ନୂଆଦିଲ୍ଲୀ: Prashant Kishor: ବିଗତ କିଛି ଦିନ ଧରି ଦେଶର ରାଜନୀତିରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Poll strategist Prashant Kishor) ଓରଫ ପିକେ (PK) କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସମୟରେ ସେ ମିଡିଆରେ ହେଡଲାଇନ୍ସ ସୃଷ୍ଟି କରୁଛନ୍ତି । ବିଗତ କିଛି ମାସ ଧରି ଚର୍ଚ୍ଚା ଜୋର ଧରିଥିଲା ଯେ ସେ କଂଗ୍ରେସ (Congress) ରେ ଯୋଗଦେବେ । କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ସେ କଂଗ୍ରେସରେ ଯୋଗ ଦେଉନାହାଁନ୍ତି ବୋଲି ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି । କଂଗ୍ରେସ ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ ହେବାକୁ କହିଥିଲା । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପ୍ରଶାନ୍ତ କିଶୋର (Prashant Kishor) କହିଛନ୍ତି ଯେ, ନିର୍ବାଚନରେ ​​କୌଣସି ତୃତୀୟ (Third Front) କିମ୍ବା ଚତୁର୍ଥ ସାମ୍ମୁଖ୍ୟ (Fourth Front) ବିଜେପି (BJP) କୁ ପରାସ୍ତ କରିପାରିବ ନାହିଁ, ଯଦି ବିଜେପି (BJP) କୁ ମାତ୍ ଦେବାର ଚମତ୍କାର କେବଳ କିଏ ଯଦି କରିପାରେ ସେ ହେଉଛି ଦ୍ୱିତୀୟ ସାମ୍ମୁଖ୍ୟ  (Second Front) । ତେଣୁ ବିଜେପିକୁ ପରାସ୍ତ କରିବା ପାଇଁ ଦ୍ୱିତୀୟ ସାମ୍ମୁଖ୍ୟକୁ ମଜଭୁତି ସହ ଆଗକୁ ଆସିବାକୁ ପଡ଼ିବ । 


ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଶାନ୍ତ କିଶୋର ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ନିଜ ମତାମତ ରଖିଛନ୍ତି । ସେ କହିଛନ୍ତି ଯେ ଯଦି ବିଜେପିକୁ ମାତ୍ ଦେବାର ଅଛି, ତେବେ ଏଥିପାଇଁ ଦ୍ୱିତୀୟ ସାମ୍ମୁଖ୍ୟକୁ ଦୃଢ଼ ଭାବରେ ଆଗକୁ ଆସିବାକୁ ପଡ଼ିବ ।


ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ପ୍ରଶ୍ନ କରାଗଲା ଯେ, ଆପଣ କ'ଣ ୨୦୨୪ ସାଧାରଣ ନିର୍ବାଚନରେ ​​ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ଦଳ ତୃଣମୂଳ କଂଗ୍ରେସ (TMC) କୁ  ତୃତୀୟ ସାମ୍ମୁଖ୍ୟ ଭାବରେ ଉଭା ହେବାକୁ ସେ ସାହାଯ୍ୟ କରୁଛନ୍ତି କି ନାହିଁ? ସେ ଏହାର ଜବାବରେ କହିଛନ୍ତି ଯେ, "ମୁଁ କେବେବି ବିଶ୍ୱାସ କରିନାହିଁ କି ଏହି ଦେଶରେ କୌଣସି ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନରେ ​​ବିଜୟୀ ହୋଇପାରିବ । ଆମେ ବିଜେପିକୁ ପ୍ରଥମ ସାମ୍ମୁଖ୍ୟ ଭାବରେ ମନେ କରୁ ତେବେ ତାକୁ ପରାସ୍ତ କରିବା ପାଇଁ ଦ୍ୱିତୀୟ ସାମ୍ମୁଖ୍ୟ ହେବା ଆବଶ୍ୟକ । ଯଦି କୌଣସି ଦଳ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛି ତେବେ ତାକୁ ଦ୍ୱିତୀୟ ସାମ୍ମୁଖ୍ୟ ରୂପରେ ମଜଭୁତି ସହ ଉଭା ହେବାକୁ ପଡ଼ିବ, କେବଳ ସେତେବେଳେ ହିଁ ଖେଳ ଜମିବ ।" ଏହାସହ ପିକେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ କଂଗ୍ରେସକୁ ଦ୍ୱିତୀୟ ସାମ୍ମୁଖ୍ୟ ବୋଲି ଭାବନ୍ତି ନାହିଁ । ତାଙ୍କ ମତରେ କଂଗ୍ରେସ କେବଳ ଦେଶର ଦ୍ୱିତୀୟ ବୃହତ୍ତମ ଦଳ ।


ଏହା ବି ପଢ଼ନ୍ତୁ:-ନିଜ ବାହାଘରରେ ୪ ଘଣ୍ଟା ଧରି ନାଚିଲେ ବର, ରାଗିଯାଇ ଆଉ ଜଣଙ୍କୁ ବିବାହ କଲେ କନ୍ୟା


ଏହା ବି ପଢ଼ନ୍ତୁ:-୨.୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି


ଏହା ବି ପଢ଼ନ୍ତୁ:-କୋର୍ଟଙ୍କ ଆଦେଶ ପରେ ରାହୁଲ ଗାନ୍ଧୀଙ୍କୁ ଏତିକି ଟଙ୍କାର ଜରିମାନା ଦେଲେ RSS ନେତା


 


ସୂଚନାଯୋଗ୍ୟ, ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ । 


ସେହିପରି ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଥିଲେ, ପ୍ରଶାନ୍ତ କିଶୋର ନିଜେ କଂଗ୍ରେସରେ ଯୋଗଦେବାକୁ ମନା କରି ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ଉପସ୍ଥାପନା ଏବଂ ତାଙ୍କ ସହ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏମପାୱାର ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ ହେବା ପରେ ତାଙ୍କୁ ଏହି ଦଳରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦଳ ପ୍ରତି ତାଙ୍କର ପରାମର୍ଶ ଓ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ।