Bihar Politics: ବିହାରରେ ନୀତିଶ କୁମାର (Nitish Kumar) ବିଜେପି (BJP) ଛାଡି ଆରଜେଡି (RJD) ସହ ମେଣ୍ଟ କରିଛନ୍ତି । ଆଜି ଅର୍ଥାତ ବୁଧବାର ଦିନ ଅପରାହ୍ନରେ ମହାମେଣ୍ଟ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଧ୍ୟ ରହିଛି । ନୀତିଶଙ୍କ ଏହି ପଦକ୍ଷେପ ପରେ ଜେଡିୟୁ ଏନଡିଏ ଛାଡିବାର ତୃତୀୟ ପାର୍ଟି ହୋଇ ଯାଇଛି । ଏହାପୂର୍ବରୁ ଅକାଳୀ ଦଳ ଓ ଶିବସେନା ମଧ୍ୟ ଏନଡିଏ ଛାଡିଥିଲେ ।


COMMERCIAL BREAK
SCROLL TO CONTINUE READING

ଏଥି ସହିତ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ କେବଳ ବିହାରର କ୍ଷମତା ଏନଡିଏ ହାତରୁ ଖସି ଆସିନାହିଁ ବରଂ ତାଙ୍କୁ ରାଜ୍ୟସଭାରେ (Rajya Sabha) ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବା ପାଇଁ ଏବେ ବିଜେପି ଓଡିଶାର ବିଜୁ ଜନତା ଦଳ (BJD) ଓ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ (YSRCP) ପରି ଦଳ ଉପରେ ନିର୍ଭର କରିବାକୁ ପଡିବ ।


ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁ ପାଖରେ ରାଜ୍ୟସଭାରେ ଉପସଭାପତି ହରିବଂଶଙ୍କ ସମେତ ପାଞ୍ଚ ଜଣ ସାଂସଦ ଅଛନ୍ତି । ଯଦିଓ ଏନଡିଏ ସାହିତ ଜେଡିୟୁ ରହିବା ପରେ ମଧ୍ୟ ଏହା ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ । କହିରଖୁଛୁ ଯେ ସଂସଦର ଉପର ଗୃହ ଅର୍ଥାତ୍ ରାଜ୍ୟସଭାରେ ସମୁଦାୟ ୨୩୭ ସାଂସଦ ଅଛନ୍ତି ଏବଂ ସଂଖ୍ୟାଗରିଷ୍ଠ ସଂଖ୍ୟା ହେଉଛି ୧୧୯ । ବର୍ତ୍ତମାନର ଏନଡିଏ ସାଂସଦଙ୍କ ସଂଖ୍ୟା ୧୧୫ ଥିଲା, ଯେଉଁଥିରେ ଜଣେ ସ୍ୱାଧୀନ ଓ ୫ ଜଣ ମନୋନୀତ ସଦସ୍ୟ ଅଛନ୍ତି ଓ ଜେଡିୟୁ ଛାଡିବା ପରେ ଏହି ସଂଖ୍ୟା ୧୧୦ ରେ ପହଞ୍ଚି ଯାଇଛି ।


ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଆଉ ତିନି ଜଣଙ୍କୁ ରାଜ୍ୟସଭାରେ ମନୋନୀତ କରିପାରିବେ । ଏହି ସମୟରେ, ତ୍ରିପୁରାର ଆସନରେ ବିଜେପି ଜିତିବାର ଏକ ସମ୍ଭାବନା ରହିଛି, ଯଦିଓ ଏସବୁ ସତ୍ତ୍ୱେ ଏନଡିଏ କେବଳ ୧୧୪ ଜଣ ସଦସ୍ୟଙ୍କ ସଂଖ୍ୟା ଛୁଇଁପାରିବ । ଏହାପରେ ବହୁମତର ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବ ଓ ୧୨୧ ରେ ପହଞ୍ଚିବ । ତଥାପି NDA ପାଖରେ ବହୁତ ପହଞ୍ଚିବା ପାଇଁ ଆହୁରି ୭ ଜଣ ସଦସ୍ୟ ଆବଶ୍ୟକ । ଏଭଳି ପରିସ୍ଥିତିରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିବାକୁ ଏନଡିଏକୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ଥିବା ବିଜେଡି ଓ YSRC ର ସମର୍ଥନ ଆବଶ୍ୟକ ହେବ । ଏଥିପାଇଁ ଆଗାମୀ ଦିନରେ NDA ପାଇଁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଜରୁରୀ ହୋଇପଡିଛି ।


ଏହା ବି ପଢ଼ନ୍ତୁ: ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ଚୀନର ବଢ଼ିଲା ଟେନସନ୍


ଏହା ବି ପଢ଼ନ୍ତୁ: ଏଣିକି ବିନା ଇଣ୍ଟରନେଟ ଓ ସ୍ମାର୍ଟଫୋନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା