • ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ କରୁଛି ପୋଲିସ୍
  • ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା
  • ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ ପଦ
  • ୨୦୨୨ ଆରମ୍ଭରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ୫ ରାଜ୍ୟର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ

ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ପୁଣିଥରେ ବ୍ରିଟେନ, ଫ୍ରାନ୍ସ ଓ ଇଟାଲୀ ସମେତ ବହୁ ୟୁରୋପୀୟ ଦେଶରେ କୋରୋନା ସ୍ଥିତି ଭୟାବହ ହେବାକୁ ଲାଗିଛି । ଏହା ମଧ୍ୟରେ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠା ସହ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଚାହିଁ ବସିଛନ୍ତି । 

ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ ଏହା ହଜାର ହଜାର ସଂକ୍ରମିତ ଲୋକ ଏହି ମହାମାରୀ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ଯାହା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ୟୁରୋପରେ କୋରୋନା ମହାମାରୀର ଦ୍ୱିତୀୟ ୱେଭ୍ ବା ତରଙ୍କ ତାଣ୍ଡବ କରୁଛି । ପୁଣିଥରେ ବ୍ରିଟେନ, ଫ୍ରାନ୍ସ ଓ ଇଟାଲୀ ସମେତ ବହୁ ୟୁରୋପୀୟ ଦେଶରେ କୋରୋନା ସ୍ଥିତି ଭୟାବହ ହେବାକୁ ଲାଗିଛି । ଏହା ମଧ୍ୟରେ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠା ସହ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଚାହିଁ ବସିଛନ୍ତି । 

ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବୟାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶକ ଟେଡ୍ରୋସ୍ ଆଡେନୋମ୍ ଗେବ୍ରେସିସ୍ (WHO Chief Tedros Adhanom Ghebreyesus) କହିଛନ୍ତି ଯେ, "କୋଭିଡ-19 ଟୀକା (COVID-19 Vaccine) ମଧ୍ୟ କୋରୋନା ମହାମାରୀକୁ ରୋକିପାରିବ ନାହିଁ । ତେଣୁ ଏଥିପାଇଁ ସତର୍କ ରହିବା ଆବଶ୍ୟକ । କୋରୋନା ଭୂତାଣୁ ମାମଲା ଆସିବା ପରଠାରୁ ଏହା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଯାଏ ୫ କୋଟି ୪୦ ଲକ୍ଷ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନା ଟୀକା ସଂକ୍ରମଣ ରୋକିବାରେ ସହାୟତା ହୋଇପାରେ, ମାତ୍ର ଏହାକୁ ବଦଳାଇ ପାରିବ ନାହିଁ ।"

ଅଧିକ ପଢ଼ନ୍ତୁ:-ଏହି କୋରୋନା ଭ୍ୟାକ୍ସିନ ଶେଷ କରିଦେବ ମହାମାରୀ!

WHO ମୁଖ୍ୟ କହିଛନ୍ତି ଯେ, "ପ୍ରାରମ୍ଭରେ ଟୀକା ଯୋଗାଣ ଜନସାଧାରଣଙ୍କ ପାଇଁ ସୀମିତ ରହିବ । କାରଣ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ସର୍ବାଧିକ ବିପଦ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଏହା ମୃତ୍ୟୁ ହାର ହ୍ରାସ କରିବ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।"

ସେ ଚେତାବନୀ ଦେଇଛନ୍ତି ଯେ, "ନୀରିକ୍ଷଣ ଜାରି ରଖିବାକୁ ପଡିବ, ଲୋକଙ୍କୁ ପରୀକ୍ଷା କରିବାକୁ, ଆଇସୋଲେଟ କରିବାକୁ ଏବଂ ଯତ୍ନ ନେବାକୁ ପଡିବ, ସଂସ୍ପର୍ଶଗୁଡିକ ଅନୁସନ୍ଧାନ କରିବାକୁ ପଡିବ ... ଏବଂ ବ୍ୟକ୍ତି ବିଶେଷଙ୍କୁ ଯତ୍ନ ନେବାକୁ ପଡ଼ିବ ।"

ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାର ଏହି ସମୟରେ ଦେବେ ମହଙ୍ଗା ଭତ୍ତା (DA), ଜାଣନ୍ତୁ କେବେ ମିଳିବ ଲାଭ     

ସୂଚନାଯୋଗ୍ୟ, ଶୁକ୍ରବାର ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । ଏହି ଦିନ ସାରା ବିଶ୍ୱରୁ  ୬,୪୫,୪୧୦ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ନଭେମ୍ୱର ୭ରେ ଗୋଟିଏ ଦିନରେ ୬,୧୪,୦୧୩ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା ।